ଦିଲ୍ଲୀର ଏହି ଯୁବତୀ ଗେଲଙ୍କୁ କରିଥିଲେ ପ୍ରପୋଜ, ହେଲେ ସର୍ତ୍ତ ଦେଖି ଆଚମ୍ବିତ ହୋଇଥିଲେ ଗେଲ
15/07/2019 at 2:25 PM

ମିଷ୍ଟର ୟୁନିଭର୍ସ ଭାବେ ଚର୍ଚ୍ଚାରେ ଥିବା ୱେଷ୍ଟଇଣ୍ଡିଜର ପ୍ରତିଷ୍ଠିତ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍ କ୍ରିକେଟ୍ ବ୍ୟତୀତ ନିଜ ଚାଲିଚଳନ, ଫ୍ୟାସନ ଆଦି ବହୁ ଜିନିଷ ପାଇଁ ବେଶ ଚର୍ଚ୍ଚିତ । ବିଶେଷକରି ଅଧିକାଂଶ ସମୟ ସେ ତାଙ୍କ ଲାଇଫଷ୍ଟାଇଲ ନେଇ ବେଶ ଚର୍ଚ୍ଚାରେ ରୁହନ୍ତି। ଆଇପିଏଲର ନବମ ସିଜନ୍ରେ କ୍ରିସ୍ ଗେଲ୍ ଆରସିବି ଟିମ୍ରୁ ଖେଳିଥିଲେ। ସେହି ସମୟରେ ଦିଲ୍ଲୀର ଆରୋହି ନାମକ ଜଣେ ଝିଅ ଟୁଇଟର୍ ମାଧ୍ୟମରେ ଗେଲ୍ଙ୍କୁ ଡିନର ଡେଟ୍ ପାଇଁ ନିମନ୍ତ୍ରଣ କରିଥିଲେ।
