Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ଦିଲ୍ଲୀ କୃଷକ ଆନ୍ଦୋଳନ ମାମଲା : ସୁପ୍ରିମକୋର୍ଟରେ ସୋମବାରକୁ ଟଳିଲା ଶୁଣାଣି, ଜାଣନ୍ତୁ ତାଜା ହାଲ

6/01/2021 at 4:15 PM

ନୂଆଦିଲ୍ଲୀ ୬।୧: ଦିଲ୍ଲୀ କୃଷକ ଆନ୍ଦଳନକୁ ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି ସୋମବାର ପର୍ଯ୍ୟନ୍ତ ଟଳିଛି। ମାମଲାରେ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁ ଗୋପାଲ ଚାଷୀଙ୍କ ସହ ଭଲ ପରିବେଶରେ ଆଲୋଚନା ହେଉଛି, ହୋଇପାରେ ଆଗକୁ ଏହାର ଉତ୍ତମ ଫଳାଫଳ ଆସିଯାଇପାରେ ବୋଲି କୋର୍ଟଙ୍କୁ କହିଛନ୍ତି। ଏଣୁ ପରିସ୍ଥିତିରେ ଶୁଣାଣି ଉଚିତ ହେବନି ବୋଲି କହିବାରୁ କୋର୍ଟ ମାମଲାର ଆଗାମୀ ଶୁଣାଣିକୁ ସୋମବାର ଜାନୁୟାରୀ ୧୧ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।

ସେପଟେ ରାଜଧାନୀରେ ଚାଷୀଙ୍କ ଆନ୍ଦୋଳନ କ୍ରମଶଃ ଉଗ୍ର ହେବାରେ ଲାଗିଛି। ଜାନୁୟାରୀ ୨୬ ତାରିଖ ଗଣତନ୍ତ୍ର ଦିବସ ପରେଡରେ ଚାଷୀ ଟ୍ରାକ୍ଟର ପଶେଇବାକୁ ଚିନ୍ତା କରୁଛନ୍ତି। ଏଥିଲାଗି ସେମାନେ ରାଜଧାନୀରେ ଟ୍ରାକ୍ଟର ପରେଡ ରିହର୍ସେଲ କରିବାକୁ ଯାଉଛନ୍ତି। ଏହା ଛଡା ଗତ ବର୍ଷାରେ ଚାଷୀଙ୍କ ତମ୍ବୁ ପଡିଯାଇଥିଲା। ସରକାରଙ୍କ ସହ ସେମାନଙ୍କ ପରବର୍ତ୍ତି ବୈଠକ ବିଫଳ ହେବାରୁ ଚାଷୀ ଆନ୍ଦୋଳନ ଦୀର୍ଘକାଳୀକ ହେବ ବୋଲି ସେମାନେ ଜାଣି ସାରିଲେଣି। ଏଣୁ ସେମାନେ ଆନ୍ଦୋଳନ ସ୍ଥଳକୁ ଇଟା, ବାଲି ଓ ସିମେଣ୍ଟ ଆଣି ରାସ୍ତା ଉପରେ ସ୍ଥାୟୀ ନିର୍ମାଣ ଆରମ୍ଭ କରିଦେଇଛନ୍ତି।

ଟିକିରି ବର୍ଡରରେ ଚାଷୀମାନ ବିଚ୍ ରାସ୍ତାରେ କାର୍ଯ୍ୟାଳୟ ନିର୍ମାଣ କରିଛନ୍ତି। କେବଳ ଏତିକି ନୁହେଁ ଆନ୍ଦୋଳନ ସ୍ଥଳରେ ଚା ଓ ଅନ୍ୟ ଆବଶ୍ୟକତା ଲାଗି ଖୀରର ଅଭାବ ପଡୁଛି। ଏଣୁ ଚାଷୀ ଗାଁରୁ ଏବେ ସେମାନଙ୍କ ଗାଈ, ମଇଁଷି ଦିଲ୍ଲୀ ଆଣିବାକୁ ବିଚାର କରୁଛନ୍ତି।  ଏଠାରେ ଆନ୍ଦୋଳନ ସାଙ୍ଗକୁ ରାଜଧାନୀରେ ସେମାନଙ୍କ ଖୀର ବେପାର ବି ଜମିବ।

୨୬ ଜାନୁୟାରୀ ଜନରାଜ୍ୟ ଦିବସ ପରେଡରେ ଚାଷୀଙ୍କ ଟ୍ରାକ୍ଟର ଅଂଶଗ୍ରହଣ କରିବ। ଏଥିଲାଗି ସେମାନେ ପୂର୍ଣ୍ଣ ପ୍ରସ୍ତୁତି କରି ରଖିଛନ୍ତି। ଏହି ପରେଡରେ ପଞ୍ଜାବ ଓ ହରିୟାଣାର ମହିଳାଚାଷୀମାନେ ନେତୃତ୍ୱ ନେବେ। ଏଥିଲାଗି ମହିଳାମାନେ ଏବେ ଟ୍ରାକ୍ଟର ଚଳାଇବା ଅଭ୍ୟାସ କରୁଛନ୍ତି।  

   Related Posts