Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ରାଜଧାନୀ ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଲା ଥଣ୍ଡା: ଖସିଲା ପାରଦ, ବାଟ ଓଗାଳିଲା କୁହୁଡ଼ି

1/01/2021 at 4:31 PM

ନୂଆଦିଲ୍ଲୀ ୦୧/୦୧: ବିଶ୍ବ ୨୦୨୦କୁ ବିଦାୟ ଦେଇଛି । ନୂଆବର୍ଷ ୨୦୨୧କୁ ସ୍ବାଗତ କରିଛନ୍ତି ବିଶ୍ବବାସୀ। ଏହାରି ଭିତରେ ଶୀତର ପ୍ରକୋପ ମଧ୍ୟ ବଢ଼ିଛି। ଖସୁଛି ପାରଦ, ବଢ଼ୁଛି ଲୋକଙ୍କ କଷ୍ଟ। ଦେଶରେ ବିଭିନ୍ନ ସ୍ଥାନରେ ଥଣ୍ଡା ଲୋକଙ୍କୁ ଯାତନା ଦେଇଛି। ଦେଶର ରାଜଧାନୀ ଦିଲ୍ଲୀରେ ପାରଦ ୧.୧ ଡିଗ୍ରିକୁ ଖସିଆସିଥିଲା। ଫଳରେ ଥଣ୍ଡା ୧୫ ବର୍ଷର ରେକର୍ଡ ଭାଙ୍ଗିଛି।

ପିଟିଆଇ ଅନୁସାରେ ଆଇଏମଡିର କୁଲଦୀପ ଶ୍ରୀବାସ୍ତବ କହିଛନ୍ତି ସଫଦରଜଙ୍ଗ ଓ ପାଲମରେ ୧ ଜାନୁଆରୀ ସକାଳ ୬ରେ କୁହୁଡ଼ି ଏତେ ଅଧିକ ଥିଲା ଯେ ଭିଜିବିଲିଟି ଶୂନ ହୋଇଥିଲା। ଘନ କୁହୁଡ଼ି ଯୋଗୁ ଯାତାୟତ ଏକପ୍ରକାର ଠପ ହୋଇଥିଲା। ସଫଦରଜଙ୍ଗ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧.୧ ଡିଗ୍ରି ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଦିଲ୍ଲୀର ଅନ୍ୟ ଏକ ଅଞ୍ଚଳ ପାଲମରେ ତାପମାତ୍ରା ୪.୬ ଡିଗ୍ରି ଥିଲା। ଏହା ସହ ୨୪ ଘଣ୍ଟାରେ ତାପମାତ୍ରାରେ ୪.୨ ଡିଗ୍ରି ସେଲସିୟସ୍‌ କମ୍‌ ହୋଇପାରେ। ପୂର୍ବରୁ ପାଣିପାଗ ବିଭାଗ ନୂଆବର୍ଷ ଆଗମନରେ ଘନ କୁହୁଡ଼ିର ପୂର୍ବାନୁମାନ କରିଥିଲା। ୩ ରୁ ୫ ଜାନୁଆରୀ ମଧ୍ୟରେ ଦିଲ୍ଲୀରେ ହାଲକା ବର୍ଷା ହୋଇପାରେ। ୩୧ ଡିସେମ୍ବରରେ ରାଜଧାନୀରେ ତାପମାତ୍ରା ୩ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଥିଲା। ଏହା ପୂର୍ବରୁ ୮ ଜାନୁଆରୀ ୨୦୦୬ରେ ଦିଲ୍ଳୀରେ ସର୍ବନିମ୍ନ ତାପମାତ୍ରା ୦.୨ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିଲା।

   Related Posts