କାରରେ ନିଆଁ ଲାଗି ମା ଓ ଦୁଇ ଝିଅ ଜଳିଯିବା ଘଟଣାରେ ନୂଆ ମୋଡ: ମହିଳାଙ୍କ ଭାଇ ଭିଣୋଇଙ୍କ ବିରୋଧରେ ଆଣିଲେ ଯୋଜନାବଦ୍ଧ ହତ୍ୟା ଅଭିଯୋଗ

Published By : Prameya-News7 Bureau | March 12, 2019 IST

ନୂଆଦିଲ୍ଲୀ ୧୨/୩: ନୂଆଦିଲ୍ଲୀର ଅକ୍ଷରଧାମ ମନ୍ଦିର ପାଖରେ ରବିବାର ସନ୍ଧ୍ୟାରେ ​‌‌କାର ଭିତରେ ମା ଓ ତିନି ଝିଅ ପୋଡି ମରିଯାଇଥିବା ଘଟମାରେ ନୂଆମୋଡ ଆସିଛି । ଛାତି ଦୋହଲାଇ ଦେଇଥିବା ଏହି ଦୁର୍ଘଟଣାରେ ମାଆ ଏବଂ ଦୁଇ ଝିଅଙ୍କ କାରରେ ଜୀଅନ୍ତା ଜଳିଯାଇଥିବା ବେଳେ ବାପା ଓ ଆଉ ଜଣେ ଝିଅ ବଂଚିଯାଇଥିଲେ ।

 ତେବେ ଏହି ମାମଲାରେ ମୃତ ମହିଳାଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ କରିଛନ୍ତି। ମୃତ ମହିଳା ରଞ୍ଜନାଙ୍କ ଭାଇ ବ୍ରିଜ କିଶୋର ଅଭିଯୋଗ କରିଛନ୍ତି ଯେ ଭଉଣୀଙ୍କ ସହ ଭଲ ସମ୍ପର୍କ ନଥିବାରୁ ଭିଣୋଇ ହିଁ କାରରେ ଜାଣିଶୁଣି ନିଆଁ ଲଗାଇ ଏକାବେଳେ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ହତ୍ୟା କରିଛନ୍ତି ।

ତାଙ୍କ କହିବାନୁସାରେ କାରରେ ନିଆଁ ଲଗାଇ ଭିଣୋଇ ଉପେନ୍ଦ୍ର ସୁରକ୍ଷିତ ଭାବେ ବାହାରକୁ ପଳାଇ ଆସିଥିଲା। ଉପେନ୍ଦ୍ର ବିବାହ ପରେ କେବେ ବି ତାଙ୍କ ଭଉଣୀ ରଞ୍ଜନାଙ୍କୁ ବାହାରକୁ ବୁଲାଇବାକୁ ନେଇନଥିଲେ। ଯେଉଁ ଦିନ ଏହି ଦୁର୍ଘଟଣା ଘଟିଥିଲା ସେଦିନ ପ୍ରଥମ ଥର ପାଇଁ ସେମାନେ ଅକ୍ଷରଧାମ ମନ୍ଦିର ଯାଉଥିଲେ। ଉପେନ୍ଦ୍ର ବରାବର ରଞ୍ଜନାଙ୍କୁ ମାରପିଟ ମଧ୍ୟ କରୁଥିଲେ।

