Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଦିଲ୍ଲୀରେ ଅକ୍ସିଜେନ ଅଭାବ ଯୋଗୁ ମୃତ୍ୟୁର ହେବ ଯାଞ୍ଚ, କମିଟି ଗଠନ କଲେ ସରକାର

4/06/2021 at 2:35 PM

ନୂଆଦିଲ୍ଲୀ ୪।୬: କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ରାଜଧାନୀ ଦିଲ୍ଲୀରେ ଆତଙ୍କ ରଚିଥିଲା। ହସ୍ପିଟାଲରେ ବେଡ ଓ ଅକ୍ସିଜେନ ଅଭାବ ଯୋଗୁ ଅନେକ ଆକ୍ରାନ୍ତ ଚିକିତ୍ସା ସେବା ନପାଇ ପ୍ରାଣ ହରାଇଥିଲେ। ତେବେ ଦିଲ୍ଲୀ ହସ୍ପିଟାଲମାନଙ୍କରେ ଅକ୍ସିଜେନ ଅଭାବରୁ ହୋଇଥିବା ମୃତ୍ୟୁର ସରକାର ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ସରକାର ଏକ ୪ ସଦସୀୟ କମିଟି ଗଠନ କରିଥିବା ବେଳେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ମଞ୍ଜୁରି ଲାଗି ଫାଇଲ ପଠାଯାଇଛି। ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଶୁକ୍ରବାର ଗଣମାଧ୍ୟକୁ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଯଦି ଅକ୍ସିଜେନ ଅଭାବରୁ କୌଣସି ମୃତ୍ୟୁର ପ୍ରମାଣ ମିଳେ ତେବେ ପୀଡ଼ିତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କାର   ଆର୍ଥିକ ସହାୟତା ପ୍ରଦାନ କରାଯିବ। ସିସୋଦିଆ କହିଛନ୍ତି ଯେ ରାଜଧାନୀ ଦିଲ୍ଲୀରେ କରୋନା ଦ୍ୱିତୀୟ ଲହର କାଳରେ କେତେକ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଲୋକଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ମିଳିଥିଲା।ଏଣୁ ଏଭଳି ମୃତ୍ୟୁ ମାମଲାର ସରକାର ତଦନ୍ତ ଲାଗି ନିଷ୍ପତ୍ତି ନେଇଥିବା ସିସୋଦିଆ କହିଛନ୍ତି।  

ସିସୋଦିଆ କହିଛନ୍ତି ଯେ ଯେଉଁମାନେ ଅକ୍ସିଜେନ ଅଭାବରୁ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ କେବଳ ସେହି ମାମଲାଗୁଡିକର କମିଟି ଯାଞ୍ଚ କରିବେ। ଏ ନେଇ କମିଟି ଗଠନ ସମ୍ପର୍କିତ ଫାଇଲ ଏଲଜିଙ୍କ ନିକଟକୁ ପଠାଯାଇଛି। ଫାଇଲ ଫେରିଲେ କମିଟି ତଦନ୍ତ ଆରମ୍ଭ କରିବେ ବୋଲି ସିସୋଦିଆ କହିଛନ୍ତି। କମିଟି ସପ୍ତାହରେ ୨ ଥର ବୈଠକ କରିବେ ଓ ପ୍ରତ୍ୟେକ ଅଭିଯୋଗର ତନ୍ନ ତନ୍ନ ଯାଞ୍ଚକରିବେ। ଏଥିରେ ଯେଉଁ କ୍ଷେତ୍ରରେ ଅକ୍ସିଜେନ ଅଭାବ କାରଣରୁ ରୋଗୀଙ୍କ ମୃତ୍ୟୁ ହୋଇଥିବାର ପ୍ରମାଣ ମିଳିବ ସେଠାରେ ମୃତକଙ୍କ ପରିଜନଙ୍କ ଲାଗି ରାଜ୍ୟ ସରକାର କ୍ଷତିପୂରଣ ଲାଗି ପଦକ୍ଷେପ ନେବେ ବୋଲି କହିଛନ୍ତି।

ଉଲ୍ଲେଖ ଯୋଗ୍ୟଯେ କରୋନା ଭାଇରସ ଦ୍ୱିତୀୟ ଲହର ରାଷ୍ଟ୍ରୀୟ ରାଜଧାନୀର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଦୋହଲାଇ ଦେଇଥିଲା। ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବା ବେଳକୁ ହସ୍ପିଟାଲରେ ବେଡ ନଥିଲା ତ କେଉଁଠି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କୁ ଅକ୍ସିଜେନ ମିଳୁନଥିଲା। ସଂକ୍ରମଣ ପିକ୍‌କୁ ଛୁଇଁବା ବେଳେକୁ ପରିସ୍ଥିତି ଅଣାୟତ ହୋଇପଡିଥିଲା। ହସ୍ପିଟାଲରେ ଅକ୍ସିଜେନ ନଥିବା ବେଳେ ଲୋକେ ଯିଏ ଯେଉଁଠୁ ପାଇଲେ ସଂଗ୍ରହ କରି ନିଜ ପରିବାର ଲୋକଙ୍କୁ ଲାଗି ଘରକୁ ନେଇ ଗଲେ। ଏଥିରେ ଅକ୍ସିଜେନ ଅଭାବରୁ କେତେକ ହସ୍ପିଟାଲରେ ରୋଗୀ ଛଟପଟ ହୋଇ ମରିଥିବାର ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା। 

   Related Posts