Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||

ରାଜଧାନୀରୁ ଆସିଲା ଖୁସି ଖବର ! କମୁଛି ଦୈନିକ ସଂକ୍ରମଣ, ବଢ଼ୁଛି ସୁସ୍ଥ ହାର

12/05/2021 at 6:56 PM

ନୂଆଦିଲ୍ଲୀ ୧୨/୫: ଦେଶର ରାଜଧାନୀ ଦିଲ୍ଳୀରେ କରୋନାର ଦ୍ବିତୀୟ ଲହର ପ୍ରକୋପ ଧିରେଧିରେ କମୁଥିବା ଜଣାପଡ଼ିଛି। ବୁଧବାର ଦିଲ୍ଲୀରେ ୧୩ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୦ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ରାଜ୍ୟରେ ସଂକ୍ରମଣ ହାର ୧୭.୦୩ ପ୍ରତିଶତକୁ ଖସି ଆସିଥିବା ବେଳେ ମଙ୍ଗଳବାର ସଂକ୍ରମଣ ହାର ୧୭.୭୬ ପ୍ରତିଶତ ଥିଲା।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ଜାରି ବୁଲେଟିନ୍‌ ଅନୁସାରେ, ଗତ ୨୪ ଘଣ୍ଟାରେ ୧୩,୨୮୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥବା ୩୦୦ ଜଣଙ୍କ ଜୀବନ ନେଇଛି ଭୂତାଣୁ। ମଙ୍ଗଳବାର ୧୨,୪୮୧ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେପଟେ ଦିଲ୍ଲୀରେ ସୁସ୍ଥ ହାର ବୃଦ୍ଧିପାଇଛି।  ୧୩ ହଜାର ନୂଆ ମାମଲା ଆସିଥିବା ବେଳେ ୧୪,୦୭୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି।

ମଙ୍ଗଳବାର ଏହି ସଂଖ୍ୟା ୧୩,୫୮୩ ଥିଲା। ଦିଲ୍ଲୀରେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୩,୬୧,୯୮୬ ହୋଇଥିବା ବେଳେ ୪୯,୯୭୪ ଜଣ ହୋମ ଆଇସୋଲେସନ୍‌ରେ ରହିଛନ୍ତି। ରାଜଧାନୀରେ ଏବେ ସକ୍ରିୟ ମାମଲା ୮୨,୭୨୫ ରହିଛି। ୧୨,୫୮,୯୫୧ ଜଣ କରୋନାକୁ ମାତ ଦେଇ ସୁସ୍ଥ ହୋଇ ସାରିଥିବା ବେଳେ ୨୦,୩୧୦ ଜୀବନ ନେଇଛି କରୋନା।  ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ଅନୁସାରେ, ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ମୋଟ ୭୮,୦୩୫ ଟେଷ୍ଟ କରାଯାଇଛି। ଏବେ ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ୫୬,୮୫୨କୁ ବୃଦ୍ଧିପାଇଛି।

ଏମିତି ରହିଛି ଦିଲ୍ଲୀର ୧୦ ଦିନର କରୋନା ସଂକ୍ରମଣ

୧୧ ମେ ୨୦୨୧- ୧୨,୪୮୧ (ସଂକ୍ରମିତ ଚିହ୍ନଟ)

୧୦ ମେ ୨୦୨୧- ୧୨,୬୫୧

୯ ମେ ୨୦୨୧- ୧୩,୩୩୬

୮ ମେ ୨୦୨୧- ୧୭,୩୬୪

୭ ମେ ୨୦୨୧- ୧୯,୮୩୨

୬ ମେ ୨୦୨୧- ୧୯,୧୩୩

୫ ମେ ୨୦୨୧-୨୦,୯୬୦

୪ ମେ ୨୦୨୧- ୧୯,୯୫୩

୩ ମେ ୨୦୨୧- ୧୮,୦୪୩

୨ ମେ ୨୦୨୧- ୨୦,୩୯୪

   Related Posts