ଦିଲ୍ଲୀ ହସ୍ପିଟାଲରେ ବାହାର ଲୋକଙ୍କୁ ମିଳିବନି ଚିକିତ୍ସା ସୁବିଧା ! ରିପୋର୍ଟକୁ ନେଇ କେଜ୍ରିଓ୍ଵାଲ ସରକାର କରୁଛନ୍ତି ପ୍ରସ୍ତୁତି

Published By : Prameya-News7 Bureau | June 06, 2020 IST

ନୂଆଦିଲ୍ଲୀ ୦୬।୦୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଏହା ମଧ୍ୟରେ ଏମିତି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଠି ହସ୍ପିଟାଲରେ ବେଡ୍‌ ମିଳୁନଥିବା କୁହାଯାଉଛି। ଏବେ ଦିଲ୍ଲୀ ସରକାରଙ୍କ ଏକ କମିଟି ନିଜର ରିପୋର୍ଟରେ କହିଛନ୍ତି, ରାଜଧାନୀର ହସ୍ପିଟାଲରେ କେବଳ ଏଠାକାର ବାସିନ୍ଦାଙ୍କୁ ପ୍ରଥମେ ଚିକିତ୍ସା ସୁବିଧା ଯୋଗାଇବା ଉଚିତ୍। ନଚେତ୍‌ ତିନି ଦିନ ଭିତରେ ସମସ୍ତ ହସ୍ପିଟାଲ ରୋଗୀରେ ଭର୍ତ୍ତି ହୋଇଯିବ। ଏହି କମିଟିରେ ୫ ଜଣ ଡାକ୍ତର ସାମିଲ।

ଦେଶର ରାଜଧାନୀରେ ସାରା ଦେଶର ଲୋକ ଆସି ରହୁଛନ୍ତି। କକ୍‌ଡାଉନ୍ ପରେ ମଧ୍ୟ ବହୁତ ଲୋକ ନିଜର ଗୃହ ରାଜ୍ୟକୁ ଫେରି ପାରି ନାହାନ୍ତି। ବହୁ ସଂଖ୍ୟାରେ ଲୋକ ଏଠାରେ ଭଡା ଘରେ ନିଜ ପରିବାର ସହ ରହୁଛନ୍ତି। ଯଦି ଦିଲ୍ଲୀ ସରକାର କମିଟିର ଏହି ରିପୋର୍ଟକୁ କାର୍ଯ୍ୟକାରୀ କରେ ତେବେ ଦିଲ୍ଲୀର ଲୋକଙ୍କ ସାମ୍ନାରେ ବହୁତ ବଡ ସମସ୍ୟା ଉତ୍ପନ ହେବ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପୂର୍ବେ କହିଥିଲେ, ସମଗ୍ର ଦେଶରେ ଲୋକ ଚିକିତ୍ସା ପାଇଁ ଦିଲ୍ଲୀ ଆସନ୍ତି। କରୋନା ସମୟରେ ଯଦି ବାହାର ରାଜ୍ୟର ଲୋକ ଦିଲ୍ଲୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିବେ ତେବେ ଦିଲ୍ଲୀବାସୀଙ୍କୁ ଚିକିତ୍ସା ସେବା ମିଳିବ ମୁସ୍କିଲ ହୋଇଯିବ। ଏହାକୁ ନେଇ ସେ ଜନତାଙ୍କୁ ପ୍ରସ୍ତାବ ଦେବାକୁ କହିଥିଲେ। ଏହା ପରେ ଦିଲ୍ଲୀ ସୀମାକୁ ସାତ ଦିନ ଲାଗି ସିଲ୍‌ କରାଯାଇଥିଲା।

{"id":282175,"sizeSlug":"large"}

ଉଲ୍ଲେଖନୀୟ କରୋନା ସଂକ୍ରମଣ ମାମଲାରେ ଦିଲ୍ଲୀ ଏବେ ଷଷ୍ଠ ସ୍ଥାନରେ ରହିଛି। ଅନ୍ୟପଟେ ଦେଶରେ ଦିଲ୍ଲୀ ସହର ତୃତୀୟ ସ୍ଥାନରେ ରହିଛି। ଜୁନ ୧ରୁ ଜୁନ ୩ ମଧ୍ୟରେ ରାଜଧାନୀରେ ୪୪ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଅନ୍ୟପଟେ ଗତ ୧୦ ଦିନରେ ୪୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ମେ ୨୭ରେ ମୃତକଙ୍କ ସଂଖ୍ୟା ୩୦୩ ଥିଲା ଯାହା ବୃଦ୍ଧି ଘଟି ଏବେ ୭୦୮ରେ ପହଞ୍ଚିଛି। ଶୁକ୍ରବାର ଦିଲ୍ଲୀରେ ୧୩୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷେ ଦିଲ୍ଲୀ ସରକାର ସାର ଗଙ୍ଗାରାମ ହସ୍ପିଟାଲ ଉପରେ ଆଇପିସିର ଧାରା ୧୫୪ ଆଧାରରେ କେସ୍ ରୁଜୁ କରିଛନ୍ତି। ହସ୍ପିଟାଲରେ ବେଡ୍‌ର କଳାବଜାରୀ ହେଉଥିବା ଅଭିଯୋଗ  ହୋଇଛି। ଦିଲ୍ଲୀ ସରକାର ପ୍ରଥମରୁ ହିଁ କହିଥିଲେ ଯେ, ଯଦି କୌଣସି ବି  ହସ୍ପିଟାଲରେ ବେଡ୍‌ ଥାଇ ରୋଗୀଙ୍କୁ ଆଡ୍‌ମିଟ୍‌ କରାଯିବ ନାହିଁ ତେବେ ଉକ୍ତ ହସ୍ପିଟାଲ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ବିନା କୌଣସି ନୋଟିସ୍‌ରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.