Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଦିଲ୍ଲୀରେ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ଆଉ ଜଣେ ଓଡିଆ, ଏବେସୁଦ୍ଧା ଗଲାଣି ୨୦ ଜଣଙ୍କ ଜୀବନ

22/05/2021 at 8:07 AM

ନୂଆଦିଲ୍ଲୀ,୨୨/୦୫:   ଦିଲ୍ଲୀରେ କରୋନା ଆକ୍ରାନ୍ତ ହୋଇ ଜଣେ ଓଡ଼ିଆଙ୍କ ମୃତ୍ୟୁ। ମୃତକ ଜଣଙ୍କ ହେଲେ କେନ୍ଦ୍ରାପଡ଼ା ଘଘରା ଅଞ୍ଚଳର । ୪୮ ବର୍ଷର ଜିତେନ୍ଦ୍ର ଦିଲ୍ଲୀରେ ଏଲ ଆଣ୍ଡ ଟି କମ୍ପାନୀରେରେ କାମ କରୁଥିଲେ।

ଜିତେନ୍ଦ୍ର ନୋଏଦାରେ ରେ ରହୁଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଶୁକ୍ରବାର ଗୁରୁତର ଅବସ୍ଥାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ  ତାଙ୍କର ମୃତ୍ୟୁ ଘଟିଛି। ଓଡ଼ିଶା ମହମଞ୍ଚ ତରଫରୁ ଗୋବର୍ଦ୍ଧନ ଧଳ ଏବଂ ଅନ୍ୟ ସଦସ୍ୟ ମାନେ  କାଳିନ୍ଦୀ କୁଞ୍ଜ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ ।

ଜିତେନ୍ଦ୍ରଙ୍କ ପରିବାର କେନ୍ଦ୍ରାପଡ଼ାରେ ରୁହନ୍ତି। ପରିବାରରେ ଚଳିବା ପାଇଁ ସେ ଏକ ମାତ୍ର ରୋଜଗାରକ୍ଷମ ଥିଲେ । ତେଣୁ  ପରିବାରକୁ ଆର୍ଥିକ ସହାୟାତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଏହାକୁ ମିଶାଇ ଦିଲ୍ଲୀରେ କାମ କରୁଥିବା ୨୦ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କ ଜୀବନ ନେଲଣି ।

   Related Posts