ଦିଲ୍ଲୀରେ କେତୋଟି ବ୍ରାଣ୍ଡର ମଦ ପଞ୍ଜିକୃତ ? ହାଇକୋର୍ଟଙ୍କୁ ଜଣାଇଲେ କେଜରିୱାଲ ସରକାର

Published By : Prameya-News7 Bureau | December 03, 2021 IST

ନୂଆଦିଲ୍ଲୀ ୦୩/୧୨ : ଦିଲ୍ଲୀ ସରକାରଙ୍କ ଖୁଚୁରା ମଦ ବ୍ୟବସାୟୀଙ୍କ ଦ୍ୱାରା ମଦରେ ଲାଇସେନ୍ସ ଶୁଳ୍କ ଲଗାଇବା ବିରୁଦ୍ଧରେ ଦାଖଲ କରିଥିବା ପିଟିସନର ଶୁଣାଣି କରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ମହିଳା ବିଚାରପତି ରେଖା ପଲ୍ଲୀ କହିଛନ୍ତି ନୂଆ ଅବକାରି ନୀତି ଅନୁସାରେ ବହୁତ ସଂଖ୍ୟାରେ ମଦ ବ୍ରାଣ୍ଡ୍ ଏଥର ପଞ୍ଜିକୃତ ହୋଇଛି। ଯେଉଁ ବିକ୍ରେତାମାନେ ଶୁଳ୍କ ଦେବାରେ ଅବହେଳା କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନୂଆ ଅବକାରି ନୀତି ୨୦୨୧-୨୨ଅଧୀନରେ ୪୮୯ଟି ବ୍ରାଣ୍ଡ୍ ପଞ୍ଜିକୃତ ହୋଇଥିବା ବେଳେ ୪୨୮ଟି ବ୍ରାଣ୍ଡ ପାଇଁ ଅଧିକତମ ଖୁଚୁରା ମୂଲ୍ୟ ସ୍ଥିର କରାଯାଇଛି ବୋଲି ସରକାର ଉଚ୍ଚ ନ୍ୟାୟାଳୟଙ୍କୁ ସୂଚନା ଦେଇଛନ୍ତି।

ଦିଲ୍ଲୀ ସରକାରଙ୍କ ତରଫରୁ ବରିଷ୍ଠ ଅଧିବକ୍ତା ଅଭିଷେକ ମନୁ ସିଂଘଭି ଅଧିକ ଶୁଳ୍କ ନନେବାକୁ ଅଭିଯୋଗକାରୀମାନଙ୍କୁ ଅନୁରୋଧ କରିଛନ୍ତି । କାରଣ କେତେକ ବ୍ରାଣ୍ଡ ପଞ୍ଜିକୃତ ହୋଇଥିଲା ବେଳେ ଅଧିକାଂଶ ବ୍ରାଣ୍ଡ ପଞ୍ଜିକରଣ ହୋଇନଥିବାରୁ ଅଧିକାଂଶ ଖୁଚୁରା ମୂଲ୍ୟ ମଧ୍ୟ ସ୍ଥିର ହୋଇନାହିଁ। ସେ କହିଛନ୍ତି ସମୟକ୍ରମେ ବ୍ରାଣ୍ଡ ମିଳିପାରିବ। ସେ କହିଛନ୍ତି ଖୁଚୁରା ମଦ ବ୍ୟବସାୟ ପରିଚାଳନା ପାଇଁ ଲାଇସେନ୍ସ ଆବେଦନକାରୀମାନେ ସଫଳ ବିଡର ଅଟନ୍ତି। ଦିଲ୍ଲୀ ସରକାରଙ୍କ ଦ୍ୱାରା ନଭେମ୍ବର୧ ତାରିଖରୁ ଲାଇସେନ୍ସ ପାଇଁ ନିଆଯାଉଥିବା ଶୁଳ୍କକୁ ବେଆଇନ ଘୋଷଣା କରିବାକୁ ଆବେଦନ କାରୀମାନେ ଅନୁରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.