ଦିଲ୍ଲୀରେ ଦୃତ ଗତିରେ ଖସୁଛି କରୋନା ଗ୍ରାଫ୍‌ : ୨୪ ଘଣ୍ଟାରେ ୪ ଶହରୁ କମ ସଂକ୍ରମିତ ଚିହ୍ନଟ, ଆକ୍ଟିଭ୍‌ କେସ୍‌ ୫୮୮୯

Published By : Prameya-News7 Bureau | June 06, 2021 IST

ନୂଆଦିଲ୍ଲୀ ୦୬/ ୦୬ : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଗ୍ରାଫ୍‌ ଦ୍ରୁତ ଗତିରେ ଖସୁଛି । ଏହା ସହିତ ମୃତ୍ୟୁହାର ମଧ୍ୟ କମିବାରେ ଲାଗିଛି । ଦ୍ବିତୀୟ ଲହରକୁ ମାତ ଦେଉଛନ୍ତି ରାଜଧାନୀବାସୀ । ଦୀର୍ଘ ୮୪ ଦିନ ପରେ ରବିବାର ଦିନ ଦିଲ୍ଲୀରେ ୪ଶହକୁ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ ୧୪ ତାରିଖରେ ୪୦୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ଏହା ପରେ ହୁ ହୁ ହୋଇ ବୃଦ୍ଧି ପାଇଥିଲା ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଏହାରି ମଧ୍ୟ ଭଲ ଖବର ହେଉଛି ପ୍ରତିଦିନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ଖସୁଛି ।

wp:embed {"url":"https://twitter.com/ANI/status/1401480355400413187","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1401480355400413187
/wp:embed


ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ୧୧୮୯ ଜଣ ସୁସ୍ଥ ହୋଇଥିବା ବେଳେ ୩୪ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ମୋଟ ୧୪ ଲକ୍ଷ ୨୯ ହଜାର ୨୪୪ ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ ଲକ୍ଷ ୯୮ ହଜାର ୭୬୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୪,୫୯୧ ଜଣଙ୍କର ମୃତ୍ୟୁ ଘଟିଛି ।
ଦିଲ୍ଲୀରେ ବର୍ତ୍ତମାନ ଆକ୍ଟିଭ କେସ ରହିଛି ୫୮୮୯ । ସେମାନଙ୍କ ମଧ୍ୟରୁ ୨୯୩୬ ଜଣ ହସ୍ପିଟାଲରେ, କୋଭିଡ କେୟାରରେ ୧୪୮, କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରରେ ୯୭ ଏବଂ ୨୩୨୭ ଜଣ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.