ନିର୍ଭୟା ମାମଲା : ୪ ଦୋଷୀଙ୍କ ନାଁରେ ଡେଥ୍ ଓ୍ବାରେଣ୍ଟ, ୨୨ତାରିଖରେ ଫାଶୀ

Published By : Prameya-News7 Bureau | January 07, 2020 IST

ନୂଆଦିଲ୍ଲୀ ୭।୧: ନିର୍ଭୟା  ଗଣଦୁଷ୍କର୍ମ ମାମଲା ୪ ଦୋଷୀଙ୍କ ନାମରେ ଡେଥ୍ ଓ୍ବାରେଣ୍ଟ  ଜାରି କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ । ସମସ୍ତ ୪ଜଣ ଦୋଷୀଙ୍କୁ ୨୨ଜାନୁଆରୀ ସକାଳ ୭ଟାରେ ଦିଆଯିବ ଫୀଶୀ । ତେବେ ୧୪ ଦିନ ମଧ୍ୟରେ ସମସ୍ତ ଦୋଷୀ ନିଜର ଆଇନଗତ ପ୍ରତିକାର ବ୍ୟବସ୍ଥାର ବ୍ୟବହାର କରିପାରିବେ ବୋଲି କୋର୍ଟ କହିଛନ୍ତି । ଅଦାଲତଙ୍କ ଏହି ନିର୍ଦ୍ଦେଶ ପରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାୟର କରିବେ ବୋଲି କହିଛନ୍ତି ନିର୍ଭୟା ମାମଲାରେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀ ଏ.ପି ସିଂହ । ଅଦଲାତଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ଭୟା  ଗଣଦୁଷ୍କର୍ମ ମାମଲରେ ପବନ ଗୁପ୍ତା, ଅକ୍ଷୟ ଠାକୁର, ବିନୟ ଶର୍ମା, ମୁକେଶ ସିଂହଙ୍କୁ ୨୨ତାରିଖ ସକାଳ ୭ଟାରେ ଫାଶୀ ଦିଆଯିବ । ଅଦାଲତଙ୍କ ଏହି ରାୟ ପରେ ଦୀର୍ଘ ଦିନ ଧରି ଚାଲୁଥିବା ଏହି ଚର୍ଚ୍ଚିତ ମାମଲାରେ ଦୋଷୀଙ୍କ ଦଣ୍ଡିତ ହେବା ନିଶ୍ଟିତ ହେବ ବୋଲି ଜଣାପଡିଛି । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ନିର୍ଭୟାଙ୍କ ମା’ କରିଥିବା ଆବେଦନ ଉପରେ ଶୁଣାଣି କରି ରାୟ ଶୁଣାଇଛନ୍ତି କୋର୍ଟ ।

{"id":208275,"sizeSlug":"large"}

ପଟିଆଲା ହାଉସ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ବିଚାରପତି ସତୀଶ କୁମାର ଆରୋରା  ଏହି ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ଗଣଦୁଷ୍କର୍ମ ପୀଡିତା ନିର୍ଭୟାଙ୍କ ମାଆ ଏବଂ ପୋଲିସର  ଅନୁରୋଧ ରକ୍ଷା କରି ୪ ଦୋଷୀଙ୍କ ନାମରେ  ଡେଥ୍ ୱାରେଣ୍ଟ ଜାରି କରିଥିବା ଜଣାଯାଇଛି । ଗତ ଡିସେମ୍ବରରେ ଶୁଣାଣି ପରେ ଜେଲ କର୍ତ୍ତୁପକ୍ଷ ଡିସେମ୍ବର ୧୮ ତାରିଖରେ  ମୃତ୍ୟୁଦଣ୍ଡ ଅପେକ୍ଷାରେ ଥିବା ଚାରି ଦୋଷୀ ଅକ୍ଷୟ, ବିନୟ, ପୱନ ଏବଂ ମୁକେଶଙ୍କୁ ନୋଟିସ ଜାରି କରିଥିଲେ । ଏବେ କୋର୍ଟଙ୍କ ଡେଥ୍ ୱାରେଣ୍ଟ ଜାରି ପରେ ବେଶ୍ ଖୁସି ଜାହିର କରିଛନ୍ତି ନିର୍ଭୟାଙ୍କ ମାଆ ଓ ବାପା । ଆଇନ ଉପରେ ମହିଳାଙ୍କ ବିଶ୍ୱାସ ଏବଂ ଭରସା ଦୃଢ ହେବ ଏବଂ ତାଙ୍କ ଝିଅର ଆତ୍ମା ଶାନ୍ତି ପାଇବ ବୋଲି  କହିଛନ୍ତି ନିର୍ଭୟାଙ୍କ ମାଆ ।

