Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ତେଜିଲା ହାଇଦ୍ରାବାଦ ପ୍ରସଙ୍ଗ: ସଂସଦଭବନ ବାହାରେ ଧାରଣା ଦେଲେ ଦିଲ୍ଲୀର ଝିଅ ଅନୁ ଦୁବେ,ଜାଣନ୍ତୁ କହିଛନ୍ତି କ’ଣ

30/11/2019 at 3:17 PM

ନୂଆଦିଲ୍ଲୀ ୩୦।୧୧: ହାଇଦ୍ରାବାଦରେ ଯୁବତୀଙ୍କ ପ୍ରତି ଦୁଷ୍କର୍ମ ଓ ତାଙ୍କୁ ପୋଡି ହତ୍ୟା କରିବା ଘଟଣା ଲୋକଙ୍କ ମନରେ ପୁଣି ୨୦୧୨ ମସିହା ନିର୍ଭୟା କାଣ୍ଡକୁ ତାଜା କରିଦେଇଛି। ସାରା ଦେଶରେ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ରାଜଧାନୀ ଦିଲ୍ଲୀର ଝିଅ ଅନୁ ଦୁବେ ଶନିବାର ସଂସଦ ଭବନ ବାହାରେ ଧାରଣା ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଏକ ପ୍ଲାକାର୍ଡ ଧରି ଧାରଣା ଦେଇଥିଲେ ଯେଉଁଥିରେ ସେ ଲେଖିଛନ୍ତି ‘ଯାହା କରିବାର ଅଛି କର ଏବେ ଆଉ ମନ ଡରୁନି ’। ତେବେ ପୋଲିସ ତାଙ୍କୁ ସଂସଦ ଭବନ ବାହାରେ ବେଶି ସମୟ ବସେଇ ଦେଇନଥିଲା। ଥାନାକୁ ଉଠାଇ ନେଇ ତାଙ୍କୁ ମାରପିଟ କରିଥିବା ଜଣାପଡିଛି।

ହାଇଦ୍ରାବାଦ ଘଟଣା ପରେ ଲୋକେ ପୁଣି  ସୋସାଲ ମିଡିଆରେ ଆକ୍ଟିଭ ହୋଇଯାଇଛନ୍ତି। ଘଟଣାର ମାତ୍ର କିଛି ଘଣ୍ଟା ନ ପୁରୁଣୁ ସରକାର ଓ ପ୍ରଶାସନର ଗୁମର ପଦାରେ ପକାଇଛନ୍ତି। ସେପଟେ ସୂଚନା ଓ ପ୍ରଦ୍ୟୋଗିକି ଲାଗି ପ୍ରସିଦ୍ଧ ହାଇଦ୍ରାବାଦ ସହର ଏବ ଲୋକଙ୍କ ପ୍ରସଙ୍ଗ ପାଲଟିଛି। ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ପ୍ରାବଧାନ ଲାଗି ଲୋକଙ୍କ ଦାବି ପୁଣି ଜୋର ଧରିଛି।

ଅନୁଙ୍କୁ ପୋଲିସ ମାରପିଟ କରିଥିବା କହିଲେ ଶ୍ୱାତୀ ମଲିୱାଲ
ଅନୁଙ୍କୁ ଭେଟିଛନ୍ତି ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ଶ୍ୱାତୀ  ମଲିୱାଲ। ଏହି ସାକ୍ଷାତ ସମୟରେ ପୋଲିସ ତାଙ୍କ ପ୍ରତି ବର୍ବରତା ଆଚରଣ କରିଥିବା ନେଇ ଅନୁ ଅଭିଯୋଗ କରିଛନ୍ତି। ସଂସଦ ଭବନରୁ ପୋଲିସ ତାଙ୍କୁ ଥାନାକୁ ଉଠାଇ ନେଇଥିଲା। ସେଠାରେ ୩ ଜଣ ମହିଳା ପୋଲିସ କର୍ମଚାରୀ ତାଙ୍କୁ ତଳେ ପକାଇ ଦଳାଚକଟା କରିବା ସହ ଧମକାଇଥିବା ଅନୁ କହିଥିବା ଶ୍ୱାତୀ ସୂଚନା ଦେଇଛନ୍ତି ।  ସେ ସଂସଦ ଭବନ ବାହାରେ ଆଉ କେବେ ବିକ୍ଷୋଭ ପ୍ରଦର୍ଶନ କରିବେ ନାହିଁ ବୋଲି ପୋଲିସ ତାଙ୍କଠାରୁ ଲିଖିତ ନେଇଥିବା ମଧ୍ୟ ଅନୁ କହିଛନ୍ତି। ଏଣୁ ଥାନା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସେ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି।

କ’ଣ ପାଇଁ ଅନୁଙ୍କ ଏହି ପ୍ରଦର୍ଶନ ?
ଅନୁଙ୍କ କହିବା କଥା ହେଲା କେବଳ ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ନୁହେଁ ଦେଶରେ ନିତିଦିନ ହେଉଥିବା ଶହଶହ ଘଟଣାକୁ ବିରୋଧ ଓ ମହିଳାଙ୍କ ସୁରକ୍ଷା ଦାବିରେ ସେ ପ୍ରଦର୍ଶନକୁ ଓହ୍ଲାଇଥିଲେ। ଏଥିଲାଗି ସେ ମହିଳା ଓ ଯୁବତୀଙ୍କୁ ଅପିଲ ମଧ୍ୟ କରିଛନ୍ତି ଯଦି ସେମାନଙ୍କ ସହ ସେଭଳି କିଛିବି ହେଉଥାଏ ତେବେ ମୋତେ ଜଣାନ୍ତୁ ସେମାନଙ୍କ ଲାଗି ମୁଁ ପ୍ରଦର୍ଶନ କରିବି। ସବୁଦିନ ଦୁଷ୍କର୍ମ ମାମଲା ସମ୍ପର୍କିତ ଖବରରେ ଥକିଯାଇଥିଲେ। ଏଣୁ  ବିରୋଧ କରିବାକୁ ସଂସଦ ଭବନ ସମ୍ମୁଖରେ ପହଞ୍ଚିଥିଲେ ଅନୁ ।

ଗିରଫ ପୂର୍ବରୁ ଗଣମାଧ୍ୟମକୁ ଦେଇଥିଲେ ସାକ୍ଷାତକାର
ତେବେ ପୋଲିସ ଗିରଫ କରିବା ପୂର୍ବରୁ ଅନୁଙ୍କୁ ଏକ ନ୍ୟୁଜ ଚାନେଲ ଭେଟିଥିଲା।   ହାଇଦ୍ରାବାଦରେ ଯାହା ଘଟିଛି ତାହା ତାଙ୍କ ସହ ବି ଘଟିପାରେ ବୋଲି କହିଥିଲେ। ହେଲେ ସେ ହାରିବେ ନାହିଁ ଏଭଳି ମାନସିକତା ରଖୁଥିବା ଲୋକଙ୍କ ବିରୋଧରେ ସେ ଲଢିବେ ବୋଲି କହିଛନ୍ତି।

   Related Posts