ଅମାନିଆ ତୁଣ୍ଡ ପାଇଁ ଛାଟ, ଦିଲ୍ଲୀ ପ୍ରଚାରରୁ ଅନୁରାଗ ୩ ଦିନ ଓ ପ୍ରବେଶ ୪ ଦିନ ବ୍ୟାନ୍‌

Published By : Prameya-News7 Bureau | January 30, 2020 IST

ଦିଲ୍ଲୀ୩୦/୧: ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଫଶିଲେ ବିଜେପିର ୨ ନେତା। ଦିଲ୍ଲୀ ନିର୍ବାଚନରେ ବିଜେପି ନେତା ଅନୁରାଗ ଠାକୁର ଓ ପ୍ରବେଶ ବର୍ମା ଉଭୟ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥିଲେ। ସେଥିପାଇଁ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଆୟୋଗ ଦୁଇଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନୁରାଗଙ୍କ ଉପରେ ୭୨ ଘଣ୍ଟା ଏବଂ ବିଜେପି ସାଂସଦ ପ୍ରବେଶଙ୍କ ଉପରେ ୯୬ ଘଣ୍ଟା ବ୍ୟାନ ଲଗାଯାଇଛି। ଅର୍ଥାତ ଏହି ସମୟ ପୂର୍ବରୁ ସେମାନେ ଦିଲ୍ଲୀ ନିର୍ବାଚନରେ ପ୍ରଚାର କରି ପାରିବେ ନାହିଁ।

ଏଥିସହ ଷ୍ଟାର ପ୍ରଚାରକ ତାଲିକାରୁ ଦୁଇଜଣଙ୍କ ନାଁକୁ ମଧ୍ୟ ବାଦ୍ ଦିଆଯାଇଛି। ଏବେ ଦୁଇଜଣ ନିର୍ବାଚନୀ ମୈଦାନରେ ପ୍ରଚାର କରିବେ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ବିଜେପି ନେତା କପିଲ ମିଶ୍ରାଙ୍କ ଉପରେ ୪୮ ଘଣ୍ଟା ବ୍ୟାନ ଲାଗିଥିଲା। ଶାହୀନ୍‌ବାଗକୁ ମିନି ପାକିସ୍ତାନ କହିଥିବାରୁ ତାଙ୍କ ବିରୋଧରେ ଦିଲ୍ଲୀ ନିର୍ବାଚନ ଆୟୋଗ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଅନୁରାଗ ଠାକୁର କହିଥିଲେ ଯେ ଦେଶର ଥିବା ଗର୍ଦ୍ଦାରଙ୍କୁ ଗୁଳି ମାର। ତାଙ୍କର ଏଭଳି ନାରାବାଜି ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିଲା। ସେହିପରି କାଶ୍ମୀରର ସ୍ଥିତି ସହ ଶାହୀନବାଗର ସ୍ଥିତକୁ ତୁଳନା କରିଥିଲେ ବିଜେପି ନେତା ସାଂସଦ ପ୍ରବେଶ ବର୍ମା। ସେ ଆହୁରି ମଧ୍ୟ କହିଥିଲେ ଶାହୀନବାଗର ଲୋକମାନେ ଗୋଟିଏ ଦିନ ଘରେ ପଶି ମାଆ- ଭଉଣୀଙ୍କୁ ବଳତ୍କାର କରିବେ ଏବଂ ଲୁଟିବେ। ବିଜେପିର ଏହି ଦୁଇ ନେତାଙ୍କ ପ୍ରତିକ୍ରିୟା ସାଧାରଣରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.