Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ମେ ୩୧ରୁ unlock ହେବ ଦିଲ୍ଲୀ, ମୁଖ୍ୟମନ୍ତ୍ରୀ କହିଲେ ଏହି ସବୁ କ୍ଷେତ୍ରକୁ ପ୍ରାଥମିକତା ଭିତ୍ତିରେ ଦିଆଯିବ ଅନୁମତି

28/05/2021 at 7:31 PM

ନୂଆଦିଲ୍ଲୀ ୨୮।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ରାଷ୍ଟ୍ରୀୟ ରାଜଧାନୀରେ କୋଭିଡ ଲକଡାଉନ କଟକଣା କୋହଳ କରିବେ ବୋଲି ଘୋଷଣା କରିଛନ୍ତି। ଏହି ପ୍ରକ୍ରିୟା ୩୧ମେ ସୋମବାରଠାରୁ ଆରମ୍ଭ ହେବ। ଦିଲ୍ଲୀରେ ଅଚାନକ କୋଭିଡ ସଂକ୍ରମଣ ହାର ବୃଦ୍ଧି ଯୋଗୁ ସରକାର ଏପ୍ରିଲ ୧୯ ତାରିଖରୁ ଲକଡାଉନ ଜାରି କରିଥିଲେ। ଯାହାକୁ ପରେ ପରିସ୍ଥିତିକୁ ଦେଖି ସମ୍ପ୍ରସାରଣ କରାଯାଇଥିଲା। ତେବେ ପରିସ୍ଥିତିରେ ଏବେ ସୁଧାର ଆସିଛି। ନୂଆ ସଂକ୍ରମଣ ହାର ହ୍ରାସ ଯୋଗୁ ସରକାର ଅନଲକ୍‌ ପ୍ରକ୍ରିୟା ଆରମ୍ଭ ଲାଗି ଚିନ୍ତା କରୁଥିବା କେଜରିୱାଲ କହିଛନ୍ତି। 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ଦ୍ୱିତୀୟ ଲହର ସଂକ୍ରମଣ ଯୋଗୁ ଜାତୀୟ ରାଜାଧାନୀରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ତେବେ ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି ବଞ୍ଚିରହିଛନ୍ତି ଅନଲକ୍ ପ୍ରକ୍ରିୟା ଆରମ୍ଭ ନ କଲେ ସେମାନେ ଭୋକରେ ମରିବା ନିଶ୍ଚିତ ବୋଲି କେଜରିୱାଲ କହିଛନ୍ତି। ଏବେ ଦିଲ୍ଲୀର ହସ୍ପିଟାଲମାନଙ୍କରେ ଆଇସିୟୁ ବେଡର ଅଭାବ ନାହିଁ। ସେହିପରି ଅକ୍ସିଜେନ ଯୋଗାଣ ମଧ୍ୟ ସ୍ୱଭାବିକ ହୋଇଛି। ଏଣୁ ଆମେ ଅନଲକ ପ୍ରକ୍ରିୟା ଆରମ୍ଭ କରିଦେବା ଆବଶ୍ୟକ, ନଚେତ ଲୋକେ ଖାଇବାକୁ ନ ପାଇ ମରିବାର ଅନେକ ସମ୍ଭାବନା ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ବିନା କାମରେ ଲୋକଙ୍କୁ ଘରୁ ପଦାକୁ ନ ବାହାରିବା ଲାଗି ମୁଖ୍ୟମନ୍ତ୍ରୀ ରାଜଧାନୀବାସୀଙ୍କୁ ନିବେଦନ କରିଛନ୍ତି। ସରକାର ଲକଡାଉନ ଭଳି କଠୋର ପଦକ୍ଷେପ ନେବାକୁ ଆଦୌ ଆଗ୍ରହୀ ନୁହନ୍ତି ବୋଲି କେଜରିୱାଲ ପୁଣି ଥରେ ସ୍ପଷ୍ଟ କରିଦେଇଛନ୍ତି। ହେଲେ ରାଜଧାନୀରେ ଯଦି ଦ୍ୱିତୀୟବାର ସଂକ୍ରମଣ ହାରରେ ବୃଦ୍ଧି ଦେଖାଯାଏ ତେବେ ସରକାର ଏଥିପାଇଁ ବାଧ୍ୟ ହେବେ ବୋଲି ମଧ୍ୟ ସତର୍କ କରିଛନ୍ତି। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ମେ ୩୧ରୁ ରାଜଧାନୀରେ ଯେଉଁ ସବୁ କ୍ଷେତ୍ରକୁ ଅନଲକ କରିବେ ବୋଲି ଘୋଷଣା କରିଛନ୍ତି ଆସନ୍ତୁ ଜାଣିବା। 

ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ ଦିଲ୍ଲୀ ସରକାର ଅନଲକ ପ୍ରକ୍ରିୟାରେ ସବୁଠୁ  ଦୁର୍ବଳ ଆର୍ଥିକ ବର୍ଗଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି।  ସେହି ଅନୁସାରେ ନିର୍ମାଣ କ୍ଷେତ୍ରକୁ ପ୍ରାଥମିକତା ଭିତ୍ତିରେ ଅନଲକ କରିବାକୁ ଯାଉଥିବା ଘୋଷଣା କରିଛନ୍ତି। ଏହା ସହ ମେ ୩୧ରୁ ଜାତୀୟ ରାଜଧାନୀରେ କାରଖାନା ମଧ୍ୟ ଖୋଲିବ। ଏଥିରେ ପ୍ରଥମେ କୋଭିଡ-୧୯ ଲାଗି ଫେସ ମାସ୍କ, ସାନିଟାଇଜର, ପିପିଇ କିଟ୍‌ ଭଳି ଆବଶ୍ୟକ ସାମଗ୍ରୀର ଉତ୍ପାଦନ ନିମନ୍ତେ ଉଦ୍ୟୋଗ ଚାଲୁ କରିବାକୁ ଅନୁମତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନଲକ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦିନ ମଜୁରିଆ ଓ ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବା। ଏହି ପ୍ରକାରର ଲୋକେ ଯେଉଁ ଦୁଇଟି କ୍ଷେତ୍ରରେ ପ୍ରଚୁର ଆବଶ୍ୟକ ହୋଇଥାନ୍ତି ସେହି ସବୁ କ୍ଷେତ୍ରକୁ ପ୍ରାଥମିକତା ଭିତ୍ତିରେ ଖୋଲିବାକୁ ସରକାର ପଦକ୍ଷେପ ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଜାତୀୟ ରଜଧାନୀ ଉପରେ ନିର୍ଭର କରୁଥିବା ପ୍ରବାସୀ ଶ୍ରମିକଙ୍କ ଡାଟା ବେସ୍‌ ରାଜ୍ୟ ସରକାରଙ୍କ ନିକଟରେ ନାହିଁ। ହେଲେ ଦିଲ୍ଲୀ ଅନଲକ ପ୍ରକ୍ରିୟାକୁ ଯାଉଥିବା ସୂଚନା ରାଜଧାନୀକୁ ଏପରି ଲୋକଙ୍କ ସୁଅ ଛୁଟିବା ଆରମ୍ଭ ହୋଇଯାଇଛି। ଆନନ୍ଦବିହାର ଓ କାଶ୍ମୀର ଗେଟ୍‌ ଟର୍ମିନାଲରେ ଏବେ ଏପରିଲୋକଙ୍କ ବେଶ୍ ଭୀଡ ଦେଖିବାକୁ ମିଳୁଛି।

   Related Posts