ଦିଲ୍ଲୀରେ ଦୀପାବଳି ଲାଗି ଦମକଳ ବିଭାଗ ପ୍ରସ୍ତୁତି ଚୂଡ଼ାନ୍ତ, ଉତ୍ସବ ଦିନ ସହରରେ ମୁତୟନ ରହିବେ ୩ ହଜାର ଆଗ୍ନିକ

Published By : Prameya-News7 Bureau | October 31, 2021 IST

ନୂଆଦିଲ୍ଲୀ ୩୧।୧୦: କୋଭିଡ-୧୯ର ଦୀର୍ଘ ପ୍ରକୋପ ପରେ ଏବେ ସ୍ୱଭାବିକ ହୋଇଛି ରାଜଧାନୀ ଦିଲ୍ଲୀ। ଗତବର୍ଷ କୋଭିଡ କାରଣରୁ ଦୀପାବଳି ଉତ୍ସବକୁ ଜାତୀୟ ରାଜଧାନୀ ସ୍ୱଭାବିକ ପାଳନ କରିପାରିନଥିଲା। ହେଲେ ଚଳିତବର୍ଷ କଥା ଭିନ୍ନ, ରାଜଧାନୀରେ ଏଥର କୋଭିଡ ଭୟ ନାହିଁ। ଯଦିଓ ସଂକ୍ରମଣ ଏବେବି ରହିଛି, ତେବେ ହାର ସ୍ୱଳ୍ପ ଓ ମୃତ୍ୟୁ ନାହିଁ। ଏଣୁ ଦିଲ୍ଲୀ ଆଗାମୀ ଦୀପାବଳିକୁ କିପରି ପାଳିବ ତାହା ରାଜଧାନୀରେ ଅଗ୍ନିସମ ବିଭାଗର ପ୍ରସ୍ତୁତିରୁ ଜଣାପଡିଗଲାଣି।

{"id":536336,"sizeSlug":"full","linkDestination":"none"}

ଚଳିତବର୍ଷ ରାଜଧାନୀ ଦିଲ୍ଲୀରେ ଦୀପାବଳି ପାଳନ ବେଳେ ୩ ହଜାର ଆଗ୍ନିକ ମୁତୟନ ରହିବେ। ଏମାନେ ଦୁଇ ଦିନ ଧରି ରାଜଧାନୀରେ ଅହର୍ନିସୀ ସେବାରେ ରହିବା ସହ କୌଣସି ଅପ୍ରିୟ ଘଟଣାର ମୁକାବିଲା ଲାଗି ୩୦ରୁ ଅଧିକ ସମ୍ବେଦନଶୀଳ ସ୍ଥାନରେ ଦିଲ୍ଲୀ ଅଗ୍ନିସମ ସେବା (ଡିଏଫଏସ) ମହଜୁଦ ରହିବ। ଏଥିଲାଗି ନିୟନ୍ତ୍ରଣ କକ୍ଷକୁ ସଜାଗ କରାଯାଇଛି। ଯେଉଁଠୁ ବି ଫୋନ କଲ ଆସିବ ଅଗ୍ନିସମ କର୍ମଚାରୀ ତୁରନ୍ତ ପହଞ୍ଚି ପଦକ୍ଷେପ ନେବେ।

{"id":536338,"width":840,"height":436,"sizeSlug":"full","linkDestination":"none"}

ଦିଲ୍ଲୀରେ ୧ ଜନୁୟାରୀ ୨୦୨୨ ପର୍ଯ୍ୟନ୍ତ ଆତଶବାଜୀ ଓ ବାଣ ବିକ୍ରି ଉପରେ ନିଷିଦ୍ଧାଦେଶ ରହିଛି। ଗତବର୍ଷ ମଧ୍ୟ ନିଷିଦ୍ଧ ଥିଲା, ହେଲେ ଦୀପାବଳି ଦିନ ମଧ୍ୟରାତ୍ର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଆତଶବାଜୀ ଜନିତ ୨୦୫ଟି ଦୁର୍ଘଟଣା ରେକର୍ଡ ହୋଇଥିଲା। ଅଗ୍ନିସମ ବିଭାଗ ପହଞ୍ଚି ପ୍ରତ୍ୟେକ ଦୁର୍ଘଟଣାର ମୁକାବିଲା କରିବା ସହ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଥିଲା। ଏଣୁ ଗତବର୍ଷର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦମକଳ ବିଭାଗ ନିର୍ଦ୍ଦେଶକ ଅତୁଲ ଗର୍ଗ ଗତ ଅକ୍ଟୋବର ୧୨ ତାରିଖ ଦିନ ବୈଠକରେ ୪ ନଭେମ୍ବର ଦୀପାବଳି ପ୍ରସ୍ତୁତି ନେଇ ଚର୍ଚ୍ଚା କରିଥିଲେ।

{"id":536339,"width":838,"height":508,"sizeSlug":"full","linkDestination":"none"}

ଏଣୁ ଯୋଜନା ଅନୁସାରେ ଦୀପାବଳି ଦିନ କେତେକ ସ୍ଥାନରେ ଓ ୩ ଏବଂ ୪ ନଭେମ୍ବରରେ ସାରା ସହରରେ ଡିଏଫଏସ୍ ସତର୍କତା ଅବମ୍ବନ କରିବାକୁ ନିଷ୍ପତ୍ତି ହୋଇଛି। ଦମକଳ ବିଭାଗ ଅନୁସାରେ ତିଲକ ନଗର, ଲାଜପତ ନଗର(ସେଣ୍ଟ୍ରାଲ ମାର୍କେଟ), ଲାଲ କୂଆଁ ଚୌକ, ଲାହୋରୀ ଗେଟ୍, ନାଙ୍ଗଲୋଇ, ସାଉଥ ଏକ୍ସଟେନସନ୍, ସୋନିଆ ବିହାର, ମହରୌଲୀ, ଘିଟୋରନୀ ମେଟ୍ରୋ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ଦମକଳ ଗାଡ଼ି ମହଜୁଦ ରହିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.