କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ Tweetରେ ଲେଖିଛନ୍ତି କ'ଣ

Published By : Prameya-News7 Bureau | February 19, 2020 IST

ନୂଆଦିଲ୍ଲୀ ୧୯।୨:  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ ଆଲୋଚନା ଥିଲା। ପ୍ରାୟ ୨୦ ମିନିଟ୍ କାଳ ଆଲୋଚନା କରିବା ପରେ ଫେରିଆସିଥିଲେ କେଜରିୱାଲ । ତେବେ ଗୃହମନ୍ତ୍ରୀଙ୍କ ସହ ତାଙ୍କ ଆଳାପର ଏକ ସଂକ୍ଷିପ୍ତ ବିରଣୀ କେଜରିୱାଲ ଟ୍ୱିଟ୍ କରିଥିବା ବେଳେ ତାହା ଏବେ ରାଜଧାନୀରେ ଭାଇରାଲ ହେବାରେ ଲାଗିଛି। 

wp:html /wp:html

କେଜରିୱାଲ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ତୃତୀୟବାର ଶପଥପାଠ କରିଥିଲେ। ଏହି ଉତ୍ସବକୁ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ  ଦିଲ୍ଲୀର ସମସ୍ତ ବିଜେପି ସାଂସଦ ଓ ନବ ନିର୍ବାଚିତ ୮ ବିଧାୟକଙ୍କୁ ବି ଆମନ୍ତ୍ରିତ କରିଥିଲେ। ତେବେ ରବିବାର ପ୍ରଧାନମନ୍ତ୍ରୀଙ୍କ ଉତ୍ତରପ୍ରଦେଶ ଗସ୍ତ କାର୍ଯ୍ୟ ସୂଚୀ ଯୋଗୁ କାର୍ଯ୍ୟକ୍ରମରେ ଯୋଗଦେଇ ପାରିନଥିବା ବେଳେ କେବଳ ଜଣେ ବିଧାୟକଙ୍କୁ ଛାଡି ବାକି ସାଂସଦ ଓ ବିଧାୟକ ଆସିନଥିଲେ।

{"id":226483,"sizeSlug":"large"}

ନିର୍ବାଚନ ପୂର୍ବରୁ ରାଜଧାନୀରେ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ମୁହାଁ ମୁହିଁ ଟକ୍କର ହୋଇଥିଲା। ଏଥିରେ ଉଭୟ ଦଳ ପରସ୍ପରକୁ ଖୁବ୍ ଆକ୍ଷେପ କରିଥିବା ବେଳେ ବିବାଦୀୟ ବୟାନବାଜୀ ଲାଗି ନିର୍ବାଚନ ଆୟୋଗଙ୍କ ଶରବ୍ୟ ବି ହୋଇଥିଲେ। ଏଥିରେ କେଜରିୱାଲ ନିଜେ ଅମିତ ଶାହଙ୍କୁ ଯେ କୌଣସି ପ୍ରସଙ୍ଗରେ  ବିତର୍କ ଲାଗି ଆହ୍ୱାନ ବି ଦେଇଥିଲେ। ତେବେ ଏଥିରେ ଶାହାଙ୍କ ମତାମତ ଜଣାପଡିନଥିଲେ ହେଁ କେଜରିୱାଲ ଏଥିଲାଗି ସେ ଡରୁଥିବା ନିର୍ବାଚନ ସଭାରେ କହିଥିଲେ। ତେବେ ବୁଧବାର ସାକ୍ଷାତ ଆଲୋଚନା ପରେ ସେ ଯାହା ଟ୍ୱିଟ୍ କରିଛନ୍ତି ତାହା ସମ୍ପୂର୍ଣ୍ଣ ବିପରୀତ। ଏଥିରେ ରାଜଧାନୀ ଦିଲ୍ଲୀର ବିକାଶ ଲାଗି ଉଭୟ ଏକତ୍ର କାର୍ଯ୍ୟ କରିବାକୁ ସହମତ ହୋଇଥିବା ଉଲ୍ଲେଖ କରିଛନ୍ତି କେଜରିୱାଲ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.