Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲଙ୍କ ଘୋଷଣା : କରୋନାରେ ମୃତ୍ୟୁ ହେଲେ ମିଳିବ ସହାୟତା ରାଶି

6/07/2021 at 1:16 PM

ନୂଆଦିଲ୍ଲୀ ୬/୭ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ବଡ ଘୋଷଣା । ଯେଉଁମାନଙ୍କ କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ୫୦ ହଜାରର ସହାୟତା ରାଶି ପ୍ରଦାନ କରିବେ ଦିଲ୍ଲୀ ସରକାର । ଆର୍ଥିକ ସହାୟତା ଘୋଷଣା କରି ସେ କହିଛନ୍ତି ଯେଉଁମାନେ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେମାନଙ୍କ ଘରକୁ ସରକାରଙ୍କ ତରଫରୁ କର୍ମଚାରୀ ଯିବେ ଏବଂ ସେମାନଙ୍କୁ ସହାୟତା ରାଶି ପ୍ରଦାନ କରିବେ ।

ଏହି ଅବସରରେ କେଜରୀ ଆଉ ୨ଟି ବଡ ଘୋଷଣା କରିଛନ୍ତି । ଯେଉମାନେ ଅନାଥ ଅର୍ଥାତ ବାପା ମାଆ ଛେଉଣ୍ଡ ହୋଇଯାଇଛନ୍ତି ତାଙ୍କୁ ୨୫ ବର୍ଷ ହେବା ଯାଏଁ ପ୍ରତିମାସରେ ସରକାର ୨୫୦୦ ହଜାର ଲେଖାଏଁ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ କରୋନାରେ ଯେଉଁମାନେ ଟଙ୍କା ରୋଜଗାର କରି ନିଜ ପରିବାର ଚଳାଉଥିଲେ ସେମାନଙ୍କୁ ମଧ୍ୟ ପ୍ରତି ମାସରେ କିଛି ପରିମାଣ ସହାୟତା ଦିଆଯିବ ।

ତେବେ ଏଭଳି ଲୋକଙ୍କ ପରିବାରକୁ କେତେ ରାଶି ଦିଆଯିବ ବୋଲି ସେ ସ୍ପଷ୍ଟ କରିନାହାଁନ୍ତି । ଏହି ଘୋଷଣା କରିବାବେଳେ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ କାଗଜପତ୍ର ଯାଞ୍ଚ କରିବାକୁ ଯିବେ ସେମାନେ କାଗଜପତ୍ରରେ କୌଣସି ମାର୍କ ରଖିବା ଉଚିତ ନୁହେଁ । କାରଣ କରୋନା ମୃତ୍ୟୁ ହେତୁ ସମ୍ପର୍କୀୟମାନେ ପୂର୍ବରୁ ଦୁଃଖିତ ଅଛନ୍ତି । ଏପରି ସମୟରେ କାଗଜପତ୍ରରେ ଟିପ୍ସ ବାହାର କରି ସେମାନଙ୍କୁ ଅଧିକ ବିବ୍ରତ କରାଯିବା ଉଚିତ୍ ନୁହେଁ ।

   Related Posts