Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କରୋନା ସନ୍ଦେହରେ ଚଳନ୍ତା ବସ୍‌ରୁ ଯୁବତୀଙ୍କୁ ଫିଙ୍ଗିଦେବା ମାମଲା, ୟୁପି ସରକାରଙ୍କୁ ମହିଳା କମିଶନଙ୍କ ନୋଟିସ୍

9/07/2020 at 3:37 PM

ନୂଆଦିଲ୍ଲୀ ୯।୭: କରୋନା ସଂକ୍ରମିତ ସନ୍ଦେହରେ କଣ୍ଡକ୍ଟର ଜଣେ ମହିଳା ଯାତ୍ରୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେବା ଘଟଣାରେ ଗୁରୁବାର ଦିଲ୍ଲୀ ମହିଳା କମିଶନ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ୍  ଜାରି କରିଛନ୍ତି। ଚଳନ୍ତା ବସ୍‌ରୁ ଖସିପଡିବାରୁ ଘଟଣା ସ୍ଥଳରେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲ। ମାମଲାରେ କମିଶନ ୟୁପି ପୋଲିସକୁ ଜୁଲାଇ ୧୫ ତାରିଖ ସୁଦ୍ଧା ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ଶ୍ୱାତୀ ମଲିୱାଲ ମଥୁରା ଏସଏସପିଙ୍କୁ  ଏ ନେଇ ନୋଟିସ୍ ଜାରି କରିଛନ୍ତି। ଏଥିରେ ଗଣମାଧ୍ୟମରୁ ପ୍ରାପ୍ତ ସୂଚନାକୁ ଆଧାର କରି କମିଶନ ଦିଲ୍ଲୀ ମଣ୍ଡାବଲୀରୁ ବସ୍‌ରେ ଯାତ୍ରା କରିଥିବା ୧୯ ବର୍ଷ ବୟସ୍କା ଯୁବତୀଙ୍କୁ ମଥୁରା ଟୋଲ ପ୍ଲାଜା ନିକଟରେ କରୋନା ଆକ୍ରାନ୍ତ ସନ୍ଦେହ କରି କଣ୍ଡକ୍ଟର ଚଳନ୍ତା ବସ୍‌ରୁ ଠେଲିଦେଇଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି।  ଯୁବତୀଙ୍କ ସହ ତାଙ୍କ ଅଭିଭାବକ ମଧ୍ୟ ବସ୍‌ରେ ଯାତ୍ରା କରୁଥିଲେ। ଯଦି ଏପରି ହୋଇଥାଏ ତେବେ ଏହା ନିଶ୍ଚିତ ରୂପେ ସାଂଘାତିକ ଘଟଣା ବୋଲି କମିଶନ ନୋଟିସ୍‌ରେ ଉଲ୍ଲେଖ କରିଛନ୍ତି।

ଏ ନେଇ କମିଶନ ପୋଲିସକୁ ଘଟଣାର ଏତଲା କପି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମାମଲାରେ ବସ୍‌ର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଛି କି ନା ସେ ନେଇ କମିଶନ ପ୍ରଶ୍ନ କରିଛନ୍ତି। ଯଦି ସେମାନଙ୍କୁ ଗିରଫ କରାଯାଇ ନାହିଁ ଏହାର କାରଣ ଦର୍ଶାଇବାକୁ ମଧ୍ୟ କୁହାଯାଇଛି। ଏହା ସହ କମିଶନ ମାମଲାରେ ପୋଲିସକୁ ଘଟଣାର ବିସ୍ତୃତ ସୂଚନା ଦେବାକୁ ମଧ୍ୟ କହିଛନ୍ତି। ସମସ୍ତ ବିବରଣୀ ଜୁଲାଇ ୧୫ ତାରିଖ ସୁଦ୍ଧା ଦାଖଲ ଲାଗି ମହିଶା କମିଥନ ମଥୁରା ଏସଏସପିଙ୍କୁ ନିର୍ଦେଶ ଦେଇଛନ୍ତି।

   Related Posts