ନୂଆଦିଲ୍ଲୀ ୧୭/୦୯: ରାଜଧାନୀ ଦିଲ୍ଲୀର ଲୋଧି ରୋଡ୍ ଅଞ୍ଚଳର ସିଜିଓ କମ୍ପ୍ଲେକ୍ସରେ ଅବସ୍ଥିତ ସିବିଆଇ ବିଲ୍ଡିଂରେ ଅଗ୍ନିକାଣ୍ଡ । କୁହାଯାଉଛି ଯେ ଏହି ଅଗ୍ନିକାଣ୍ଡଟି ବିଲ୍ଡିଂର ତଳ ମହଲାରେ ଲାଗିଥିଲା । ତେବେ ବିଲ୍ଡିଂର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇଛି ।
wp:html/wp:htmlDelhi: Fire breaks out in basement of the CBI building at CGO complex in Lodhi Road area today. All officers and staff in the building have been evacuated. Eight fire tenders rushed to the spot. Further details awaited.
— ANI (@ANI) September 17, 2021
ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ଆଠଟି ଦମକଳା ବାହିନୀ । ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ସୂଚନା ଥାଉକି, ମଧ୍ୟାହ୍ନ ୧.୩୬ରେ ସିବିଆଇ ବିଲଡିଂରେ ନିଆଁ ଲାଗିଥିଲା ।