Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦ୍ୱିତୀୟ ଲହରର କରୁଣ ଚିତ୍ର : ହସ୍ପିଟାଲରେ ବେଡ୍ ନାହିଁ, ଫୁଟ୍ ପାଥ୍‌ରେ ଶୋଇଛନ୍ତି କରୋନା ସଂକ୍ରମିତ
  • ||
  • ରାଉରକେଲା : ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରୁ ପଠାଗଲା ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଯାଜପୁର : ଅକ୍ସିଜେନ୍ ସଙ୍କଟ, ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଅନୁଗୋଳ : ଅନୁଗୋଳ ଜିଲ୍ଲାର ୨ଟି ମ୍ୟୁନିସିପାଲଟି ସଟଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ନବମିଶ୍ର କଲୋନୀ
  • ||
  • କଳାହାଣ୍ଡି : ପୋଲିସ ରିଜର୍ଭ ଅଫିସରେ ସର୍ଜନ ଓ OAPF ଯବାନଙ୍କ ମଧ୍ୟରେ ମାଡ ଘଟଣା, ଉଭୟଙ୍କୁ ନିଲମ୍ବିତ କଲେ ଏସପି
  • ||
  • କଳାହାଣ୍ଡି : ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ର ଚଢାଉ, ଟ୍ରକ୍‌ରୁ ୫ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଆଦାୟ
  • ||
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||

ଫେଲ ମାରିଲା ମୁକେଶର ଚାଲ, ୨୦୧୨ ଡିସେମ୍ବର ୧୬ ଦିନ ଦିଲ୍ଲୀରେ ନଥିବା ଆବେଦନ କୋର୍ଟରେ ଖାରଜ

17/03/2020 at 5:44 PM

ନୂଆଦିଲ୍ଲୀ, ୧୭|୦୩: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ ଦାଖଲ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।  ନିର୍ଭୟାଙ୍କ ସହ ଯେଉଁଦିନ ଜଘନ୍ୟ କାଣ୍ଡ ଘଟିଥିଲା ସେଦିନ ରାତିରେ ମୁକେଶ ଦିଲ୍ଲୀରେ ନଥିବା ଆବେଦନରେ ଦର୍ଶାଇଥିଲା। ତେଣୁ ଫାଶୀଦଣ୍ଡ ରବ୍ଦ କରିବାକୁ ସେ ଆବେଦନରେ କହିଥିଲା। ମୁକେଶ ତରଫରୁ ବରିଷ୍ଠ ଓକିଲ ଏମଏଲ ଶର୍ମା ପଟିଆଲା ହାଉସ କୋର୍ଟରେ ଏହି ଆବେଦନ ଦାଖଲ କରିଥିଲେ।

ମୁକେଶ ନିଜ ଆବେଦନରେ କହିଥିଲା ଯେ, ଡିସେମ୍ବର ୧୭, ୨୦୧୨ ରାତିରେ ତାକୁ ଦିଲ୍ଲୀ ପୋଲିସ ରାଜସ୍ଥାନରୁ ଆଣିଥିଲା। ସେ ୧୬ ଡିସେମ୍ବରରେ ଦିଲ୍ଲୀରେ ନଥିଲା। ତେବେ ପଟିଆଲା ହାଫସ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଏହା ପୂର୍ବରୁ ମୁକେଶ ଓକିଲ ବୃନ୍ଦା ଗ୍ରୋଭରଙ୍କ ବିରୋଧରେ କୋର୍ଟରେ ଆବେଦନ କରିଥିଲା। ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।

ସୋମବାର ଏହି ମାମଲାରେ ଦୋଷୀ ଅକ୍ଷୟ, ପବନ ଓ ବିନୟ ଫାଶୀଦଣ୍ଡକୁ ଚ୍ୟାଲେଞ୍ଜ କରି ଅନ୍ତର୍ଜାତୀୟ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଦୋଷୀଙ୍କ ଓକିଲ ଏପି ସିଂ ଅନ୍ତର୍ଜାତୀୟ କୋର୍ଟରେ ନ୍ୟାୟ ପାଇଁ ପତ୍ର ଲେଖିଥିଲେ। ଏହାସହ ମାର୍ଚ୍ଚ ୨୦ରେ ହେବାକୁ ଥିବା ଫାଶୀ ଉପରେ ରୋକ ଲଗାଇବା ପାଇଁ ସେ ପତ୍ରରେ ଉଲ୍ଲେଖ କରିଥିଲେ।

   Related Posts