ଜେଲ୍ ଭିତରେ ମୋତେ ନିର୍ମମ ପିଟାଗଲା, ପୋଲିସ କର୍ମୀଙ୍କ ଉପରେ ସଙ୍ଗୀନ ଆରୋପ ଲଗାଇ କୋର୍ଟର ଦ୍ଵାରସ୍ଥ ହେଲା ନିର୍ଭୟା ଦୋଷୀ

Published By : Prameya-News7 Bureau | March 11, 2020 IST

ନୂଆଦିଲ୍ଲୀ ୧୧।୦୩ : ଦିଲ୍ଲୀ ଗଣ ବଳାତ୍କାରର ଦୋଷୀ ପବନ ଗୁପ୍ତାର ଆରୋପ ପରେ ଦିଲ୍ଲୀର ଏକ ଅଦାଲତ ଜେଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛି। ଜେଲ୍ ଭିତରେ ମାଡ ମରାଯାଇଥିବା ଅଭିଯୋଗ ଆଣି ନିର୍ଭୟା ମାମଲାର ଦୋଷୀ ପବନ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଛି। ଗୁରୁବାର ଏହି ମାମଲାର ଶୁଣାଣି ହେବ ବୋଲି କୋର୍ଟ ପକ୍ଷରୁ ପ୍ରକାଶ।

ପବନ  ମଣ୍ଡୋଲୀ ଜେଲର ଦୁଇ ପୋଲିସକର୍ମୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରି କହିଛି ଯେ, ଏହି ପୋଲିସ କର୍ମଚାରୀଙ୍କ ମାଡରେ ତା ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅନ୍ୟପଟେ ଆଉ ଜଣେ ଦୋଷୀ ମୁକେଶ ସୁପ୍ରିମକୋର୍ଟରେ ଯାଚିକା ଦାୟର କରି ତାକୁ ସମସ୍ତ ଆଇନଗତ ବିକଳ୍ପର ବ୍ୟବହାର  କରିବାକୁ ଅନୁମତି ଦେବାକୁ ଦାବି କରିଛି। କ୍ୟୁରେଟିଭ ପିଟିସନ ଦାୟର ନେଇ ତାର ପୁରୁଣା ଓକିଲ ତାଙ୍କୁ ଭ୍ରମିତ କରିଥିବା ମୁକେଶ ଅଭିଯୋଗ କରିଛି।

{"id":236692,"width":757,"height":425,"sizeSlug":"large"}

ମୁକେଶ ନିଜର ଓକିଲ ଏଲ ଶର୍ମା ଜରିଆରେ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଛି। ସେ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ଦ୍ଵାରା ତା  ବିରୋଧରେ କରାଯାଇଥିବା ଅପରାଧିକ ଷଡଯନ୍ତ୍ର ଓ ଠକେଇର ତଦନ୍ତ ସିବିଆଇ ଦ୍ଵାରା କରାଯିବାକୁ ଦାବି କରିଛି। ଏହି ମାମଲାର ଓକିଲ ଅଛନ୍ତି ବୃନ୍ଦା ଗ୍ରୋଭର।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ପଟିଆଲା ହାଉସ୍ କୋର୍ଟ ଚାରି ଦୋଷୀଙ୍କ ବିରୋଧରେ ଚତୁର୍ଥ ମୃତ୍ୟୁ ପରଓ୍ଵାନା(ଡେଥ୍ ଓ୍ଵାରେଣ୍ଟ) ଜାରି କରିଥିଲା। ଚାରି ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶୀ ଦେବାକୁ ତାରିଖ ଓ ସମୟ ନିର୍ଦ୍ଧାରିତ କରାଯାଇଛି। ଚାରି ଦୋଷୀ ହେଉଛନ୍ତି ମୁକେଶ ସିଂହ(୩୨), ପବନ ଗୁପ୍ତା(୨୫), ବିନୟ ଶର୍ମା(୨୬) ଓ ଅକ୍ଷୟ କୁମାର ସିଂହ(୩୧)।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.