ହସ୍ପିଟାଲରୁ କୁଆଡେ ଗଲେ ୨୫ କରୋନା ରୋଗୀ ? ନାହିଁ ଖୋଜ ଖବର, ପୋଲିସର ଅନୁସନ୍ଧାନ ଜାରି

Published By : Prameya-News7 Bureau | May 09, 2021 IST

ନୂଆଦିଲ୍ଲୀ ୯/୫ : ସାରା ଦେଶରେ କରୋନା ୨ୟ ଲହର ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଦୈନିକ ନୂଆ ନୂଆ ସଂକ୍ରମଣ ସହ ନୂଆ ଘଟଣାମାନ ନଜରକୁ ଆସୁଛି । ତେବେ ରାଜଧାନୀ ଦିଲ୍ଲୀରୁ ଦେଖିବାକୁ ମିଳିଛି ଏକ ଘଟଣା ଯାହାକି ବିପଦ ବଢାଇବାର ଆଶଙ୍କା ସୃଷ୍ଟି କରିଛି । ହସ୍ପିଟାଲରୁ କୁଆଡେ ଗାୟବ ହୋଇଯାଇଛନ୍ତି ୨୫ କରୋନା ରୋଗୀ । ତେବେ ଏମାନେ ଗଲେ କୁଆଡେ ତାର ଉତ୍ତର କାହା ପାଖରେ ନାହିଁ ।

କାହାକୁ ନଜଣାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୨୫ କରୋନା ରୋଗୀ ଚାଲିଯାଇଥିବା ଜଣାପଡିଛି । ଖବର ସାମ୍ନାକୁ ଆସିବା ପରେ ନିଜର ଅପାରଗତାକୁ ଲୁଚାଇବା ସହ ଓଲଟା ଯୁକ୍ତି କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ସେପଟେ ହସ୍ପିଟାଲରେ ନିଯୋଜିତ ଥିବା ସୁରକ୍ଷା କର୍ମୀଙ୍କୁ ଏନେଇ ପୋଲିସରେ ମାମଲା ଦାୟର କରିଛନ୍ତି । ପୋଲିସ ଖବର ପାଇବା ପରେ ଆରମ୍ଭ କରିଦେଇଛି ଖାନତଲାସି । ସୂଚନା ମୁତାବକ, ଏପ୍ରିଲ ୧୯ରୁ ମେ’ ୬ମଧ୍ୟରେ ୨୫ ଜଣ କରୋନା ଆକ୍ରାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଖସି ପଳାଇଥିବା ଜଣାପଡିଛି । ଉତ୍ତର ଦିଲ୍ଲୀରେ ଥିବା ହିନ୍ଦୁ ରାଓ ହସ୍ପିଟାଲରେ ଏଭଳି ଘଟଣା ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.