Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଦିଲ୍ଲୀରେ ମଦର ହୋମ ଡେଲିଭରୀ : କେଜ୍ରିଓ୍ୱାଲ ସରକାର ଦେଲେ ଗ୍ରୀନ ସିଗନାଲ୍, ଘରେ ବସି ଅନଲାଇନରେ କରିହେବ ଅର୍ଡର

1/06/2021 at 10:39 AM

ନୂଆଦିଲ୍ଲୀ ୧/୦୬ : ରାଜଧାନୀରେ ଦିଲ୍ଲୀରେ ଆରମ୍ଭ ହେଲା ମଦର ହୋମ ଡେଲିଭରୀ । ମୋବାଇଲ୍ ଆପ୍ କିମ୍ବା ଅନଲାଇନରେ ୱେବ୍ ପୋର୍ଟାଲ୍ ମାଧ୍ୟମରେ ଦିଲ୍ଲୀ ସରକାର ମଦ ବିତରଣକୁ ଅନୁମତି ଦେଇଛନ୍ତି । ଏାହପୂର୍ବରୁ ଛତିଶଗଡ ସରକାର ଅନଲାଇନରେ ମଦ ଯୋଗାଇବା କାମ ଆରମ୍ଭ କରିଛନ୍ତି । ତେବେ ଏଥିପାଇଁ କିଛି ସର୍ତ୍ତ ରଖିଛନ୍ତି ସରକା । ସରକାରଙ୍କ ଯୁକ୍ତି ହେଉଛି ଏହି ନିଷ୍ପତ୍ତି ଦ୍ୱାରା ମଦ ଦୋକାନରେ ଆଉ ଗହଳି ହେବନି ।

ଲୋକେ ଆଉ ବହୁ ସଂଖ୍ୟାରେ ଏକାଠି ହେବେନି । ଦିଲ୍ଲୀ ଏକ୍ସାଇଜ୍ (ସଂଶୋଧନ) ନିୟମ ୨୦୨୧ ଅନୁଯାୟୀ, L-13 ଲାଇସେନ୍ସଧାରୀଙ୍କୁ ଲୋକଙ୍କ ଘରେ ମଦ ବିତରଣ କରିବାକୁ ଅନୁମତି ଦିଆଯିବ । ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି କେବଳ ମୋବାଇଲ୍ ଆପ୍ କିମ୍ବା ଅନଲାଇନ୍ ୱେବ୍ ପୋର୍ଟାଲ୍ ମାଧ୍ୟମରେ ଅର୍ଡର ପାଇବା ପରେ ଉକ୍ତ ପରିବାରକୁ ଏହି ମଦ ଦିଆଯିବ । ତେବେ କୌଣସି ଛାତ୍ରଛାତ୍ରୀଙ୍କୁ ମଦ ପାଇଁ ଅନୁମତି ଦିଆଯିବ ନାହିଁ ।

ଯଦିଓ ଏହା ପୂର୍ବରୁ ଘରେ ମଦ ବିତରଣକୁ ଅନୁମତି ଦିଆଯାଇଥିଲା । କିନ୍ତୁ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତିମାନେ ଇ-ମେଲ କିମ୍ବା ଫ୍ୟାକ୍ସ ମାଧ୍ୟମରେ ଅର୍ଡର ପାଇବା ପରେ ହିଁ ମଦ ବିତରଣ କରିପାରିବେ । ବର୍ତ୍ତମାନ ମୋବାଇଲ୍ ଆପ୍ କିମ୍ବା ଅନଲାଇନ୍ ପୋର୍ଟାଲରୁ ଅର୍ଡର ଉପରେ ମଦ ଘରୋଇ ବିତରଣ ଉପଲବ୍ଧ ହେବ ।

   Related Posts