ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ଦ୍ୱିତୀୟବାର ପରୀକ୍ଷଣରେ ବି ପଜିଟିଭ

Published By : Prameya-News7 Bureau | September 23, 2020 IST

ନୂଆଦିଲ୍ଲୀ ୨୩।୯: ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ବୁଧବାର ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପ୍ଟେମ୍ବର ୧୪ତାରିଖ ଦିନ ତାଙ୍କ କୋଭିଡ ଟେଷ୍ଟିଂ ରିପୋର୍ଟ ପଜିଟିଭ ମିଳିଥିଲା। ଏଣୁ ସେ ନିଜକୁ ନିଜ ଘରେ ହୋମ ଆଇସୋଲେସନ କରିଥିଲେ। ତେବେ ବୁଧବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କର କୋଭିଡ ପରୀକ୍ଷଣ କରାଯାଇଥିବା ବେଳେ ତାହା ପୁଣି ଥରେ ପଜିଟିଭ ମିଳିଛି।

{"id":333623,"sizeSlug":"large"}

ସକାଳେ ତାଙ୍କୁ ଜ୍ୱର ଆସିଥିଲା। ଯେହେତୁ ସେ କୋଭିଡ ପଜିଟିଭ ଥିଲେ ଏଥିଲାଗି ସେ ପୁଣି ଥରେ ପରୀକ୍ଷଣ କରିବା ସହ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଯେଉଁଦିନ ସିସୋଦିଆଙ୍କ ପ୍ରଥମ କୋଭିଡ ରିପୋର୍ଟ ଆସିଥିଲା ସେଦିନ ଦିଲ୍ଲୀ ଆମ ଆଦମୀ ପାର୍ଟିର ଆଉ ୩ ଜଣ ବିଧାୟକ ମଧ୍ୟ ସଂକ୍ରମିତ ଥିବା ଜଣାପଡିଥିଲା। ଏମାନେ ହେଲେ ଗିରିଶ ସୋନି, ପ୍ରମିଳା ଟୋକସ ଓ ଭିଶେଷ ରବି। ତେବେ ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ବେଳେ ସିସୋଦିଆଙ୍କ ଅବସ୍ଥାରେ ଅବନତି ଦେଖାଦେଇଛି।

{"id":333624,"sizeSlug":"large"}

ଅତୀତରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ କୋଭିଡ ଆକ୍ରାନ୍ତ ହୋଇଥିଲେ। ତେବେ ପ୍ଲାଜମା ଥେରାପି ପରେ ସେ ସୁସ୍ଥ ହୋଇ ପୁଣି କାମକୁ ଫେରିଛନ୍ତି। ରାଜଧାନୀ ଦିଲ୍ଲୀରେ ଏବେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଅଢେଇ ଲକ୍ଷ ପାର ହୋଇଯଇଛି। ଗତ ୨୪ ଘଣ୍ଟାରେ ୩ହଜାର ୮୬ଟି ନୂଆ ମାମଲା ଆସିଥିବା ବେଳେ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜଧାନୀ ଦିଲ୍ଲୀରେ କୋଭିଡ ଆକ୍ରାନ୍ତ ମୃତକଙ୍କ ସଂଖ୍ୟା ୫ହଜାର ୫୧ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.