ସପ୍ତମ ଶ୍ରେଣୀ ଛାତ୍ରୀ ନିଜ ହାତରେ ଲେଖିଲେ ‘ଆଇ ଲଭ୍ ୟୁ ମମ୍’ ଓ ‘ଲର୍ଡ଼ କ୍ରିଷ୍ଣା,ଆଇ ଆମ୍ କମିଙ୍ଗ୍’ : କଲେ ଆତ୍ମହତ୍ୟା

Published By : Prameya-News7 Bureau | December 06, 2018 IST

ନୂଆଦିଲ୍ଲୀ ୬/୧୨: ରାଜଧାନୀ ଦିଲ୍ଲୀର ନାରାୟଣ ବିହାର ସ୍ଥିତ ଏକ ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ରୀ ଶନିବାର ଦିନ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତା ବାଳିକାର ମାଆଙ୍କ କହିବାନୁସାରେ ଛାତ୍ରୀଜଣକ ତାଙ୍କ ସ୍କୁଲ୍ ଶିକ୍ଷୟିତ୍ରୀଙ୍କ ପ୍ରତିଦିନର ଗାଳି ସହି ନ ପାରି ଆତ୍ମହତ୍ୟା କରିଛନ୍ତି। ସେ ମାଆଙ୍କୁ ତିନି ମାସ ଆଗରୁ ନୂଆ ସ୍କୁଲରେ ନାମ ଲେଖାଇବା ପାଇଁ କହି ଆସୁଥିଲେ। କିନ୍ତୁ ସେ ଝିଅ କଥା ଶୁଣିନଥିଲେ। ଏଥିପାଇଁ ବର୍ତ୍ତମାନ ସେ ଅନୁତାପ କରୁଛନ୍ତି। ବାଳିକା ନିକଟରୁ ପୋଲିସକୁ ସୁଇସାଇଡ ନୋଟ ମିଳିଛି। ଏହି ସୁଇସାଇଡ ନୋଟରେ ବାଳିକାଟି ସ୍କୁଲ ବିରୋଧରେ ଅଭିଯୋଗ କରିଛି। ନାବାଳିକାଙ୍କ ମାଆଙ୍କ କହିବାନୁସାରେ ଗତ ଶୁକ୍ରବାର ଦିନ ତାଙ୍କ ଶ୍ରେଣୀ ଶିକ୍ଷୟିତ୍ରୀ ଏବଂ ଜୀବ ବିଜ୍ଞାନ ଶିକ୍ଷୟିତ୍ରୀ ତାଙ୍କୁ ବହୁତ ଗାଳି କରିଥିଲେ। ତାଙ୍କୁ ମଧ୍ୟ ଚରିତ୍ରହୀନା କହିଥିଲେ। ସେ ସବୁବେଳେ ତାଙ୍କୁ ଅସହ୍ୟ ଗାଳି କରିବା ସହିତ ଖରାପ ବ୍ୟବହାର କରୁଥିଲେ। ବାଳିକାଟି ମୃତ୍ୟୁ ପୂର୍ବରୁ ଲେଖିଥିଲା ଯେ ତା ମୃତ୍ୟୁ ଖବର ସ୍କୁଲକୁ ଦିଆଯାଉ । ଏହା ବ୍ୟତୀତ ନିଜ ହାତରେ ଲେଖିଥିଲା ‘ମମ୍ ଆଇ ଲଭ୍ ୟୁ’, ଏବଂ ‘ଲର୍ଡ଼ କ୍ରିଷ୍ଣା,ଆଇ ଆମ୍ କମିଙ୍ଗ୍’।… ତାଙ୍କ ମାଆଙ୍କ କହିବାନୁସାରେ ବାଳିକା ଜଣକ ଶନିବାରଦିନ ସ୍କୁଲ୍ ନ ଯିବାକୁ ଜିଦ୍ କରିଥିଲେ। କିନ୍ତୁ ତାଙ୍କ ମାଆ ତାଙ୍କୁ ଘରେ ଛାଡ଼ି କୋର୍ଟ ଚାଲି ଯାଇଥିଲେ । ସନ୍ଧ୍ୟା ୪ଟା ବେଳେ ତାଙ୍କ ମାଆ ଘରକୁ ଫେରି ତାଙ୍କୁ ପଙ୍ଖାରେ ଝୁଲିଥିବା ଅବସ୍ଥାରେ ଦେଖିଥିଲେ। ସେ ତୁରନ୍ତ ତାଙ୍କୁ ହସ୍ପିଟାଲ୍ ନେଇ ଯାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତା ଘୋଷିତ କରିଥିଲେ। ପୋଲିସ୍ ବାଳିକାର ଶବଟିକୁ ପୋଷ୍ଟମର୍ଟମ୍ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୋଲିସ୍ ପରିବାରଲୋକଙ୍କ ବୟାନ୍ ନେଇ ତଦନ୍ତ ଆରମ୍ଭ କରିସାରିଛି। ପୋଲିସ୍ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହି ପୂରା ମାମଲାକୁ ବିଦ୍ୟାଳୟ ପ୍ରଶାସନ ନିଜ ପକ୍ଷରେ ରଖିଛି। ବିଦ୍ୟାଳୟ ପ୍ରଶାସନଙ୍କ କହିବାନୁସାରେ ସେମାନେ ମଧ୍ୟ ଏହି ମାମଲାର ଯାଞ୍ଚ କରୁଛନ୍ତି ଏବଂ ପୋଲିସଙ୍କୁ ଯାଞ୍ଚରେ ସହାୟତା କରୁଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.