ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆକ୍ରମଣ, ଗାଡି ଭଙ୍ଗାରୁଜା ସହ କଳା ପତାକା ଦେଖାଇଲେ କଲେ ବିଜେପି କର୍ମୀ

Published By : Prameya-News7 Bureau | June 29, 2021 IST

ନୂଆଦିଲ୍ଲୀ ୨୯/ ୦୬ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆକ୍ରମଣ ସହ ତାଙ୍କ ଗାଡି ଭଙ୍ଗାରୁଜା ହୋଇଛି । ସିସୋଦିଆଙ୍କୁ ଆକ୍ରମଣ ସହ କଳା ପତାକା ପ୍ରଦର୍ଶନ କରାଯାଇଥିବା ସୂଚନା ମିଳିଛି । ଘଟଣାରେ ବିଜେପି କାର୍ଯ୍ୟକର୍ତ୍ତା ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି ସିସୋଦିଆ । ସେପଟେ ଦିଲ୍ଲୀ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଦିଲ୍ଲୀର ରୋହତାସ ନଗରରେ ନବ ନିର୍ମିତ ସ୍କୁଲକୁ ନିରୀକ୍ଷଣ କରିବା ପାଇଁ ଯାଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଘେରିଯାଇ ଗାଡି ଭଙ୍ଗାରୁଜା କରିବା ସହିତ ତାଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ ବିଜେପି କାର୍ଯ୍ୟକର୍ତ୍ତା । ଏହା ସହିତ 'ମନୀଷ ସିସୋଦିଆ ଗୋ ବ୍ୟାକ୍‌… ଗୋ ବ୍ୟାକ୍‌…' ନାରା ଦେଇଥିଲେ ବିଜେପି କର୍ମୀ । ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କର୍ମୀମାନେ ସିସୋଦିଆଙ୍କୁ ସୁରକ୍ଷିତ ଭାବେ ସେଠାରୁ ଅନ୍ୟତ୍ର ନେଇଯାଇଥିଲେ ।

wp:embed {"url":"https://twitter.com/msisodia/status/1409731722225225731","type":"rich","providerNameSlug":"twitter","responsive":true,"className":""}
https://twitter.com/msisodia/status/1409731722225225731
/wp:embed

ଘଟଣା ବାବଦ​‌ରେ ଟ୍ବିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ସିସୋଦିଆ । ଟ୍ବିଟ୍ କରି ସେ କହିଛନ୍ତି, ‘ଆଜି ରୋହତାସ୍ ନଗରରେ ଏକ ସ୍କୁଲ ନିର୍ମାଣକୁ ବିରୋଧ କରି ବିଜେପି ନେତା ଏବଂ ଗୁଣ୍ଡାମାନେ ସ୍କୁଲ ପରିସରରେ ଭଙ୍ଗାରୁଜା କରିଥିଲେ । ମୋର ଗାଡିକୁ ଆକ୍ରମଣ କରିବା ସହିତ ସ୍କୁଲରେ ଥିବା ମହିଳା ଶିକ୍ଷୟିତ୍ରୀ, କାର୍ଯ୍ୟ କରୁଥିବା ଯନ୍ତ୍ରୀ ଏବଂ ଶ୍ରମିକଙ୍କୁ ଦୁର୍ବ୍ୟବହାର କରିଥିଲେ । ସ୍କୁଲ ନିର୍ମାଣ ଏବଂ ପିଲାମାନଙ୍କ ଭବିଷ୍ୟତକୁ ନେଇ ବିଜେପି କାହିଁକି ସାଲିସ କରିବାକୁ ଚାହୁଁଛି ? ବିଜେପି କାହିଁକି ହୀନ ରାଜନୀତି କରୁଛି ?’ ।

ସେପଟେ ଘଟଣାକୁ ନେଇ ଦିଲ୍ଲୀ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିବା ବେଳେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କିନ୍ତୁ ଭାଜପାକୁ ପ୍ରବଳ ସମାଲୋଚନା କରିଛନ୍ତି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସ୍କୁଲ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଜାରି ରହିଛି । ସେଗୁଡିକର ସମୀକ୍ଷା ତଥା ନିରୀକ୍ଷଣ କରିବା ପାଇଁ ଆପ୍ ନେତା ମନୀଷ ସିସୋଦିଆ ରୋହତାସ୍‌ ନଗରର ଏକ ସ୍କୁଲକୁ ଯାଇଥିଲେ । ତାଙ୍କ ସହିତ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯାଇଥିଲେ । ଏତିକି ବେଳେ କିଛି ବିଜେପି କାର୍ଯ୍ୟକର୍ତ୍ତା ତାଙ୍କୁ ଘେରିଯାଇ କଳା ପତାକା ପ୍ରଦର୍ଶନ କରିଥିଲେ । ଏ ନେଇ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା​‌ ହସ୍ତଗତ ହୋଇନାହିଁ ।

wp:embed {"url":"https://twitter.com/msisodia/status/1409723550118776834","type":"rich","providerNameSlug":"twitter","responsive":true,"className":""}
https://twitter.com/msisodia/status/1409723550118776834
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.