Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଦିଲ୍ଲୀ ସରକାରଙ୍କର ବଡ ନିଷ୍ପତ୍ତି, ସିବିଏସ୍ଇ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ ହେବନି ବର୍ଦ୍ଧିତ ପରୀକ୍ଷା ଶୁଳ୍କ

15/08/2019 at 2:57 PM

ନୂଆଦିଲ୍ଲୀ :  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ଙ୍କ ପରୀକ୍ଷା ଶୁଳ୍କ ବୃଦ୍ଧି ପରିପ୍ରେକ୍ଷୀରେ ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ବର୍ଷ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଠାରୁ ଦିଲ୍ଲୀ ବିଦ୍ୟାଳୟମାନଙ୍କରେ ସିବିଏସ୍ଇଙ୍କ ଶୁଳ୍କ ବୃଦ୍ଧି ଲାଗୁ ହେବ ନାହିଁ।  ଉପମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିଆ ଏହି ଘୋଷଣା କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜଧାନା ଦିଲ୍ଲୀର ସମସ୍ତ ସରକାରୀ ବିଦ୍ୟାଳୟ ସମେତ ମାନ୍ୟତା ପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ  ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ। ସେପଟେ ଛାତ୍ରଛାତ୍ରୀଙ୍କ ଉପରେ ଯେପରି ଶୁଳ୍କ ବୃଦ୍ଧିର ପ୍ରଭାବ ନ ପଡେ ସେଥିଲାଗି ଶିକ୍ଷା ବିଭାଗକୁ ଏକ ଫର୍ମୂଲା ଅନୁସାରେ କାମ କରିବାକୁ ପରାମର୍ଶ ଦିଆଯାଇଛି। ଏଣୁ କେବଳ ଦଶମ କି ଦ୍ୱାଦଶ ନୁହେଁ ସବୁ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶୁଳ୍କ ବୃଦ୍ଧିରୁ ରିହାତି ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ରାଜଧାନୀ ଦିଲ୍ଲୀର ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ପୂର୍ବ ଭଳି ୫୦ଟଙ୍କା ଶୁଳ୍କ ଦାଖଲ କରି ପରୀକ୍ଷାରେ ବସି ପାରିବେ। ବାକି ବର୍ଦ୍ଧିତ ଶୁଳ୍କ ସରକାର ଭରଣା କରିବେ। ସିବିଏସଇ ସାରା ଦେଶ ତଥା ବିଦେଶରେ ଥିବା ବିଦ୍ୟାଳୟ ନିମନ୍ତେ ଗତ ମଙ୍ଗଳବାର ଶୁଳ୍କ ବୃଦ୍ଧି ଘୋଷଣା କରିଛନ୍ତି। ଯେଉଁଥିରେ ଆଗାମୀ ବର୍ଷ ଲାଗି ସିବିଏସଇ ଓ ମାନ୍ୟତା ପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟାୟନ କରୁଥିବା ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଶୁଳ୍କ ୨ ଗୁଣା ବୃଦ୍ଧି ହୋଇଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶୁଳ୍କରେ ୨୪ ଗୁଣା ବୃଦ୍ଧି କରାଯାଇଛି।  

   Related Posts