ମୋଦିଙ୍କ ବୈଠକରେ କେଜରିୱାଲଙ୍କ ଭାଷଣର ସିଧାପ୍ରସାରଣକୁ ନେଇ କେନ୍ଦ୍ର ଖପ୍ପା, ଦୁଃଖ ପ୍ରକଟ କଲେ CMO

Published By : Prameya-News7 Bureau | April 23, 2021 IST

ନୂଆଦିଲ୍ଲୀ ୨୩।୪: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ଜନିତ ପରିସ୍ଥିତି ଓ ହସ୍ପିଟାଲମାନଙ୍କରେ ଅକ୍ସିଜେନ ସ୍ଥିତିନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ତେବେ ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଟେଲିଭିଜନରେ ସିଧାପ୍ରସାରିତ ହୋଇଛି। ଯାହାକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘଟଣା ଲାଗି ଦୁଃଖ ପ୍ରକାଶ କରିଛି।

ସେପଟେ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ କେଜରିୱାଲଙ୍କ ଉପରେ ପରିସ୍ଥିତିକୁ ନେଇ ରାଜନୀତି କରୁଥିବାର ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ରାଜ୍ୟର କରୋନା ପରିସ୍ଥିତି ଓ ମୁକାବିଲା ଲାଗି ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚିତ କରିଥିଲେ। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏ ବାବଦେ କୌଣସି ମତ ଅଥବା ମନ୍ତବ୍ୟ ରଖିବା ବଦଳେ ନିଜ କଥା ରଖିଥିଲେ। ଯେଉଁଥିରେ ରାଜ୍ୟର ପରିସ୍ଥିତି ଓ ରାଜ୍ୟ ସରକାର ମୁକାବିଲା ନେଇ ହାତକୁ ନେଇଥିବା କାର୍ଯ୍ୟକ୍ରମ ସମ୍ପର୍କିତ କୌଣସି ସୂଚନା ନଥିଲା କି କେନ୍ଦ୍ର ନିମନ୍ତେ ଏବେ ରାଜ୍ୟ ଲାଗି କଣ କର୍ତ୍ତବ୍ୟ କରାଯିବା ଦରକାର ଓ ସେ ତାଙ୍କ ରାଜ୍ୟ ଲାଗି କେନ୍ଦ୍ରରୁ କଣ ସହଯୋଗ ଚାହୁଁଛନ୍ତି  ସେ ବିଷୟରେ କିଛି ବି କହି ନଥିଲେ। କେବଳ ପରିସ୍ଥିତିରେ ନିଜ ଉପରୁ ଦାୟିତ୍ୱ ଖସାଇବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି।

wp:embed {"url":"https://twitter.com/Being_SadeSati/status/1385518652468826115","type":"rich","providerNameSlug":"twitter","responsive":true,"className":""}
https://twitter.com/Being_SadeSati/status/1385518652468826115
/wp:embed

ଘଟଣାରେ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ବୟାନ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସଂକ୍ଷିପ୍ତ ବୟାନ ଜାରି କରାଯାଇଛି। ଯେଉଁଥିରେ ‘ଆଜି ମୁଖ୍ୟମନ୍ତ୍ରୀଙ୍କ ଭାଷଣ ‘ଲାଇଭ’ କରାଯାଇଛି, ଯାହା କରାଯାଇ ପାରିବନି ବୋଲି  କେବେ କେନ୍ଦ୍ର ସରକାର ଲିଖିତ ଅଥବା ମୌଖିକ ନିର୍ଦ୍ଦେଶ ଦେଇ ନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି। ତେବେ ଏହା ମୁଖ୍ୟମନ୍ତ୍ରୀମାନଙ୍କର ବୈଠକ ଥିଲା ଓ ଏଥିରେ କୌଣସି ଗୋପନୀୟତା ନଥିଲା। ଏଣୁ ଏଥିଯୋଗୁ କୌଣସି ଅସୁବିଧା ହୋଇଥିଲେ ଏହାକୁ ନେଇ ଆମେ ଦୁଃଖିତ’ ବୋଲି କୁହାଯାଇଛି।     

ତେବେ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନିଜେ ବୈଠକରେ ମୁହଁ ଖୋଲିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ଏହା ଆମର ପରମ୍ପରା...ଯାହାକୁ ଆମେ ପ୍ରୋଟକଲ କହୁଛେ ଏହା ପରମ୍ପରାର ବିପରୀତ  ହେଉଛି... ଯେମିତି କେଉଁ ମୁଖ୍ୟମନ୍ତ୍ରୀ ଏହି ଇନ-ହାଉସ୍‌ ମିଟିଂର ସିଧାପ୍ରସାରଣ କରାଉଛନ୍ତି। ଏହା ଆଦୌ ଉଚିତ୍ ନୁହେଁ ..ଆମକୁ ସର୍ବଦା ସଂଜମ ଆଚରଣ କରିବାକୁ ହେବ’। ଏହାର ଜବାବରେ କେଜରିୱାଲ..ଠିକ୍‌ ଅଛି ସାର..ଆଗକୁ ଆମେ ଏଥିପ୍ରତି ଧ୍ୟାନ ଦେବୁ ବୋଲି କହିଥିଲେ। ତେବେ ଏପରି କରିବା ଯୋଗୁ ମୋ ଦ୍ୱାରା ଯଦି କୌଣସି ଭୁଲ ହୋଇଥାଏ, ମୁଁ ଯଦି କିଛି କଠୋର କହିଦେଇଥାଏ ଅଥବା ମୋ ଆଚରଣରେ ସେଭଳିକୌଣସି ତ୍ରୁଟି ଥିଲେ କ୍ଷମା ଚାହୁଁଛି ବୋଲି କହିଥିଲେ।  

ତେବେ ବୈଠକରେ କେଜରିୱାଲ ଏପରି ଅନେକ ବିଷୟରେ କହିଥିଲେ ଯାହା ସାର୍ବଜନିକ ହେବା କଥା ନୁହେଁ। ଏଥିରେ ଉପୁଜିଥିବା ପରିସ୍ଥିତିରେ ସେନା ସହାୟତା ନେବାକୁ ପରାମର୍ଶ ସମେତ ଟିକା ଯୋଗାଣ ଓ ଟିକା ଦର ଆଦି ନେଇ ବୟାନବାଜୀ କରିଥିଲେ, ଯଦିଓ ଏହା ଏପରି ବୈଠକ ନଥିଲା। କେଜରିୱାଲ ଜାଣନ୍ତି କେନ୍ଦ୍ର ସରକାର ନିଜ ପାଖରେ ଟିକା ମହଜୁଦ କରନ୍ତି ନାହିଁ ଯାହା ଉତ୍ପାଦିତ ହେଉଛି ସିଧା ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଉଛି ତଥାପି ବୈଠକରେ ସେ ଏଭଳି ପ୍ରସଙ୍ଗ ସବୁ ରଖିଥିବାର କେନ୍ଦ୍ର ସରକାରଙ୍କ ସୂତ୍ର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.