ଆଜି ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ, ଭୋଟ୍ ଗଣତି ପାଇଁ କଡା ସୁରକ୍ଷା ବ୍ୟବସ୍ଥା

Published By : Prameya-News7 Bureau | February 11, 2020 IST

ନୂଆଦିଲ୍ଲୀ ୧୧।୨: କିଏ ହାତେଇବ ଦିଲ୍ଲୀ ସିଂହାସନ । ଆଜି ସକାଳ ୮ଟାରୁ ଦିଲ୍ଲୀରେ ଭୋଟ୍ ଗଣତି । ଭୋଟ୍ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ୨୧ଟି କେନ୍ଦ୍ରରେ ଭୋଟ୍ ଗଣତି ହେବ ।

ତେବେ ଭୋଟ୍ ଗ୍ରହଣ ଶେଷ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ୍ ବାହୁଡ଼ା ମତ ବା ଏକଜିଟ୍ ପୋଲର ଫଳାଫଳରେ ଆମ୍ ଆଦମୀ ପାର୍ଟି ପୁଣିଥରେ ସରକାର ଗଢ଼ିବ ବୋଲି ଆକଳନ କରାଯାଇଛି । ଏଥର ମଧ୍ୟ ବିଜେପି ଦ୍ୱିତୀୟ ସ୍ଥାନରେ ଆସୁଥିବା ବେଳେ କଂଗ୍ରେସକୁ ଆସନ ମିଳିବା ନମିଳିବା ନେଇ କୌଣସି ସ୍ପଷ୍ଟ ସଂକେତ ମିଳିନାହିଁ ।

ଷ୍ଟ୍ରଙ୍ଗ୍ ରୁମ୍ ରେ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ଗୁଡିକୁ ରଖାଯାଇଛି । ତେବେ କୌଣସି ହେରାଫେରି ଆଶଙ୍କାରେ ଆପ୍ କର୍ମୀମାନେ ଇଭିଏମ୍ ରଖାଯାଇଥିବା ଷ୍ଟ୍ରଙ୍ଗ୍ ରୁମ୍ ଆଗରେ ପ୍ରହରା ଦେଉଛନ୍ତି ।

ଗତ ଫେବୃଆରୀ ୮ ତାରିଖ ଦିନ ହୋଇଥିଲା ମତଦାନ । ଦିଲ୍ଲୀର ୬୨.୫୯ ପ୍ରତିଶତ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ବଲ୍ଲିମାରନ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୭୧.୩୧ ପ୍ରତିଶତ ମତଦାନ ହୋଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂହ ରବିବାର ଏହି ସୂଚନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.