ଦେଶରେ ପ୍ରଥମ: ୧ ଲକ୍ଷ ବ୍ୟକ୍ତିଙ୍କ କରୋନା ଟେଷ୍ଟ୍ କରିବେ ଦିଲ୍ଲୀ ସରକାର, କୋଭିଡ୍-୧୯ ହଟସ୍ପଟରେ ହେବ ଟେଷ୍ଟିଂ

Published By : Prameya-News7 Bureau | April 07, 2020 IST

ନୂଆଦିଲ୍ଲୀ, ୦୭|୦୪ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୦୦ ଟପିଛି । ସରକାରୀ ତଥ୍ୟାନୁସାରେ, ୩୯୮୧ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାସହ ମୃତକଙ୍କ ସଂଖ୍ୟା ୧୧୪ରେ ପହଁଚିଛି ।

ସେହିପରି ସାରା ବିଶ୍ୱରେ କୋଭିଡ-୧୯ ପଜିଟିଭ ସଂଖ୍ୟା ୧.୨୭ ମିଲିୟନରେ ପହଁଚିଥିବା ବେଳେ ମୃତ୍ୟୁସଂଖ୍ୟା ୭୦ ହଜାର ଟପିଛି । ଏହା ମଧ୍ୟରେ ବିଭିନ୍ନ ଦେଶର ସରକାର ସଂକ୍ରମଣ ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ସରକାର ଟେଷ୍ଟିଂକୁ ନେଇ ଏକ ଅଭିନବ ପ୍ରୟାସ ଆରମ୍ଭ କରିବା ସହ ଦେଶରେ ପ୍ରଥମ ରାଜ୍ୟ ହୋଇଛି ।

wp:core-embed/twitter {"url":"https://twitter.com/ANI/status/1247371868463644672?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1247371868463644672\u0026ref_url=https%3A%2F%2Fwww.huffingtonpost.in%2Fentry%2Fcoronavirus-updates-india-april-7_in_5e8be950c5b6e1a2e0f8da39","type":"rich","providerNameSlug":"twitter","className":""}
https://twitter.com/ANI/status/1247371868463644672?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1247371868463644672&ref_url=https%3A%2F%2Fwww.huffingtonpost.in%2Fentry%2Fcoronavirus-updates-india-april-7_in_5e8be950c5b6e1a2e0f8da39
/wp:core-embed/twitter

ଦିଲ୍ଲୀ ସରକାର ଆସନ୍ତା କିଛିଦିନ ମଧ୍ୟରେ ୧ ଲକ୍ଷରୁ ଅଧିକ ଟେଷ୍ଟିଂ କରିବେ । କରୋନାକୁ ନେଇ ଚିହ୍ନଟ ହୋଇଥିବା ବିଭିନ୍ନ ହଟସ୍ପଟରେ ଏହି ଟେଷ୍ଟିଂ କରାଯିବ । କ୍ୱାରଣ୍ଟାଇନ ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯିବ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦିନ ୧ଟାରେ ସାମ୍ବାଦିକ ସମ୍ମିଳନୀ କରି ଏନେି ବିସ୍ତୁତ ତଥ୍ୟ ଦେବେ ।

{"id":250177,"width":748,"height":420,"sizeSlug":"large"}

ସୂଚନାଯୋଗ୍ୟ, ଦିଲ୍ଲୀରେ କିଛିଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ସରକାର ବିଭିନ୍ନ ବିଶେଷଜ୍ଞ ଟିମ୍ ସହ ବୈଠକ କରି ଏହି ନିଷ୍ପତ୍ତି ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.