Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ଫେବୃଆରୀ ପ୍ରଥମ ସପ୍ତାହରେ ଦିଲ୍ଲୀ ନିର୍ବାଚନ ସମ୍ଭାବନା

6/01/2020 at 2:55 PM

ନୂଆଦିଲ୍ଲୀ ୦୬।୦୧ – ଫେବୃଆରୀ ପ୍ରଥମ ସପ୍ତାହରେ ଦିଲ୍ଲୀ ନିର୍ବାଚନ ସମ୍ଭାବନା । ଦିଲ୍ଲୀ ନିର୍ବାଚନ ନେଇ ଆଜି ଅପରାହ୍ନରେ ତାରିଖ ଘୋଷଣା କରିପାରନ୍ତି କେନ୍ଦ୍ରୀୟ ନିର୍ବାଚନ କମିଶନ । ଏଥିସହ ରାଜଧାନୀରେ କେତେ ଭୋଟର ନିଜର ମତ ସାବ୍ୟସ୍ତ କରିବେ ସେନେଇ ଦିଲ୍ଲୀ ନିର୍ବାଚନ କାର୍ଯ୍ୟାଳୟ ସ୍ପଷ୍ଟ କରିଦେବ ।

ପ୍ରାୟ ଦେଢ କୋଟି ମତଦାତାଙ୍କ ସୂଚୀ ଜାରି ହୋଇପାରେ । ଗତ ଲୋକସଭା ନିର୍ବାଚନ ପରେ ଦେଶର ରାଜଧାନୀରେ ଅଢେଇ ଲକ୍ଷ ଯୁବ ଭୋଟର ବଢିଥିବା ଅନୁମାନ କରାଯାଉଛି ।

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଏବେ ଆମ୍ ଆଦମୀ ପାର୍ଟିର ୬୭ବିଧାୟକ ଥିବା ବେଳେ ବିଜେପିର ୩ ବିଧାୟକ ଅଛନ୍ତି । ଏବେ ଦିଲ୍ଲୀ ବିଧାନସଭାରେ କଂଗ୍ରେସ ବିଧାୟକ ଶୂନ୍ୟ ରହିଛି । ତେଣୁ ଆସନ୍ତା ନିର୍ବାଚନରେ ତିନି ପ୍ରମୂଖ ଦଳର ଦିଲ୍ଲୀ ବିଧାନସଭା ଉପରେ ନଜର ରହିବ ।

   Related Posts