ଦିନକଲାଗି ବ୍ରିଟେନ ହାଇକମିଶନର ହେଲେ ଦିଲ୍ଲୀ ଝିଅ ଚୈତନ୍ୟା

Published By : Prameya-News7 Bureau | October 11, 2020 IST

ନୂଆଦିଲ୍ଲୀ ୧୧।୧୦: ଦିନକଲାଗି ଭାରତରେ ବ୍ରିଟେନ ହାଇକମିଶନର ହୋଇଛନ୍ତି ଦିଲ୍ଲୀ ଝିଅ ଚୈତନ୍ୟା ଭେଙ୍କଟେଶ୍ୱରନ। ଗତ ବୁଧବାର ଚୈତନ୍ୟା ହାଇକମିସନ ଭାବେ ଗୋଟିଏ ଦିନ ବ୍ରିଟିଶ ଦୂତାବାସରେ କଟାଇଛନ୍ତି। ସାରା ବିଶ୍ୱରେ ମହିଳାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ରେଖାଙ୍କିତ କରିବା ଲାଗି ମହିଳା ସଶକ୍ତିକରଣ ମିସନ ଇନିଟେଟିଭରେ ଚୈତନ୍ୟା ବ୍ରିଟେନ ରାଷ୍ଟ୍ରଦୂତ ମନୋନୀତ ହୋଇଥିଲେ। 

{"id":342409,"sizeSlug":"large"}

୧୧ଅକ୍ଟୋବର ଅନ୍ତର୍ଜାତୀୟ ବାଳିକା ଦିବସ ଲାଗି ବ୍ରିଟିଶ ହାଇକମିଶନଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରପତେ ବ୍ରିଟେନ ଦୂତାବାସ ‘ଦିନକ ଲାଗି ଉଚ୍ଚାୟୁକ୍ତ’ ପ୍ରତିଯୋଗୀତା ଗତ ୨୦୧୭ ମସିହାରୁ ଆୟୋଜନ କରିଆସୁଛନ୍ତି।  ଏଥିରେ ୧୮ରୁ ୨୩ ବର୍ଷ ବୟସ୍କା ଯୁବତୀମାନେ ଭାଗ ନେଇଥାନ୍ତି। ୧୧ ଅକ୍ଟୋବର ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଚୈତନ୍ୟା ଭେଙ୍କଟେଶ୍ୱରନ ଚଳିତବର୍ଷ ବ୍ରିଟେନ ହାଇକମିଶନ ହୋଇଛନ୍ତି। ବାର୍ଷିକ ପ୍ରତିଯୋଗୀତାରେ ବ୍ରିଟେନ ହାଇକମିଶନ ହେବାରେ ଚୈତନ୍ୟା ଚତୁର୍ଥ।

{"id":342415,"width":576,"height":576,"sizeSlug":"large"}

ହାଇକମିସନ ଭାବେ ଚୈତନ୍ୟା କାର୍ଯ୍ୟାଳୟକୁ ଆସି ବ୍ରିଟେନ ଦୂତାବାସର ଦୈନନ୍ଦିନ କାର୍ଯ୍ୟ ସମ୍ଭାଳିଥିଲେ। ଏଥିରେ ସେ ପ୍ରଥମେ ଦୂତାବାସର ବିଭାଗ ମୁଖ୍ୟମାନଙ୍କୁ ଦାୟିତ୍ୱ ବଣ୍ଟନ କରିବା ସହ ବରିଷ୍ଠ ମହିଳା ପୋଲିସ ଅଧିକାରୀଙ୍କ ସଙ୍ଗେ ଆଲୋଚନା ମଧ୍ୟ କରିଛନ୍ତି। ଏହା ପରେ ସେ  ଗଣମାଧ୍ୟମକୁ ମଧ୍ୟ ଭେଟିଛନ୍ତି। ଏହି ଅବସରରେ ଦିନକ ଲାଗି ବ୍ରିଟେନ ଉଚ୍ଚାୟୁକ୍ତ ଭାରତୀୟ ମହିଳା ଅଂଶଗ୍ରହଣକାରୀଙ୍କ ଉପରେ ବ୍ରିଟିଶ କାଉନସିଲ ଷ୍ଟେମ୍ ସ୍କୋଲାରସିପ୍‌ର ପ୍ରଭାବ ଅନୁଧ୍ୟାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି।

{"id":342416,"width":577,"height":508,"sizeSlug":"large"}

କହିଲେ ଏକ ସୁବର୍ଣ୍ଣ ସୁଯୋଗ
ବ୍ରିଟେନ ହାଇକମିସନ ଭାବେ ଚୈତନ୍ୟା ନିଜକୁ ବେଶ ଗୌରବାନ୍ୱିତ ମନେ କରୁଥିବା କହିଛନ୍ତି। ଯେତେବେଳେ ଛୋଟ ଥିଲେ ସେତେବେଳେ ସେ ପ୍ରାୟତଃ ବ୍ରିଟିସ କାଉନସିଲ ପୁସ୍ତକାଳୟକୁ ଯାଉଥିଲେ। ସେବେଠାରୁ ତାଙ୍କ ମନରେ ଶିଖିବା ଲାଗି ଉତ୍ସାହ ସୃଷ୍ଟି ହୋଇଥିଲା ବୋଲି କହିଛନ୍ତି। ଦିନକ ଲାଗି ହେଉ ପଛେ ବ୍ରିଟେନ ଉଚ୍ଚାୟୁକ୍ତ ହେବା ତାଙ୍କ ଲାଗି ଏକ ସୂବର୍ଣ୍ଣ ସୁଯୋଗ ବୋଲି କହିଛନ୍ତି ଚୈତନ୍ୟା। ଭାରତରେ ଅବସ୍ଥାପିତ ବ୍ରିଟେନର କାର୍ଯ୍ୟକାରୀ ଉଚ୍ଚାୟୁକ୍ତ ଜନ୍‌ ଥମ୍ପସନ ଏହା ଏକ ସୁନ୍ଦର ପ୍ରତିଯୋଗୀତା ବୋଲି କହିଛନ୍ତି। ଅସାଧାରଣ ବାଳିକାଙ୍କ ଲାଗି ଏହା ଏକ ମଞ୍ଚ ଭଳି କାର୍ଯ୍ୟ କରୁଥିବା ସେ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.