ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍ ଗୃହବନ୍ଦୀ : ଟ୍ବିଟ୍ କରି ସୂଚନା ଦେଲା ଆମ୍ ଆଦମୀ ପାର୍ଟି
8/12/2020 at 11:38 AM

ନୂଆଦିଲ୍ଲୀ ୮/୧୨: ଚାଷୀଙ୍କ ଭାରତ ବନ୍ଦ ଡାକରା ଦିନ ଆମ ଆଦମୀ ପାର୍ଟି ଦିଲ୍ଲୀ ପୋଲିସ୍ ଉପରେ ବଡ଼ ଅଭିଯୋଗ ଲଗାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ତାଙ୍କ ଘରେ ନଜରବନ୍ଦୀ କରି ଦିଆଯାଇଛି। ଆପ୍ର ଅଭିଯୋଗ ଏହିକି ଯେ ଏହା ସବୁ ଗୃହ ମନ୍ତ୍ରଣାଳୟର ଈଶାରାରେ କରାଯାଇଛି।
ଆମ ଆଦମୀ ପାର୍ଟିର ଅଭିଯୋଗ ହେଉଛି ଯେ ଦିଲ୍ଲୀ ପୋଲିସ୍ ବିଜେପି ସହାୟତାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଘରେ ହିଁ ନଜରବନ୍ଦୀ କରିଛି। ସିନ୍ଧୁ ବର୍ଡ଼ରରୁ ଫେରିବା ପରେ ଗତକାଲିଠୁ ତାଙ୍କୁ ଗୃହବନ୍ଦୀ କରାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସମସ୍ତ ବୈଠକ ରଦ୍ଦ କରାଯାଇଛି।
ଆମ୍ ଆଦମି ପାର୍ଟି ଅଭିଯୋଗ କରି କହିଛି ଯେ,ଗୃହ ମନ୍ତ୍ରଣାଳୟ ଆଦେଶରେ ପୋଲିସ୍ ଦିଲ୍ଲୀ ମ୍ୟୁନିସିପାଲଟି କର୍ପୋରେସନର ୩ଜଣ ମେୟରଙ୍କୁ ଘରର ମୁଖ୍ୟ ଗେଟ୍ ବାହାରେ ଧାରଣାରେ ବସାଇ ଦେଇଛି। ଏହାର ବାହାନା କରି ପୋଲିସ୍ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ବ୍ୟାରିକେଡ ଲଗାଇ ଦେଇଛି। ଯାହା ଫଳରେ ତାଙ୍କୁ କେହି ଭେଟିବାକୁ ଆସି ପାରିବେ ନାହିଁ କି ସେ କେଉଁଠି ବାହାରକୁ ଯାଇ ପାରିବେ ନାହିଁ। ଆପ୍ର କହିବା ଅନୁସାରେ ଆଜି ଭାରତ ବନ୍ଦ ଯୋଗୁଁ ଗୃହ ମନ୍ତ୍ରଣାଳୟ ନିର୍ଦେଶରେ ଦିଲ୍ଲୀ ପୋଲିସ୍ ଏହି କାମ କରିଛି।