Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଦିଲ୍ଲୀରେ ହେବ ଦେଶର ପ୍ରଥମ ଫାଇଭ୍ ଷ୍ଟାର ବିଦ୍ୟାଳୟ, କ୍ରୀଡା-ସୁଇମିଂ ପୁଲ୍ ସମେତ ରହିବ ଅନେକ ସୁବିଧା

8/10/2021 at 11:04 AM

ନୂଆଦିଲ୍ଲୀ ୦୮/୧୦:  ଆଜିକାଲି ଦିଲ୍ଲୀ ସରକାର ସବୁଠାରେ ଏଜୁକେସନ୍ ମଡେଲ ବିଷୟରେ ଆଲୋଚନା କରୁଛନ୍ତି। ଏହି ଦିଗରେ ଆଉ ଏକ ପଦକ୍ଷେପ ନେଇ ପାଇଭ୍ ଷ୍ଟାର ସ୍କୁଲ ନିର୍ମାଣ ପାଇଁ ଯୋଜନା ଆରମ୍ଭ ହୋଇଛି। ପିଲାମାନଙ୍କର ଉନ୍ନତ ଶିକ୍ଷା ପାଇଁ ନୂତନ ଯୋଜନା ଆରମ୍ଭ କରିଆସୁଥିବା ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ରାଜଧାନୀର ମେହେରାମ ନଗରରେ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ଯେଉଁଥିରେ ଅନେକ କ୍ରୀଡା ସମେତ ସୁଇମିଂ ପୁଲ ଭଳି ସମସ୍ତ ସୁବିଧା ରହିବ।

Delhi Government, Manish Sisodia, Education Model, Delhis Five Star School, Delhi News, CM Arvind Kejriwal

ଏଥିରୁ ସ୍ପଷ୍ଟ ଯେ ବେସରକାରୀ ବିଦ୍ୟାଳୟରେ ଉପଲବ୍ଧ ସମସ୍ତ ସୁବିଧା ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ଏହି ଅତ୍ୟାଧୁନିକ ବିଦ୍ୟାଳୟରେ ଦିଆଯିବ। ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନେ ମଧ୍ୟ ଅତ୍ୟାଧୁନିକ ସୁବିଧା ମାଧ୍ୟମରେ ଉନ୍ନତ ଶିକ୍ଷା ଗ୍ରହଣ କରିପାରିବେ। ଦିଲ୍ଲୀର ମେହରାମ ନାଗରରେ ନିର୍ମିତ ହେବାକୁ ଥିବା ସ୍କୁଲ ଅଫ୍ ସ୍ପେଶାଲାଇଜଡ୍ ଏକ୍ସଲେନ୍ସ ଉପରେ ପ୍ରାୟ ୩୯.୭୩ କୋଟି ଟଙ୍କା ଖର୍ଚ୍ଚ ହେବ। କେବଳ ଏତିକି ନୁହେଁ, ଏହି ବିଦ୍ୟାଳୟ ଏକ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଯିବ। ଏଥିସହ ଏହା ଦେଶର ପ୍ରଥମ ଅତ୍ୟାଧୁନିକ ସରକାରୀ ବିଦ୍ୟାଳୟ ହେବ ବୋଲି ଦାବି କରାଯାଉଛି।

ଏହା ବ୍ୟତୀତ ମନୀଷ ସିସୋଡିଆ କହିଛନ୍ତି ଯେ ପିଲାମାନେ ଏହି ବିଦ୍ୟାଳୟର ଛାତରେ ବାସ୍କେଟବଲ, ଟେନିସ୍ ଏବଂ ଭଲିବଲ୍ ଖେଳୁଥିବା ଦେଖିବାକୁ ମିଳିବ। ବିଦ୍ୟାଳୟକୁ ବିଶ୍ୱ ସ୍ତରୀୟ କରିବା ଦିଗରେ ପଦକ୍ଷେପ ନେଇ ଦିଲ୍ଲୀ ସରକାର ପିଲାମାନଙ୍କର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ଏହି ବିଲ୍ଡିଂର ପରିକଳ୍ପନା କରିଛନ୍ତି। ବିଦ୍ୟାଳୟରେ ଅଧ୍ୟୟନ ସହିତ କ୍ରୀଡ଼ାର ମଧ୍ୟ ଯତ୍ନ ନିଆଯିବ।

   Related Posts