Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ରାଜଧାନୀରେ ବିଗୁଡୁଛି କରୋନା ସ୍ଥିତି, ଏବେ ଷ୍ଟାଡିୟମକୁ କରାଯିବ ହସ୍ପିଟାଲ !

9/06/2020 at 9:35 PM

ନୂଆଦିଲ୍ଲୀ ୦୯।୦୬: କରୋନା ଭୂତାଣୁ ସଂକ୍ରମଣ କାରଣରୁ ରାଜଧାନୀ ଦିଲ୍ଲୀରେ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ପ୍ରତି ଦିନ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ହସ୍ପିଟାଲ ଓ ବ୍ୟବସ୍ଥାର ଅଭାବ ଦେଖା ଦେଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦିଲ୍ଲୀରେ ଜୁଲାଇ ୩୧ ସୁଦ୍ଧା ସଂକ୍ରମିତ ସଂଖ୍ୟା ସାଢେ ୫  ଲକ୍ଷରେ ପହଞ୍ଚିବ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ଏକ କମିଟି ପ୍ରଗତି ମଇଦାନ, ତାଲକଟୋରା ଷ୍ଟାଡିୟମ  ପରି ଜାଗାକୁ କରୋନା ଭାଇରସ୍‌ ରୋଗୀଙ୍କ ଲାଗି ବ୍ୟବହାର କରିବା ଉଚିତ୍ ବୋଲି ପ୍ରସ୍ତାବ ଦେଇଛନ୍ତି।

ଦିଲ୍ଲୀରେ ଏବେ  ହସ୍ପିଟାଲ କରୋନା ରୋଗୀରେ ଭର୍ତ୍ତି ହେବାରେ ଲାଗିଛି। ପ୍ରତିଦିନ ହଜାରେରୁ ଅଧିକ ସଂକ୍ରମିତ ସାମ୍ନାକୁ ଆସୁଛନ୍ତି। ଏହି କାରଣରୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିଲେ ଯେ, ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା କରାଯିବ। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଉପରାଜ୍ୟପାଳ ଅନିଲ ବୈଜଲ ନିରସ୍ତ କରିଛନ୍ତି। ଏବେ ଦିଲ୍ଲୀ ସରକାରଙ୍କ ଏକ ପ୍ୟାନେଲ ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରଗତି ମଇଦାନ, ତାଲକୋଟରା ଷ୍ଟାଡିୟମ, ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ, ଜେଏଲଏନ ଷ୍ଟାଡିୟମକୁ କରୋନା ଭାଇରସ୍‌ ପ୍ରତିରୋଧ ଲାଗି ଉପଯୋଗ କରିବା ଉଚିତ୍।

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଦିଲ୍ଲୀରେ ଜୁଲାଇ ଶେଷ ସୁଦ୍ଧା ୮୦ ହଜାର ଶଯ୍ୟା ଆବଶ୍ୟକ। ବୈଠକର ଅଧ୍ୟକ୍ଷତା କରିଥିଲେ ଉପ ରାଜ୍ୟପାଳ ଅନିଲ ବୈଜଲ। ବୈଜଲ ଦିଲ୍ଲୀ ବିପର୍ଯ୍ୟୟ ପ୍ରାଧୀକରଣର ସଭାପତି ମଧ୍ୟ।  ସିସୋଦିଆ କହିଛନ୍ତି ରାଜଧାନୀ ଦିଲ୍ଲୀରେ ଜୁନ ୧୫ ସୁଦ୍ଧା ସଂକ୍ରମିତ ସଂଖ୍ୟା ୪୪ ହଜାର ହୋଇପାରେ ଏବଂ ହସ୍ପିଟାଲରେ ଆହୁରି ୬,୬୦୦ ଶଯ୍ୟାର ଆବଶ୍ୟକତା ପଡିବ। ଜୁନ ୩୦ ପର୍ଯ୍ୟନ୍ତ ସଂକ୍ରମିତ ସଂଖ୍ୟା ଏକ ଲକ୍ଷ ଛୁଇଁପାରେ ଏବଂ ସେହି ସମୟରେ ଆମକୁ ୧୫ ହଜାର ଶଯ୍ୟା ଆବଶ୍ୟକ ପଡିବ।

   Related Posts