Lock down ସତ୍ତ୍ୱେ ଦିଲ୍ଲୀରେ ଥମୁନି କରୋନା, ୧ଲକ୍ଷ ପାଖାପାଖି ପହଞ୍ଚିଲା କେସ୍ ଲୋଡ

Published By : Prameya-News7 Bureau | April 29, 2021 IST

ନୂଆଦିଲ୍ଲୀ ୨୯।୪:  କରୋନା ଦ୍ୱିତୀୟ ଲହରରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଗୁରୁତର ପ୍ରଭାବିତ ହୋଇଛି। ପରିସ୍ଥିତି ଆୟତ୍ତ କରିବା ଲାଗି ରାଜ୍ୟ ସରକାର ଶେଷରେ ଲକଡାଉନ ଲାଗୁ କରିଥିବା ବେଳେ ଏବେ ସମ୍ପ୍ରସାରଣ କରିଛନ୍ତି। ହେଲେ ଥମିବାର ନାଁ ନେଉନି କରୋନା। ଏବେ ଦିଲ୍ଲୀରେ ଆକ୍ଟିଭ କେସ୍ ଲୋଡ ୧ଲକ୍ଷ ପାଖାପାଖି ପହଞ୍ଚିସାରିଲାଣି। କେବଳ ଗତ ୨୪ ଘଣ୍ଟାରେ ୨୫ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

{"id":446163,"sizeSlug":"large","linkDestination":"none"}

ରାଜଧାନୀ ଦିଲ୍ଲୀରେ ଲକଡାଉନର ଏହା ଦ୍ୱିତୀୟ ସପ୍ତାହ। ହେଲେବି ସଂକ୍ରମଣ ହାର ଲକଡାଉନରେ ହ୍ରାସ ହେବା ବଦଳେ ବଢିବଢି ଚାଲିଛି। ଦିଲ୍ଲୀରେ ସଂକ୍ରମଣ ହାର ଏବେବି ୩୧ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ୮୧ ହଜାର ୮୨୯ ଜଣ ସେମାନଙ୍କର କରୋନା ପରୀକ୍ଷଣ କରାଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ହଜାର ୯୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଦିଲ୍ଲୀରେ ଆକ୍ଟିଭ କେସ୍ ସଂଖ୍ୟା ୯୯ ହଜାର ୭୫୨ ହୋଇଯାଇଛି।

{"id":446164,"width":836,"height":470,"sizeSlug":"large","linkDestination":"none"}

ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ଆଉ ୩୬୮ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏହି ସମୟରେ ୨୦ ହଜାର ୪୫୮ ଜଣ ସୁସ୍ଥ ହୋଇ ମେଡିକାଲରୁ ଫେରିଛନ୍ତି। ଦିଲ୍ଲୀରେ ଏବେ କରୋନା ପଜିଟିଭିଟି ହାର ୩୧.୭୬ ପ୍ରତିଶତ ରହିଛି। ୫୩ ହଜାର ୮୧୯ ଜଣ କରୋନା ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି। କରୋନା ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅତ୍ୟନ୍ତ ବିପଦଜନକ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି।

{"id":446165,"width":836,"height":470,"sizeSlug":"large","linkDestination":"none"}

ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏଥିରେ ହସ୍ପିଟାଲ ଅକ୍ସିଜେନ ବେଡ ସଂଖ୍ୟା ବୃଦ୍ଧି ଉପରେ ପ୍ରାଥମିକତା ଦିଆଯାଇଥିବା ବେଳେ ହୋମ ଆଇସୋଲେସନ ପ୍ରଣାଳୀକୁ ଅଧିକ ମଜଭୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ହୋମ ଆଇସୋଲେସନରେ ରହୁଥିବା ସଂକ୍ରମିତଙ୍କୁ ଅକ୍ସିମିଟର ଦେବା ସହ ଡାକ୍ତର ସେମାନଙ୍କ ସହ ନିୟମିତ କଥାବାର୍ତ୍ତା କରନ୍ତୁ ବୋଲି ମଧ୍ୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.