IB ଅଧିକାରୀଙ୍କ ଲାଗି ଦିଲ୍ଲୀ ସରକାରଙ୍କ କ୍ଷତିପୂରଣ ଘୋଷଣା, ପରିବାରକୁ ମିଳିବ ୧ କୋଟି ଟଙ୍କା ଓ ଜଣକୁ ଚାକିରୀ

Published By : Prameya-News7 Bureau | March 02, 2020 IST

ନୂଆଦିଲ୍ଲୀ ୨।୩:  ଦଙ୍ଗାରେ ପ୍ରାଣ ହରାଇଥିବା ଗୁଇନ୍ଦା ବିଭାଗ ଅଧିକାରୀ ଅଙ୍କିତ ଶର୍ମାଙ୍କ ପରିବାର ଲାଗି ଦିଲ୍ଲୀ ସରକାର ସୋମବାର ୧ କୋଟି ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ସେ ଜଣେ ସାହାସି ଗୁଇନ୍ଦା ଅଧିକାରୀ ଥିଲେ। ଦିଲ୍ଲୀ ହିଂସାରେ ତାଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ତାଙ୍କ ଲାଗି ଦେଶ ଗର୍ବ କରେ ଏଣୁ ଦିଲ୍ଲୀ ସରକାର ତାଙ୍କ ବଳିଦାନ ଲାଗି ୧ କୋଟି ଟଙ୍କା କ୍ଷତିପୂରଣ ଓ ତାଙ୍କ ପରିବାରର ଜଣକୁ ଚାକିରୀ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି।

wp:html /wp:html

ଶର୍ମା ଉତ୍ତର-ପୂର୍ବ ଦିଲ୍ଲୀର ଚାନ୍ଦବାଗ୍ ଅଞ୍ଚଳର ବାସିନ୍ଦା। ଦଙ୍ଗା ବେଳେ ସହରର ଏହି ଅଞ୍ଚଳ ଗୁରୁତର ପ୍ରଭାବିତ ହୋଇଥିଲା। ମଙ୍ଗଳବାର ଦଙ୍ଗାରେ ତାଙ୍କଉ ହତ୍ୟା କରାଯାଇଥିବା ବେଳେ ବୁଧବାର ଏକ ନାଳରୁ ତାଙ୍କ ଶବ ଉଦ୍ଧାର ହୋଇଥିଲା। ଶର୍ମାଙ୍କ ପରିବାର ହତ୍ୟା ଲାଗି ଦିଲ୍ଲୀ ଆମ ଆଦମୀ ପାର୍ଟିର ନଗରପାଳିକା କର୍ପୋରେଟର ତାହିର ହୁସେନଙ୍କୁ ସିଧା ଶଳଖ ଦାୟି କରିଛନ୍ତି। ଏ ନେଇ ପରିବାର ପକ୍ଷରୁ ପୋଲିସରେ ଲିଖିତ ଏତଲା ଦିଆଯାଇଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି।

{"id":231765,"width":579,"height":385,"sizeSlug":"large"}

ଶର୍ମା ଇଣ୍ଟେଲିଜେନ୍ସୀ ବ୍ୟୁରୋରେ ସୁରକ୍ଷା ସହାୟକ ପଦରେ କାର୍ଯ୍ୟରତ ଥିଲେ। ତାଙ୍କ ପିତା ଦିଲ୍ଲୀ ପୋଲିସରେ ଏଏସଆଇ ଅବସ୍ଥାପିତ ଅଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଅଞ୍ଚଳରେ କ’ଣ ହେଉଛି ଦେଖିବା ଲାଗି ଘରୁ ବାହାରକୁ ଯାଇଥିବା ବେଳେ ସେ ଆଉ ଘରକୁ ଫେରିନଥିଲେ। ତାହିର ହୁସେନର ଲୋକେ ତାଙ୍କ ଘରକୁ ଭିଡି ନେଇ ହୁସେନଙ୍କ ନିର୍ଦ୍ଦେଶରେ ନିର୍ମମ ହତ୍ୟା କରିବା ପରେ ନାଳରେ ଫିଙ୍ଗିଦେଇଥିବା ପରିବାର ଲୋକେ ପୋଲିସରେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.