ଦିଲ୍ଲୀରେ Black fungus ମହାମାରୀ ଘୋଷିତ, ୬୨୦ ହେଲେଣି ଆକ୍ରାନ୍ତ

Published By : Prameya-News7 Bureau | May 27, 2021 IST

ନୂଆଦିଲ୍ଲୀ ୨୭।୫: କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରରେ ରାଜଧାନୀ  ଦିଲ୍ଲୀ ଏବେ ଅସ୍ତବ୍ୟସ୍ତ। ଜାତୀୟ ରାଜଧାନୀରେ ସଂକ୍ରମଣ କ୍ରମଶଃ ହ୍ରାସ ହୋଇଛି, ହସ୍ପିଟାଲ ମାନଙ୍କ ଉପରେ ରୋଗୀଙ୍କ ଚାପ ମଧ୍ୟ ଆଉ ଆଗଭଳି ନାହିଁ ସାଙ୍ଗକୁ ମୃତ୍ୟୁ ମଧ୍ୟ  ହ୍ରାସ ହେଉଛି।  ହେଲେ ଦ୍ୱିତୀୟ ଲହରରେ ଯାହା ସବୁଠୁ ଚିନ୍ତାଜନକ ପାଲଟିଛି ତାହା ହେଉଛି ମ୍ୟୁକୋର ମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍ ସଂକ୍ରମଣ। ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଏପର୍ଯ୍ୟନ୍ତ ୬୨୦ ଜଣ ସଂକ୍ରମିତ ଭର୍ତ୍ତି ହୋଇଥିବା ବେଳେ ରାଜ୍ୟ ସରକାର ଗୁରୁବାର ଏହାକୁ ମହାମାରୀ ଘୋଷଣା କରିଛନ୍ତି।

{"id":457919,"sizeSlug":"large","linkDestination":"none"}

ଦିଲ୍ଲୀରେ ବ୍ଲାକ୍‌ ଫଙ୍ଗସ ଅଭିଯୋଗରେ ଦ୍ରୁତ ଅଭିବୃଦ୍ଧି ହେଉଛି। ଗତ ମେ ୨୧ ତାରିଖ ଶୁକ୍ରବାର ରାଜଧାନୀର ବିଭିନ୍ନ ହସ୍ପିଟାଲରେ ବ୍ଲାକ ଫଙ୍ଗସ ସଂକ୍ରମିତ ୨୦୦ ଜଣ ଭର୍ତ୍ତି ହୋଇଥିବା ବେଳେ ମେ ୨୭ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୬୨୦କୁ ପହଞ୍ଚିଛି । ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏଣୁ ପରିସ୍ଥିତି ବିଗିଡିବା ପୂର୍ବରୁ ଦିଲ୍ଲୀ ସରକାର ଏଥିପ୍ରତି ସତର୍କତା ଅବଲମ୍ବନ କରିଥିବା ବେଳେ ନୂଆ ସଂକ୍ରମଣକୁ ମହାମାରୀ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.