CAA ବିରୋଧ: ଜାମିଆ ଛାତ୍ର-ପୋଲିସ ଧସ୍ତାଧସ୍ତି, ସମ୍ବେଦନଶୀଳ ଅଙ୍ଗରେ ଆଘାତ ଅଭିଯୋଗ ଆଣିଲେ ଛାତ୍ରୀ

Published By : Prameya-News7 Bureau | February 10, 2020 IST

ନୂଆଦିଲ୍ଲୀ ୧୦।୨:  ନାଗରିକ ସଂଶୋଧିତ ଆଇନ (ସିଏଏ)କୁ ବିରୋଧ କରି ପୁଣି ରାଜଧାନୀ ରାସ୍ତାକୁ ଓହ୍ଲାଇଲେ ଜାମିଆ ଛାତ୍ର । ସୋମବାର ସନ୍ଧ୍ୟାରେ ପାର୍ଲାମେଣ୍ଟ ଚାଲ ରାଲିକୁ ପୋଲିସ ରାସ୍ତାରେ ଅଟକାଇଥିଲା।  ଫଳରେ ପୋଲିସ ଓ ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ଛାତ୍ରୀମାନେ ପୋଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

wp:html /wp:html

ବିକ୍ଷୋଭକାରୀଙ୍କୁ ଅଟକାଇବା ଲାଗି ଧସ୍ତାଧସ୍ତି ବେଳେ ଦିଲ୍ଲୀ ପୋଲିସର ଅଫିସରମାନେ ସେମାନଙ୍କ ସମ୍ବେଦନଶୀଳ ଅଙ୍ଗରେ ଆଘାତ କରିଥିବାର ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଫଳରେ ଅନେକ ଛାତ୍ରୀ ଅଚେତ ହୋଇଥିବା କହିଛନ୍ତି। ପୋଲିସ ଛାତ୍ରଙ୍କ ମୁକାବିଲା ଲାଗି ଲାଠିର ଉପଯୋଗ କରିନଥିଲା। ହେଲେ ସେମାନେ ସ୍ୱତନ୍ତ୍ର ପୋଷାକ ପିନ୍ଧିଥିଲେ। ସେମାନେ ବିକ୍ଷୋଭକାରୀଙ୍କ ଅଣ୍ଟାଠୁ ତଳକୁ ମାରିଥିବା ଛାତ୍ରୀମାନେ କହିଛନ୍ତି। ଫଳରେ ବିଶ୍ୱବିଦ୍ୟାଳୟର ଜନୈକା ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇପଡିଛି। 

{"id":222995,"width":583,"height":532,"sizeSlug":"large"}

ପୋଲିସ କାର୍ଯ୍ୟାନୁଷ୍ଠାନ ଯୋଗୁ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା। ଫଳରେଅନେକ ଛାତ୍ରୀ ଅଚେତ ଅଥବା ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନୁନ୍ୟ ୧୬ ଜଣ ଛାତ୍ରୀ ଅଲ ସିଫା ହସ୍ପିଟାଲରେ ଆଡମିଟ୍ ହୋଇଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମକୁ ପ୍ରଥମରୁ ପୋଲିସ ଅନୁମତି ଦେଉନଥିଲା। ତଥାପି ଛାତ୍ରଙ୍କ ଶୋଭାଯାତ୍ରାକୁ ରାସ୍ତାରେ ଅଟକାଇ ପୋଲିସ ସେମାନଙ୍କ ସଦ ଧସ୍ତାଧସ୍ତି କରିବା ସହ ଅନେକ ଛାତ୍ରଙ୍କୁ ଅଟକ ରଖିଛି।  

{"id":222998,"width":586,"height":567,"sizeSlug":"large"}

ଜାମିଆ ଛାତ୍ରଙ୍କୁ ସେମାନଙ୍କ ବିରୋଧ ସମାପ୍ତ କରିବା ଲାଗି ପୋଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବାରମ୍ବାର ଅନୁରୋଧ କରୁଛନ୍ତି। ହେଲେ ସେମାନେ ବିରୋଧରୁ କ୍ଷାନ୍ତ ହେବେ ନାହିଁ ବୋଲି  ଜାମିଆ କୋ ଅର୍ଡିନେସନ କମିଟି (ଜେସିସି) କହିଛି। ସେହି ଅନୁସାରେ ସୋମବାର ବିକ୍ଷୋଭ ଆୟୋଜନ କରାଯାଇଥିବା ବେଳେ ଏଭଳି କାଣ୍ଡ ଘଟିଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.