ବିବାହ ଭୋଜି ଉପରେ ନଜର ରଖିବେ ସରକାର, ଗଠନ ହେଲା ଟିମ୍, ଅଧିକ ଅତିଥି ଆସିଲେ ଲାଗିବ ଜରିମାନା

Published By : Prameya-News7 Bureau | November 26, 2020 IST

ନୂଆଦିଲ୍ଲୀ,୨୬|୧୧:    ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ବିବାହ ଋତୁ । ଭାରତ ହିଁ ଏକମାତ୍ର ଦେଶ ଯେଉଁଠାରେ ବିବାହ ଏକ ଉତ୍ସବ ଭଳି ହୋଇଥାଏ । କରୋନା ମହାମାରୀକୁ ନଜରରେ ରଖି ସରକାର ବିବାହ କାର୍ଯ୍ୟକ୍ରମ ଉପରେ କିଛି କଟକଣା ଲଗାଇଛନ୍ତି । ଗାଇଡଲାଇନ୍ ଅନୁସାରେ ବିହାହ ଭୋଜିରେ ସର୍ବାଧିକ ୨୦୦ଜଣ ସାମିଲ ହୋଇପାରିବେ । ତେବେ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ସରକାର ବିବାହ ଭୋଜିରେ କେବଳ ୫୦ଜଣ ସାମିଲ ହୋଇପାରିବେ ବୋଲି ଗାଇଡଲାଇନ୍ ଜାରି କରିଛନ୍ତି । ଭିଡିଓଗ୍ରାଫର ଓ ଫଟୋଗ୍ରାଫରଙ୍କୁ ମଧ୍ୟ ଅତିଥି ଭାବେ ଗଣତି କରାଯିବ । କେବଳ କ୍ୟାଟରିଂ କର୍ମଚାରୀ ଏଥିରୁ ବାଦ୍ ପଡିବେ ।

ବିବାହ ଭୋଜିରେ କେତେ ଅତିଥି ଯୋଗ ଦେଉଛନ୍ତି ଏହା ଉପରେ ନଜର ରଖିବା ପାଇଁ ଦିଲ୍ଲୀ ସରକାର ବିଭିନ୍ନ ଟିମ୍ ଗଠନ କରିଛନ୍ତି । ଯଦି ବିବାହ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକ ସାମିଲ ହୁଅନ୍ତି ତେବେ ୨୫ ହଜାର ଟଙ୍କା ଜରିମାନା ଲାଗିବ । ଏହାସହ ମହାମାରୀ ଗାଇଡଲାଇନ୍ ଉଲଙ୍ଘନ କଲେ ମାନବ ଜୀବନକୁ ବିପଦରେ ପକାଇବା ଆଧାରରରେ ମୋକଦ୍ଦମା ଚାଲିବ ।ଏଥିପାଇଁ ସମସ୍ତ ମାଜିଷ୍ଟ୍ରେଟ୍ ଓ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମେରୁଟରେ ପ୍ରଥମ ଏଫଆଇଆର

ଉତ୍ତର ପ୍ରଦେଶର ମେରୁଟରେ କୋଭିଡ୍-୧୯ ନିୟମ ନପାଳିବା ମହଙ୍ଗା ପଡିଛି । ସାମାଜିକ ଦୂରତା ଉଲଙ୍ଘନରେ ବର-କନ୍ୟାଙ୍କ ପିତା ଓ ଗେଷ୍ଟ ହାଉସ୍ ମାଲିକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । କାରଣ ଏହି ବିବାହ କାର୍ଯ୍ୟକ୍ରମରେ ୩୦୦ରୁ ୩୫୦ ଲୋକ ଉପସ୍ଥିତ ଥିଲେ ।

କଣ କହୁଛି ନିୟମ

ଭୋଜିରେ ୧୦୦ରୁ ଅଧିକ ଲୋକ ଉପସ୍ଥିର ରହିବା ଅନୁଚିତ୍

ଗେଟରେ ଥର୍ମାଲ ସ୍କ୍ରିନିଂରେ ଅତିଥିଙ୍କ ତାପମାତ୍ରା ମପାଯିବ

ଗେଟରେ ସାନିଟାଇଜର୍ ଓ ହ୍ୟାଣ୍ଡଓ୍ୱାଶର ବ୍ୟବସ୍ଥା

ଭୋଜିର ଭିଡିଓ ଉତ୍ତୋଳନ କରାଯିବ, ଯେଉଁଥିରେ କେତେ ଅତିଥି ଆସିଛନ୍ତ ତାହା ଜାଣିହେବ

ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଆବଶ୍ୟକ ପଡିଲେ ପ୍ରଶାସନ କରିପାରେ ଭିଡିଓଗ୍ରାଫି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.