ଦିଲ୍ଲୀ: ଅଟୋ ରିକ୍ସା, ଟ୍ୟାକ୍ସି ସମେତ ସାର୍ବଜନୀନ ସେବାର ଗାଡି ଚାଳକଙ୍କୁ ୫ ହଜାର ଟଙ୍କା ଦେବେ ସରକାର

Published By : Prameya-News7 Bureau | April 11, 2020 IST

ନୂଆଦିଲ୍ଲୀ ୧୧।୦୪: ଲକ୍‌ଡାଉନ୍‌ କାରଣରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସାର୍ବଜନୀନ ବାହାନ  ଚାଳକଙ୍କୁ ଦିଲ୍ଲୀ ସରକାର ପାଞ୍ଚ ହଜାର ଟଙ୍କା  ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବେ। ଏଥିପାଇଁ ଚାଳକଙ୍କୁ ଦିଲ୍ଲୀ ପରିବହନ ବିଭାଗର ଓ୍ଵେବସାଇଟ୍‌କୁ ଯାଇ ଅନଲାଇନ ଆବେଦନ କରିବାକୁ ପଡିବ।

ଅଧିକାରୀଙ୍କ ଅନୁଯାୟୀ ଆବେଦନ ପ୍ରକ୍ରିୟା ଏପ୍ରିଲ ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୨୭ ପର୍ଯ୍ୟନ୍ତ ଜାରି ରହିବ। ଏହାର ଫାଇଦା ଅଟୋ ରିକ୍ସା, ଟ୍ୟାକ୍ସି, ଗ୍ରାମୀଣ ସେବା, ଫଟାଫଟ୍ ସେବା, ମ୍ୟାକ୍ସି କ୍ୟାବ୍, ଇକୋ-ଫ୍ରେଣ୍ଡଲି ସେବା, ଇ-ରିକ୍ସ ଓ ସ୍କୁଲ କ୍ୟାବ୍ ଆଦି ସାର୍ବଜନୀନ ସେବା  ବିଶିଷ୍ଟ ବାହାନ ଚାଳକଙ୍କୁ ମିଳିବ। ଏମାନଙ୍କ ଖାତାକୁ ନଗଦ ୫ ହଜାର ଲେଖାଏଁ ଟଙ୍କା ସ୍ଥାନାନ୍ତର କରାଯିବ।

{"id":252700,"sizeSlug":"large"}

ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ କହିଛନ୍ତି ଯେ, କରୋନା ଭାଇରସ୍‌ର ସଂକ୍ରମଣରୁ ବଞ୍ଚିବା ପାଇଁ ଲକ୍‌ଡାଉନ୍‌ ଲାଗୁ ହୋଇଛି। ମାତ୍ର ଏହାର ପ୍ରଭାବ ଅଟୋ, ଇ-ରିକ୍ସା, ଟ୍ୟାକ୍ସି ଚାଳକଙ୍କ ରୋଜଗାର ଉପରେ ଗୁରୁତର ଭାବେ ପଡିଛି। ଗତ ଦିନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସେମାନଙ୍କୁ ଆର୍ଥିକ ସହାୟତା ଦେବା ଘୋଷଣା କରିଥିଲେ। ଏହି ଦିଗରେ କାମ କରି ପରିବହନ ବିଭାଗ ଯୋଜନା ପ୍ରସ୍ତୁତ କରିଛନ୍ତି। ଦିଲ୍ଲୀ ସରକାରଙ୍କ ଏହି ଆର୍ଥିକ ସହାୟତାର ଲାଭ କେବଳ ସେହି ଲୋକଙ୍କୁ ମିଳିବ ଯାହାଙ୍କୁ ୨୦୨୦ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ପବ୍ଲିକ ସେବା ହ୍ଵିକିଲ୍‌ର ବ୍ୟାଜ୍ ମିଳିଛି।

ଅଧିକାରୀଙ୍କ କହିବା କଥା ଆର୍ଥିକ ସହାୟତାର ଲାଭ କେବଳ ସେମାନଙ୍କୁ ମିଳିବ ଯାହାଙ୍କ ବ୍ୟାଙ୍କ ଖାତା ଆଧାର କାର୍ଡ ସହ ସଂଯୋଗ ଥିବ। ସେମାନଙ୍କୁ ଅନଲାଇନ ଆବେଦନ କରିବାକୁ ପଡିବ। ଅଧିକ ସୂଚନା ପାଇଁ ହେଲ୍ପଲାଇନ୍ ନମ୍ବର ୦୧୧-୨୩୯୩୦୭୬୩ ଓ ୦୧୧-୨୩୯୭୦୨୯୦। ଏହି ନମ୍ଵରରେ ରବିବାର ଛାଡି ବାକି ଅନ୍ୟ କାର୍ଯ୍ୟ ଦିବସରେ ସକାଳ ୯ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ କଲ୍ କରି ପଚାରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.