ପୋଲିସ୍ ଆଶଙ୍କା କରୁଥିଲା ଯେ ସର୍ଟସର୍କିଟ କାରଣରୁ କାରରେ ନିଆଁ ଲାଗିଥିଲା। ଡେପୁଟୀ ପୋଲିସ କମିଶନର ରଞ୍ଜନାଙ୍କ ଭାଇଙ୍କ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ତେବେ ଗାଡି ଯାଂଚ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ।  ସୋମବାର ପୋଲିସ ପୋଷ୍ଟମର୍ଟମ ପରେ ରଞ୍ଜନା ଏବଂ ତାଙ୍କ ଦୁଇ ଝିଅ ରିଦ୍ଧି ଏବଂ ନିକିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ପୋଲିସଙ୍କ କହିବାନୁସାରେ ଏଠାରେ ରହୁଥିବା ଉପେନ୍ଦ୍ରଙ୍କ ବିବାହ ଉଦୟପୁର ବାସିନ୍ଦା ରଞ୍ଜନାଙ୍କ ସହ ୨୦୦୪ମସିହାରେ ହୋଇଥିଲା। ବିବାହ ପରେ ସେମାନେ ଲୋନୀର ରାମ ପାର୍କରେ ରହୁଥିଲେ। ସେମାନଙ୍କ ତିନି ଝିଅ ରିଦ୍ଧି,ନିକ୍କି ଏବଂ ସିଦ୍ଧି ହୋଇଥିଲେ। ବିବାହ ପରଠୁ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଭଲ ନଥିଲା। ମୃତାଙ୍କ ଭାଇ ବ୍ରିଜ କିଶୋରଙ୍କ କହିବାନୁସାରେ ଭଉଣୀର ୩ଝିଅ ହୋଇଥିବା ଯୋଗୁଁ ଭିଣୋଇ ଖୁସି ନଥିଲେ। ଏଥିପାଇଁ ଦୁଇ ଜଣଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ଭାଇ ଅଭିଯୋଗ କରିଛନ୍ତି ଷଡ଼ଯନ୍ତ୍ର କରି ଉପେନ୍ଦ୍ର ଭଉଣୀ ଏବଂ ଦୁଇ ଝିଅଙ୍କୁ ମାରିଛି।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଦୁର୍ଘଟଣା ଘଟିବା ପରେ ସେ ଏହା ବିଷୟରେ ବାପ ଘରକୁ ଖବର ଦେଇନଥିଲେ ବରଂ ସମ୍ପର୍କୀୟଙ୍କଠୁ ତାଙ୍କୁ ଜଣା ପଡ଼ିଥିଲା। ଦୁର୍ଘଟଣା ପରଠୁ ଉପେନ୍ଦ୍ର ମାନସିକ ଅବସାଦଗ୍ରସ୍ତ ଅଛନ୍ତି। ଉପେନ୍ଦ୍ରଙ୍କ କହିବାନୁସାରେ ସେ ସ୍ତ୍ରୀ ଏବଂ ଦୁଇ ଝିଅଙ୍କ ମୃତ୍ୟୁର ଆଘାତରେ ବାପ ଘରକୁ ଜଣାଇପାରିନାହାନ୍ତି।

ପୋଲିସ ପଚରାଉଚୁରା କରୁଥିବାବେଳେ ଉପେନ୍ଦ୍ର କହିଛନ୍ତି ଯେ ଗାଡ଼ିର ଷ୍ଟିଅରିଙ୍ଗ୍ ପାଖେ ନିଆଁ ଲାଗିଥିଲା। କାରରେ ନିଆଁ ଲାଗିବାମାତ୍ରେ ସେ କାରର ଡୋର ଖୋଲି ପତ୍ନୀଙ୍କ ପାଖେ ବସିଥିବା ସିଦ୍ଧିଙ୍କୁ ବାହାରକୁ ନେଇ ଆସିଥିଲେ। ସେ ଅନ୍ୟମାନଙ୍କୁ ବାହାରକୁ ବାହାର କରିବା ଆଗରୁ କାରଟି ସମ୍ପୂର୍ଣ୍ଣ ନିଆଁ ଧରି ଦେଇଥିଲା। ସେ ଏହା ସତ୍ତ୍ବେ ଅନ୍ୟମାନଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ।

 ଏପଟେ ୩ବର୍ଷର ନିରୀହ ଝିଅ ଦିଆସିଲି ଜାଳିବାର ଇଶାରା କରିଛି। ସେ ଠିକ୍ ଭାବେ କହି ପାରୁନାହିଁ। ବାପ ଘର ଲୋକେ ଉପେନ୍ଦ୍ର ବିରୋଧରେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.