Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ସୁଚିନ୍ତିତ ଷଡଯନ୍ତ୍ରରେ ଘଟିଛି ଦିଲ୍ଲୀ ଦଙ୍ଗା, ୧୧୦୦ ଲୋକଙ୍କୁ ଚିହ୍ନଟ କରିଛୁ, କାହାରିକୁ ଛାଡିବୁ ନାହିଁ : ଶାହା

11/03/2020 at 7:43 PM

ନୂଆଦିଲ୍ଲୀ ୧୧। ୦୩ : ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆଜି ସଂସଦରେ ପ୍ରଥମ ଥର ଦିଲ୍ଲୀ ହିଂସା ଉପରେ ବୟାନ ଦେଇଛନ୍ତି।ଳ ସେ ସ୍ପଷ୍ଟ କରିଛନ୍ତି ଯେ, ସୁଚିନ୍ତିତ ଷଡଯନ୍ତ୍ର କରାଯାଇ ଦିଲ୍ଲୀରେ ହିଂସା କରାଯାଇଥିଲା। ଏହି ମାମଲାରେ କୌଣସି ଦୋଷୀଙ୍କୁ ଛଡା ଯିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି କୌଣସି ନିର୍ଦ୍ଦୋଷଙ୍କୁ କୌଣସି ସମସ୍ୟା ଭୋଗିବାକୁ ଦେବୁ ନାହିଁ। ଲୋକସଭାରେ ଦିଲ୍ଲୀ ହିଂସା ଉପରେ ଆଲୋଚନା ସମୟରେ ଜବାବ ଦେଇ ଶାହା ସର୍ବ ପ୍ରଥମେ ଦିଲ୍ଲୀ  ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ପ୍ରକଟ୍ କରିଥିଲେ।

ଶାହା କହିଛନ୍ତି ଦଙ୍ଗାରେ ଯେଉଁ ଲୋକଙ୍କ ପ୍ରାଣହାନୀ ଘଟିଛି, ସମସ୍ତଙ୍କ ଲାଗି ମୁଁ ଦୁଃଖ ପ୍ରକଟ୍ କରୁଛି ଏବଂ ପୀଡିତ ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛି। ସେ କହିଛନ୍ତି ଯେ, ଫେବୃଆରୀ ୨୪ ଅପରାହ୍ନ ୨ଟାରେ ହିଂସାର ପ୍ରଥମ ଘଟଣାର ସୂଚନା ଆସିଥିଲା ଏବଂ ଫେବୃଆରୀ ୨୫ ରାତି ୧୧ଟା ପରେ ସାଂପ୍ରଦାୟିକ ହିଂସାର କୌଣସି ଘଟଣା ଘଟିନଥିଲା। ହିଂସାକୁ ରୋକିବାରେ ଦିଲ୍ଲୀ ପୋଲିସର ଭୂମିକାକୁ ପ୍ରଶଂସା କରି ସ୍ଵରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ ପୋଲିସ ହିଂସାକୁ ପୂରା ଦିଲ୍ଲୀରେ ବ୍ୟାପିବାକୁ ଦେଇନଥିଲା।

ସେ କହିଛନ୍ତି ଯେ, ଦିଲ୍ଲୀରେ ମୋଟ୍ ୨୦୩ ଥାନା ରହିଛି ଏବଂ ହିଂସା କେବଳ ୧୨ ଥାନା କ୍ଷେତ୍ରରେ ସୀମିତ ରହିଥିଲା। ଦିଲ୍ଲୀ ପୋଲିସର ଭୂମିକା ଉପରେ ଉଠୁଥିବା ପ୍ରଶ୍ନର ଜବାବ ଦେଇ ଶାହା ସ୍ପଷ୍ଟ କରିଛନ୍ତି ଯେ, ପୋଲିସର ସର୍ବ ପ୍ରଥମ ଦାୟିତ୍ଵ ହିଂସାକୁ ରୋକିବାର ଥିଲା। ଫେବୃଆରୀ ୨୪ ଅପରାହ୍ନ ପ୍ରାୟ ୨ଟାରେ ହିଂସା ଘଟଣାର ପ୍ରଥମ ସୂଚନା ମିଳିଥିଲା ଏବଂ ଅନ୍ତିମ ସୂଚନା ଫେବୃଆରୀ ୨୫ ରାତି ୧୧ଟାରେ ମିଳିଥିଲା। ଅର୍ଥାତ ହିଂସା ୩୬ ଘଣ୍ଟା ଚାଲିଥିଲା।

ଶାହା କହିଛନ୍ତି ୩୬ ଘଣ୍ଟାରେ ଯାହା ହେଲା ତାକୁ ଅଣଦେଖା କରାଯାଇ ପାରିବ ନାହିଁ। ୫୦ରୁ ଉର୍ଦ୍ଧ୍ଵ ବ୍ୟକ୍ତି ପ୍ରାଣ ହରାଇଲେ ଏବଂ ହଜାର ହଜାର କୋଟି ଟଙ୍କାର ସଂପତ୍ତି ନଷ୍ଟ ହେଲା, ଏହା ଏକ ଛୋଟ କଥା ନୁହଁ। ଦିଲ୍ଲୀ ଦଙ୍ଗାର ଜଣେ ହେଲେ ଦୋଷୀକୁ ଛଡାଯିବ ନାହିଁ ଏବଂ କୌଣସି ନିର୍ଦ୍ଦୋଷଙ୍କୁ ହଇରାଣ କରାଯିବ ନାହିଁ। ଏଥିପାଇଁ ବୈଜ୍ଞାନିକ ଉପାୟେ ଯାଞ୍ଚ ଜାରି ରହିଛି।

   Related Posts