Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ପୋଲିସ କେସ୍ ପ୍ରପର୍ଟି ଭାବେ ଜବତ କରିବ ଟ୍ରାକ୍ଟର ପରେଡରେ ସାମିଲ ବାହନ, ମାଲିକଙ୍କୁ ନୋଟିସ୍

30/01/2021 at 10:50 PM

ନୂଆଦିଲ୍ଲୀ ୩୦।୧: ସାଧରଣତନ୍ତ୍ର ଦିବସ ଟ୍ରାକ୍ଟର ପରେଡ ହିଂସା ମାମଲାର କ୍ରାଇମବ୍ରାଞ୍ଚ ଏସଆଇଟି ଯାଞ୍ଚ ହେଉଛି। ଏଥିରେ ରାଜଧାନୀ ଦିଲ୍ଲୀ ଭିତରକୁ ପଶି ହିଂସାକାଣ୍ଡ ଭିଆଇଥିବା ଟ୍ରାକ୍ଟର, କାର, ଜୀପ ଓ ମୋଟର ସାଇକେଲକୁ କେସ୍‌ ପ୍ରପର୍ଟି ଭାବେ ଜବତ କରିବାକୁ ଏସଆଇଟି ଉଦ୍ୟମ ଆରମ୍ଭ କରିଛି। ବାହନ ନମ୍ବରରୁ ମାଲିକଙ୍କୁ ଚିହ୍ନଟ କରି ଏସଆଇଟି ଶନିବାର ନୋଟିସ୍‌ ଜାରି କରିଥିବା ଜଣାପଡିଛି।

ବାହନ ସବୁ ଜବତ ହେବା ପରେ କୋର୍ଟରେ ଶୁଣାଣି ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବ। ଏଣୁ ବାହନ ମାଲିକଙ୍କୁ କ୍ରାଇମବ୍ରାଞ୍ଚର ଅଲଗା ଅଲଗା କାର୍ଯ୍ୟାଳୟକୁ ଡକାଇ ପଚରା ଉଚରା କରିବାର ବ୍ୟବସ୍ଥା ହୋଇଛି। ଯେତେଶୀଘ୍ର ମୋକଦ୍ଦମାର କାଗଜପତ୍ର ପ୍ରସ୍ତୁତି ସରିବ ସେତେଶୀଘ୍ର ମାମଲା କୋର୍ଟକୁ ଯିବା ସହ ଚାଷୀ ତାଙ୍କ ବାହନକୁ ଜାମିନରେ ମୁକୁଳାଇ ନେଇପାରିବେ।

ଶନିବାର ଏସଆଇଟି ମାମଲାରେ ଭାରତୀୟ କିଷାନ ୟୁନିୟନ (ବିକେୟୁ)ଙ୍କ ରାକେଶ ଟିକାୟତଙ୍କ ସମେତ ୯ ଜଣ ନେତାଙ୍କୁ ନୋଟିସ ଜାରି କରିଥିଲା। ସେମାନଙ୍କୁ ପଚରା ଉଚରା ଲାଗି ଏହି ନୋଟସି ଜାରି ହୋଇଥିବା ବେଳେ କେହି ଜଣେ ହେଲେ କୃଷକ ନେତା ପୋଲିସରେ ହାଜର ହୋଇ ନାହାନ୍ତି ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଏଣୁ ସେମାନଙ୍କୁ ଦ୍ୱିତୀୟବାର ନୋଟିସ ଜାରି କରି ସୋମବାର ଏସଆଇଟିରେ ହାଜିର ହେବାକୁ କୁହାଯିବ ବୋଲି ଅଧିକାରୀ କହିଛନ୍ତି।

ସେପଟେ କେନ୍ଦ୍ର ଗୃହମନ୍ତ୍ରାଳୟଙ୍କ ନିର୍ଦ୍ଦେଶାନୁସାରେ ଦିଲ୍ଲୀ ସୀମା ଆଖପାଖରେ କୃଷକଙ୍କ ଆନ୍ଦୋଳନ ସ୍ଥଳର ଇଣ୍ଟରନେଟ୍‌ ସେବା ବାତିଲ କରିଦିଆଯାଇଛି। ସେହି ପରି ଦିଲ୍ଲୀ ସବୁ ସୀମାର ସୁରକ୍ଷାକୁ ମଧ୍ୟ କଡାକଡି କରିଛି ଦିଲ୍ଲୀ ପୋଲିସ। ୨୬ ଜାନୁୟାରୀ ଟ୍ରାକ୍ଟର ପରେଡ ଘଟଣାରୁ ଏବେ ଦିଲ୍ଲୀରେ ଆଗକୁ କେବେ ଏଭଳି କାର୍ଯ୍ୟକ୍ରମକୁ ଆଉ ଅନୁମତି ମିଳିବ ନାହିଁ। ଏହା ଛଡା ଦିଲ୍ଲୀକୁ ଟ୍ରାକ୍ଟର ମଧ୍ୟ ପଶେଇ ଦିଆଯିବନି ବୋଲି ଜନୈକ ଅଧିକାରୀ କହିଛନ୍ତି।

   Related Posts