ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କରୋନା ପଜିଟିଭ୍

Published By : Prameya-News7 Bureau | April 20, 2021 IST

ନୂଆଦିଲ୍ଲୀ ୨୦/୦୪ : ଦେଶର ରାଜଧାନୀ ନୂଆଦିଲ୍ଲୀରୁ ଆସିଛି ବଡ ଖବର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନିଜକୁ ଘରେ ଆଇସୋଲେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ନିଜକୁ କ୍ଵାରେଣ୍ଟାଇନ କରିଛନ୍ତି। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଭୟାବହ ରୂପ ନେଲଣି। ପ୍ରତିଦିନ ୨୦ ହଜାର ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ଆସନ୍ତା ସୋମବାର ଯାଏଁ ଲକଡାଉନ ଘୋଷଣା କରାଯାଇଛି। ହସ୍ପିଟାଲମାନଙ୍କରେ ବେଡ଼ ଓ ଆଇସିୟୁ ବେଡ଼ ଅଭାବ ଦେଖାଦେଲାଣି। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ଓ ଜନତା ଚିନ୍ତାରେ। ଦିଲ୍ଲୀ ସରକାରଙ୍କ ୱେବସାଇଟ ଅନୁଯାୟୀ, ମଙ୍ଗଳବାର ସକାଳେ ୧୦ଟା ରେ ୧୯ ହଜାର ୬୦୪ କୋଭିଡ ବେଡ଼ ମଧ୍ୟରୁ ୩୧୮୬ ବେଡ଼ ଖାଲି ଥିଲା। ଏପଟେ ୧୬ ହଜାର ରୋଗୀଙ୍କ ଚିକିତ୍ସା ଚାଲିଛି। ଦିଲ୍ଲୀରେ ୪୪୩୭ ଆଇସିୟୁ ବେଡ୍ ଅଛି ଓ ୪୩୯୫ ବେଡ଼ରେ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଉ ମାତ୍ର ୪୨ ବେଡ୍ ବାକି ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.