ଦେଶର ଶୀର୍ଷ ୫ ରାଜଧାନୀ ତାଲିକାରୁ ବାଦ ପଡିଲା ଦିଲ୍ଲୀ , ଜାଣନ୍ତୁ କାହିଁକି ?

Published By : Prameya-News7 Bureau | June 19, 2021 IST

ନୂଆଦିଲ୍ଲୀ ୧୯।୬: ଇଜ୍‌ ଅଫ ଲିଭିଂ ଇଣ୍ଡେକ୍ସ ୨୦୨୦ରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ମିଳିଛି ଷଷ୍ଠ ସ୍ଥାନ ଓ ବସବାସ ଲାଗି  ଏହା ଏବେବି ଉନ୍ନତତର ମନେ କରାଯାଉଛି । ତେବେ ଦିଲ୍ଲୀ ଏହି ସୂଚୀର ୫ଟି ସହରରେ ଆସୁନି। ଯାହାକୁ ନେଇ ନାଗରିକ ଏବେ ପ୍ରଶ୍ନ ଉଠାଇଛନ୍ତି। ଇଜ୍‌ ଅଫ ଲିଭିଂ ଇଣ୍ଡେକ୍ସ ୨୦୨୦ରେ ବେଙ୍ଗାଲୁର, ଚେନ୍ନାଇ, ଶିମଲା, ଭୁବନେଶ୍ୱ ଓ ମୁମ୍ବାଇ ପରେ ଦିଲ୍ଲୀର ନମ୍ବର ଆସୁଛି। ତେବେ ଭୁବନେଶ୍ୱ ପଛକୁ ଦିଲ୍ଲୀ ଓ ମୁମ୍ବାଇ ଆସିବା ବାସ୍ତବିକ ଆଶ୍ଚର୍ଯ୍ୟଜନକ।

{"id":468508,"width":837,"height":568,"sizeSlug":"large","linkDestination":"none"}

ସର୍ଭେରୁ ସାମ୍ନାକୁ ଆସିଲା ଏହି କଥା
ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭାରନମେଣ୍ଟ (ସିଏସଇ) ସର୍ଭେରେ ଦିଲ୍ଲୀ ଗୋଟିଏ ମାନଦଣ୍ଡରେ ପଛେଇ ଯାଇଛି। ଆଉ ଜେଉଁ ମାନଦଣ୍ଡରେ ପଛେଇଛି ତାହା ହେଉଛି ପରସେପସନ୍ସ ଅଫ ସିଟିଜେନ୍ସ। ଏହି ନିଷ୍କର୍ଷ ସିଏସଇଙ୍କ ଷ୍ଟେଟ୍‌ ଅଫ ଇଣ୍ଡିଆଜ୍ ଏନଭାରନମେଣ୍ଟ ୨୦୨୧ରିପୋର୍ଟର ଅଂଶ। ରିପୋର୍ଟ ଅନୁସାରେ ରାଜଧାନୀ ଦିଲ୍ଲୀ ବାସପୋଯୋଗୀ କି ନୁହେଁ ସେ ନେଇ ଦିଲ୍ଲୀବାସୀଙ୍କ ମତାମତ। ନିଜ ସହର ସମ୍ପର୍କରେ ଲୋକଙ୍କ ମତ ଏଥିରୁ ଜଣାପଡିଛି। ଯେଉଁଥିରେ ଲୋକଙ୍କ ଅନୁଭବ ଦିଲ୍ଲୀକୁ ୬୯.୪ ପଏଣ୍ଟ ଦେଇଛି। ଏହି ମାମଲାରେ ଭୁବନେଶ୍ୱର ୯୪.୮ ପଏଣ୍ଟ ପାଇଥିବା ବେଳେ ପଛକୁ ଜୟପୁର ୮୭.୧ ପଏଣ୍ଟ ସ୍କୋର କରିଛି।

{"id":468509,"sizeSlug":"large","linkDestination":"none"}

ତେବେ ବେଙ୍ଗାଲୁରୁ ସର୍ବୋତ୍ତମ ସହରଙ୍କ ସୂଚୀର ୧ ନମ୍ବର ସ୍ଥାନ ପାଇଛି।  ଯାହା ପଛକୁ ଆସୁଛି ଚେନ୍ନାଇ। ସିଏସଇଙ୍କ ରିପୋର୍ଟରେ ଇକୋନମିକ ଆବିଲିଟି ମାମଲାରେ ଏକମାତ୍ର ବେଙ୍ଗାଲୁରୁର ପ୍ରଦର୍ଶନ ସର୍ବୋତ୍ତମ ରହିଛି। ଏଥିରେ ବେଙ୍ଗାଲୁରୁକୁ ୧୦୦ରୁ ୭୮.୮ ପଏଣ୍ଟ ମିଳିଛି। ତା ପଛକୁ ଚେନ୍ନାଇ, ମୁମ୍ବାଇ ଓ ହାଇଦ୍ରାବାଦ ଅଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.