Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଯୁବତୀଙ୍କ ଗାଡି ନମ୍ୱର ପ୍ଲେଟ ନେଇ ପରିବହନ ବିଭାଗକୁ DCWର ନୋଟିସ୍, ତୁରନ୍ତ S.E.X ହଟାଅ

5/12/2021 at 9:41 AM

ନୂଆଦିଲ୍ଲୀ ୦୫/୧୨: ଦିଲ୍ଲୀରେ ଜଣେ ଯୁବତୀଙ୍କ ଗାଡି ନମ୍ୱର ପ୍ଲେଟକୁ ନେଇ ପହିବହନ ବିଭାଗକୁ ନୋଟିସ୍ ଜାରି କରିଛନ୍ତି DCW । DCW ପକ୍ଷରୁ କୁହାଯାଇଛି ଉକ୍ତ ସ୍କୁଟିର ନମ୍ବର ପ୍ଲେଟକୁ ତୁରନ୍ତ ହଟାଅ । ଲେଖାଥିବା ‘S.E.X’ ଅକ୍ଷର ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ନୂତନ ସିରିଜ୍ ଅଧୀନରେ ପଞ୍ଜୀକୃତ ସମୁଦାୟ ଯାନବାହାନ ବିଷୟରେ ଉଲ୍ଲେଖ କରିବାକୁ ଡିସିଡବ୍ଲ୍ୟୁ ଏହାର ଉତ୍ତରରେ ବିଭାଗକୁ କହିଛନ୍ତି ।

ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ମାମଲା ସାମ୍ନାକୁ ଆସିବା ପରେ ସମଗ୍ର ଶୃଙ୍ଖଳାକୁ ବନ୍ଦ କରି ଦିଆଯାଇଛି। ଅଧିକାରୀ କହିଛନ୍ତି ଯେ ଯାହାର ଏହି ସିରିଜରେ ରେଜିଷ୍ଟ୍ରେସନ ନମ୍ବର ଅଛି, ସେ ଏହାକୁ ବଦଳାଇ ପାରିବେ । ଏ ବାବଦରେ ୪ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ସେ ଟ୍ରାନ୍ସପୋର୍ଟ ବିଭାଗକୁ ନୋଟିସ ଜାରି କରିଛନ୍ତି ।

ଆୟୋଗର ମୁଖ୍ୟ ସ୍ୱାତୀ ମାଲିୱାଲ ଏକ ବିବୃତ୍ତିରେ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଲୋକମାନେ ଲଜ୍ଜା ସରମ ଭୁଲି ଏତେ ତଳକୁ ଖସିପାରନ୍ତି । ଫଳରେ ଝିଅଟି ଏତେ ନିର୍ଯାତନାର ସମ୍ମୁଖୀନ ହୋଇଥିଲା । ” ସେ କହିଛନ୍ତି, “ସେକ୍ସ” ଶବ୍ଦ ଧାରଣ କରିଥିବା ଏହି ଆବଣ୍ଟନ ଶୃଙ୍ଖଳାରେ ପଞ୍ଜୀକୃତ ସମୁଦାୟ ଯାନବାହାନ ଦେବାକୁ ମୁଁ ପରିବହନ ବିଭାଗକୁ କହିଛି । ଏହି ବିଜ୍ଞପ୍ତିରେ ମାଲିୱାଲ ବିଭାଗରୁ ଏଭଳି ଅଭିଯୋଗର ସବିଶେଷ ତଥ୍ୟ ମାଗିଛନ୍ତି ।

ସୂଚନା ଥାଉକି, ଜନକପୁରୀରେ ରହୁଥିବା ଜଣେ ଫ୍ୟାଶନ୍ ଡିଜାଇନ୍ ଛାତ୍ରୀଙ୍କୁ ତାଙ୍କ ବାପା ଏକ ସ୍କୁଟି ଉପହାର ଦେଇଥିଲେ । ଯେଉଁ ଗାଡ଼ିରେ ନମ୍ବର ନ୍ୟୁମେରିକାଲ ସହ sex ଶବ୍ଦ ରହିଥିଲା । ଯାହାକୁ ନେଇ ଛାତ୍ରୀ ଜଣକ ଗାଡ଼ିଟିକୁ ବାହାରକୁ ନେବାକୁ ଲଜ୍ଜା ବୋଧ କରିଥିଲେ । ଗାଡ଼ି ନମ୍ବରକୁ ନେଇ ତାଙ୍କୁ ଅନେକ କମେଣ୍ଟ ମଧ୍ୟ ଶୁଣିବାକୁ ମିଳିଥିଲା । ବାଧ୍ୟ ହୋଇ ଯୁବତୀ ଜଣକ ଦିଲ୍ଲୀ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

   Related Posts