Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି: ଆଗାମୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ସବୁ ସ୍କୁଲ

28/10/2020 at 1:20 PM

ନୂଆଦିଲ୍ଲୀ ୨୮/୧୦: ଦିଲ୍ଲୀର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବେ ଖୋଲିବ ନାହିଁ। ଯେପର୍ଯ୍ୟନ୍ତ ଆଗାମୀ ଆଦେଶ ଏ ନେଇ ନ ଆସିଛି ସ୍କୁଲ ବନ୍ଦ ରହିବା ବୋଲି ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଏବେ ସ୍କୁଲ ଖୋଲିବା ଆଦୌ ସୁରକ୍ଷିତ ନୁହେଁ। ଏହା ସହ ଅଭିଭାବକ ମଧ୍ୟ ଏହାର ସମର୍ଥନରେ ନାହାନ୍ତି।

ଏହା ସହ ମନୀଷ ଆଇପି ବିଶ୍ବବିଦ୍ୟାଳୟ ଅଧିନାର ଥିବା କଲେଜର ସିଟ୍‌କୁ ୧୩୩୦ ସଂଖ୍ୟାକୁ ବୃଦ୍ଧି କରିବା ମଧ୍ୟ ଘୋଷଣା କରିଛନ୍ତି। ମଙ୍ଗଳବାର ଦିଲ୍ଲୀରେ ରେକର୍ଡ ସଂଖ୍ୟକ ୪,୮୫୩ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏବେ ସୁଦ୍ଧା ଗୋଟିଏ ଦିନରେ ଏହା ହେଉଛି କରୋନାର ସର୍ବାଧିକ ମାମଲା। ତେବେ ଏହା ପୂର୍ବରୁ ସେପ୍ଟେମ୍ବର ୧୬ରେ ଗୋଟିଏ ଦିନରେ ୧,୧୪୩ ମାମଲା ଆସିଥଲା। ଯାହା ଥିଲା ଦ୍ବିତୀୟ ସର୍ବାଧିକ ମାମଲା।

ତେବେ ସୋମବାର ୫୭,୨୧୦  କରୋନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ମଙ୍ଗଳବାର ୪.୮୫୩ ନୂଆ ମାମଲା ସାମ୍ନାକୁ ଆସିଛି। ସୋମବାର ନୂଆ ମାମଲା ଥିଲା ୨,୮୩୨ ଓ ରବିବାର ଥିଲା ୪୧୩୬।ଏହା ବାଦ୍ ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ମଧ୍ୟ ବଢ଼ିଛି। ଅର୍ଥାତ ୨,୯୩୦ ଥିବା ବେଳେ ସୋମବାର ୨,୦୩୨ରେ ପହଞ୍ଚିଛି।

   Related Posts