୨୦୧୨ ଡିସେମ୍ବର ୧୬ ତାରିଖର ଏକ ଶୀତ ରାତିରେ ୨୩ ବର୍ଷୀୟ ଫିଜିଓଥେରାପି ଛାତ୍ରୀଙ୍କୁ  ଗଣଦୁଷ୍କର୍ମ ପରେ ଭୟଙ୍କର ନିର୍ଯାତନା ଦେଇଥିଲେ ୪ ଦୋଷୀ । ସେମାନେ ଏବେ କୋର୍ଟଙ୍କ ନିର୍ଦ୍ଦେଶରେ ୨୨ ତାରିଖ ସକାଳ ୭ ଟାରେ ଫାଶୀକୁଖୁଣ୍ଟରେ ଝୁଲିବେ । ପୂର୍ବରୁ ଏହି ମାମାଲାରେ ପ୍ରଥମେ ଶୁଣାଣି କରିଥିବା ନିମ୍ନ ଅଦାଲତ ବର୍ଷେ ଭିତରେ ମାମଲା ଶୁଣାଣି କରି ଦୋଷୀଙ୍କୁ ମୃତ୍ୟୁଦଣ୍ଡ ନିର୍ଦ୍ଦେଶ ଦେଇଥିଲେ ।କିନ୍ତୁ ହାଇକୋର୍ଟରେ ଏହି ମାମାଲା ଦୀର୍ଘ ଦିନ ଲାଗିଥିଲା । ଦୀର୍ଘ ଶୁଣାଣିପରେ ହାଇକୋର୍ଟ ଦୋଷୀଙ୍କ ମୃତ୍ୟୁ ଦଣ୍ଡ ନିସ୍ଚିତ କରିଥିଲେ ।ଏହାପରେ ହାଇକୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ ନିର୍ଭୟା ମାମାଲାର ଦୋଷୀମାନେ । ତେବେ  ୨୦୧୭ ରେ ସୁପ୍ରିମକୋର୍ଟ ଦୋଷୀଙ୍କମାନେ ହାଇକୋର୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କରିଥିବା  ପ୍ରଥମ ସେଟ ଆବେଦନକୁ ଆଗ୍ରାହ୍ୟ କରିଦେଇଥିଲେ । ତେବେ ଶେଷରେ ପଟିଆଲା ହାଉସ କୋର୍ଟ ବିଚାରପତି ସତୀଶ କୁମାର ଆରୋରା  ୪ ଦୋଷୀଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି କରିବା ସହ ଫାଶୀତାରିଖ ଧାର୍ଯ୍ୟ କରିଛନ୍ତି ।ଏଥିରେ ଖୁସି ଜାହିର କରିଛନ୍ତି ନିର୍ଭୟାଙ୍କ ମାଆ । ଯେକି ୨୦୧୭ ରେ ସୁପ୍ରିମକୋର୍ଟ ଦୋଷୀଙ୍କ ଆବେଦନକୁ ଅଗ୍ରାହ୍ୟ କରିବାପରେ ବେଶ୍ କୁସି ହୋଇ କହିଥିଲେ, “ଶେଷରେ ନ୍ୟାୟ ମିଳିଲା । “

  ତେବେ ଦୁଇ ବର୍ଷ ହେଲା ଦୋଷୀଙ୍କ ଦଣ୍ଡକୁ ଅପେକ୍ଷା କରିଥିବା ନିର୍ଭୟାଙ୍କ ମାଆ ବିଲମ୍ବ ନେଇ  ଗତ ମାସରେ ଧୈର୍ଯ୍ୟ ହରା ହୋଇପଡିଥିଲେ । ବିଚାରପତି ସତୀଶ କୁମାର ଆରୋରା ମାମାଲାର ଶଉଣାଣିକୁ ଘୁଞ୍ଚାଇବାକୁ ଗ୍ରହଣ କରିନପାରି କାନ୍ଦି ପକାଇଥିଲେ ସେ । ତେବେ ୪ ଜଣହଅକ ମଧ୍ୟରୁ  ଜଣେ ଦୋଷୀ କରିଥିବା କ୍ଷମା ଯାଚିକାର ରାୟକୁ ଅପେକ୍ଷା କରି ଶୁଣାଣି ଘୁଞ୍ଚାଉଥିବା ସେତେବେଳେ ଦର୍ଶାଇଥିଲେ କୋର୍ଟ ।

 ନିର୍ଭୟା ଗଣ ଦୁଷ୍କର୍ମ ଘଟଣାରେ ୬ ଜଣ ସଂପୃକ୍ତ ଥିଲେ । ସେମାନଙ୍କ ଭିତରୁ ଜଣେ ଘଟଣା ସମୟରେ ନାବାଳକ ଥିବାରୁ ମୃତ୍ୟୁ ଦଣ୍ଡରୁ ବର୍ତ୍ତି ଥିବା ବେଳେ, ଜଣେ ଜେଲ୍ ଭିତରେ ଆତ୍ମହତ୍ୟା କରିସାରିଛି ।ଅନ୍ୟ ୪ ଜଣଙ୍କୁ ଣୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.