Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୪ ଲକ୍ଷ ଲୋକଙ୍କୁ ରନ୍ଧାଖାଦ୍ୟ ଦେବେ କେଜ୍ରିଓ୍ୱାଲ ସରକାର, ୩୭୫ଟି ସ୍କୁଲରେ ମିଳିବ ମଧ୍ୟାହ୍ନ ଓ ରାତ୍ର ଭୋଜନ

27/03/2020 at 2:07 PM

ନୂଆଦିଲ୍ଲୀ, ୨୭|୦୩: ନୂଆଦିଲ୍ଲୀରେ କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କଜ୍ରିଓ୍ୱାଲ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା, ସଂକ୍ରମଣକୁ ରୋକିବା ଓ ଲକଡାଉନକୁ ନଜରରେ ରଖି ଦିଲ୍ଲୀବାସୀଙ୍କ ପାଇଁ ଖାଦ୍ୟ ଯୋଗାଇବେ ବୋଲି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଦିଲ୍ଲୀର ବିଭିନ୍ନ ଅଞ୍ଚଳର ଆଶ୍ରୟସ୍ଥଳୀରେ ରହୁଥିବା ୨୦ ହଜାର ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉଥିଲା । ଏହି ସଂଖ୍ୟାକୁ ୧୦ ଗୁଣ ବୃଦ୍ଧି କରାଯାଇ ୨ ଲକ୍ଷ କରାଯାଇଛି । ଶନିବାରଠାରୁ ୪ଲକ୍ଷ ଲୋକଙ୍କୁ ଖାଦ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

କେଜ୍ରିଓ୍ୱାଲ କହିଛନ୍ତି ଯେ, ଦୈନିକ ୧୦୦ ଟି ମାମଲା ଆସିଲେ ମଧ୍ୟ ଦିଲ୍ଲୀ ସରକାର ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି । ଡାକ୍ତରଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ଯଦି ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ହୁଏ ତେବେ ସରକାର ଏଥିପାଇଁ କଣ କରାଯିବ ତାହା ଉପରେ ଚିନ୍ତା କରୁଛନ୍ତି । ସେମାନଙ୍କ ଚିକିତ୍ସାରେ କୌଣସି ଅଭାବ ନରହେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟମନ୍ତୀ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, କରୋନା ଆତଙ୍କକୁ ଦେଖି ସରକାର ବିଭିନ୍ନ ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ରହଣୀ ବ୍ୟବସ୍ଥା କରିଛନ୍ତି । ଦୈନିକ ୨୦ ହଜାର ଲୋକଙ୍କୁ ଏଠାରେ ଖାଦ୍ୟ ପ୍ରଦାନ କରାଯାଉଛି । ଶୁକ୍ରବାର ୨ ଲକ୍ଷ ଲୋକଙ୍କୁ ଖାଦ୍ୟ ଦିଆଯିବ । ଶନିବାର ୪ ଲକ୍ଷ ଲୋକଙ୍କୁ ରନ୍ଧନ ଖାଦ୍ୟ ଦିଆଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାସହ ଦିଲ୍ଲୀର ୩୭୫ଟି ସ୍କୁଲରେ ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନର ବ୍ୟବସ୍ଥା କରାଯାଇଛି ବୋଲି କେଜ୍ରିଓ୍ୱାଲ କହିଛନ୍ତି ।

   Related Posts