Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କୋଭିଡ କେୟାର ସେଣ୍ଟର ଘୋଷଣା ହେଲା ଦିଲ୍ଲୀର ୧୪ ଘରୋଇ ହସ୍ପିଟାଲ, ଦେଖନ୍ତୁ ପୁରା ସୂଚୀ

12/04/2021 at 10:07 PM

ନୂଆଦିଲ୍ଲୀ ୧୨।୪: ଜାତୀୟ ରାଜଧାନୀ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସୋମବାର ସହରର ବଡବଡ ୧୪ଟି ଘରୋଇ ହସ୍ପିଟାଲକୁ ସମ୍ପୂର୍ଣ୍ଣ କୋଭିଡ କେୟାର ହସ୍ପିଟାଲ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରି ବୈଠକରେ ଏହି ଘୋଷଣା କରାଯାଇଛି।

ରାଜଧାନୀର ଯେଉଁ ସବୁ ଘରୋଇ ହସ୍ପିଟାଲ  ସମ୍ପୂର୍ଣ୍ଣ କୋଭିଡ କେୟାର ସେଣ୍ଟର ଘୋଷଣା ହୋଇଛି ଏଥିରେ ଇନ୍ଦ୍ରପ୍ରସ୍ଥ ଆପୋଲୋ, ସାର ଗଙ୍ଗାରାମ ହସ୍ପିଟାଲ, ହୋଲି ଫ୍ୟାମିଲି, ପଞ୍ଜାବୀ ବାଗର ମହାରାଜା ଅଗ୍ରେସନ ହସ୍ପିଟାଲ, ଶାଲିମାର ବାଗର ମ୍ୟାକ୍ସ ହସ୍ପିଟାଲ, ଭେଙ୍କଟେଶ୍ୱର ହସ୍ପିଟାଲ, ଶ୍ରୀ ବାଲାଜୀ ଆକ୍ସନ ମେଡିକାଲ ଇନିଷ୍ଟ୍ରେଚ୍ୟୁଟ୍, ଜୟପୁର ଗୋଲ୍ଡେନ ହସ୍ପିଟାଲ, ମାତା ଚାନନ ଦେବୀ ହସ୍ପିଟାଲ, ପୁଷ୍ପାବତୀ ସିଂହାଣିଆ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ ,ମନିପାଲ ହସ୍ପିଟାଲ ଓ ସରୋଜ ସୁପର ସ୍ପେଶିଆଲିଟି ହସ୍ପିଟାଲ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ କୋଭିଡ ସ୍ୱାସ୍ଥ୍ୟସେବା ଯୋଗାଇଦେବେ।

କୋଭିଡ କାଳରେ ଏହି ସବୁ ହସ୍ପିଟାଲରେ ଅନ୍ୟ ରୋଗୀଙ୍କୁ ଚିକିତ୍ସା ଲାଗି ଆଡମିଟ୍ କରାଯାଇ ପାରିବନି। ରାଜଧାନୀରେ ଦିଲ୍ଲୀରେ ସୋମବାର ଗୋଟିଏ ଦିନରେ ୧୧ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ସଂକ୍ରମିତ ଚିହ୍ନଟରେ ରାଷ୍ଟ୍ରୀୟ ରାଜଧାନୀ ନୂଆ ରେକର୍ଡ କାୟମ କରିଛି। ଏଣୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘରୋଇ ହସ୍ପିଟାଲମାନଙ୍କୁ କୋଭିଡ କେୟାର ସେଣ୍ଟର ଘୋଷଣା କରିଛନ୍ତି।

   Related Posts