ଚଳନ୍ତା ଗାଡିରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ପୋଲିସ ବି ଥିଲା ସାମିଲ…

Published By : Prameya-News7 Bureau | August 26, 2019 IST

ନୂଆଦିଲ୍ଲୀ୨୬|୮: ଚଳନ୍ତା ଗାଡିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀରେ  ଏଭଳି ନାରକୀୟ କାଣ୍ଡ ଘଟିଛି । ଗଣଦୁଷ୍କର୍ମ ଓ ମାରପିଟ୍‌ ଯୋଗୁଁ ଯୁବତୀଙ୍କୁ ଅବସ୍ଥା ବହୁତ ବିଗଡି ଯାଇଛି। ଏଥିପାଇଁ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।   

 ଦିଲ୍ଲୀରେ ଜିଟିବି ଏନ୍‌କ୍ଲୋଭ ଥାନାରେ ମାମଲା ରୁଜୁ କରାଯାଇଛି। ହେଲେ ଏଯାଏଁ ଅଭିଯୁକ୍ତ ଗିରଫ ହୋଇନାହାଁ। ଏହି ଘଟଣାରେ ଜଣେ ପୋଲିସ ସାମିଲ ଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଅଗଷ୍ଟ ମାସ ୨୫ ତାରିଖରେ ଶାହଦରାରୁ ଜଣେ ଯୁବତୀ ନିଜ କାର୍ଯ୍ୟସ୍ଥଳୀକୁ ଯିବା ପାଇଁ ଅଟୋରେ ବସିଥିଲେ। ଅଟୋରେ ତାଙ୍କ ମୁଣ୍ଡ ବୁଲାଇଥିଲା।

ଫଳରେ ଅଟୋ ଚାଳକ ତାଙ୍କୁ ଗୋଟେ ଇକୋ ଭ୍ୟାନ୍‌ରେ ଡାକ୍ତରଖାନା ଯିବା ପାଇଁ ଜଣେ ପୋଲିସକର୍ମୀ ସହ ବସାଇଥିଲେ। ତେବେ ସେହି ସମୟରେ ଇକୋ ଭ୍ୟାନରୁ ଯୁବତୀଙ୍କୁ ଆଉ ଏକ ଗାଡିକୁ ସିଫ୍ଟ କରିଥିଲା ପୋଲିସ। ଗାଡି ଡ୍ରାଇଭର ଯୁବତୀଙ୍କୁ ବେହୋଶ କରିବା ପାଇଁ ଔଷଧ ଦେଇ ଦୁଷ୍କର୍ମ କରିଥିଲା।  

ଗାଡି ଆନନ୍ଦ ବିହାର ଶାହଦରା ଇଲାକାରେ ବୁଲୁଥିଲା ଓ ଯୁବତୀଙ୍କ ସହ ମଧ୍ୟ ଦୁଷ୍କର୍ମ ହେଉଥିଲା। ଚଳନ୍ତା ଗାଡିରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ଏକ ବସ୍ତିକୁ ନିଆଯାଇଥିଲା। ସେତେବେଳକୁ ତାଙ୍କର ସାମାନ୍ୟ ହୋସ ଆସିସାରିଥିଲା । ସେଠାରେ ମଧ୍ୟ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଯୁବତୀ ଏହାର ବିରୋଧ କରିଥିବାରୁ ତାଙ୍କୁ ମାରପିଟ୍‌ କରିଥିଲେ ଦୁଷ୍କର୍ମକାରୀ।

ଦୁଷ୍କର୍ମ ପରେ ସେହି ପରିସ୍ଥିତିରେ ଯୁବତୀଙ୍କୁ ସେଠି ଛାଡି ଅଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ୨୬ ତାରିଖ ସକାଳ ୩ଟାରେ ଯୁବତାଙ୍କୁ ହୋସ ଆସିଥିଲା। ହୋସ ଆସିବା ପରେ ସେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଆଖପାଖରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ସେଠାରୁ ଉଦ୍ଧାର କରି ରାସ୍ତାରେ ଛାଡି ଫେରାର ହୋଇଯାଇଥିଲା।

wp:heading {"level":1}

 




/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.